Friday, August 14, 2020
Home Corona Breaking ରାୟଗଡା ଜିଲ୍ଲାରେ ଆଉ ନୂଆ ୫ କରୋନା ପଜିଟିଭ, ୧୨ରେ ପଂହଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାୟଗଡା ଜିଲ୍ଲାରେ ଆଉ ନୂଆ ୫ କରୋନା ପଜିଟିଭ, ୧୨ରେ ପଂହଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୧୫/୬/୨୦): ରାୟଗଡା ଜିଲ୍ଲାରେ ଆଉ ପୁଣି ୫ଟି ନୂଆ କୋରାନା ପଜିଟିଭ କେସ ଚିହ୍ନଟ ହୋଇଛି । ଫଳରେ ୧୨ରେ ପଂହଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ୫ଜଣ ସମସ୍ତେ କାଶୀପୁର ବ୍ଲକର । ସେମାନଙ୍କ ମଧ୍ୟରୁ ଡଙ୍ଗାସିଲ ପଞ୍ଚାୟତର ସର୍ଗିଗୁଡା ଗ୍ରାମର ୩ଜଣ, ଆଉ ଜଣେ ଅନଗାର ଗ୍ରାମର ହୋଇଥିବା ବେଳେ ବାକି ଜଣକ ରେଙ୍ଗା ପଞ୍ଚାୟତର ରେଙ୍ଗା ଗ୍ରାମର ।

ଅନଗାର ଓ ସର୍ଗିଗୁଡା ଗ୍ରାମର ୪ଜଣ ଆକ୍ରାନ୍ତ ମାନେ ପ୍ରଥମ ଦିଲ୍ଲୀ ଫେରନ୍ତା ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ୪ର୍ଥ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ, ପଞ୍ଚମ ଜଣକ ହାଇଦ୍ରାବାଦ ଫେରନ୍ତା ବୋଲି ଜଣାପଡ଼ିଛି । ସମ୍ପୃକ୍ତ ପଞ୍ଚମ ନମ୍ବର ବ୍ୟକ୍ତି ଚମ୍ପାଯୋଡି TMCରେ ୧୪ଦିନ ରହି ଗତ ଦୁଇଦିନ ତଳେ ସେ ଘରକୁ ଫେରିଥିଲେ ।

ତାଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିଥିବା ବେଳେ ସେ ରାୟଗଡାରୁ ୮ଜଣଙ୍କ ସହ ଟାଟା ମ୍ୟାଜିକ ଗାଡିରେ ଚମ୍ପାଯୋଡି TMCକୁ ଯାଇଥିଲେ ବୋଲି ଜିଲ୍ଲାପାଳ ପ୍ରକାଶ କରି ସମସ୍ତଙ୍କୁ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ଓ ନିୟମିତ ହାତ ଧୋଇବା ସହ ଘରେ ରହି ସୁରକ୍ଷିତ ରହିବା ପାଇଁ ନିବେଦନ କରିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: