ସାନଖେମୁଣ୍ଡି ଅଞ୍ଚଳରେ ବାଘ ଆତଙ୍କ- 1 Tiger terror in Sankhemundi area

0
63
ସାନଖେମୁଣ୍ଡି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୧୦/୦୭) : ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳରେ ବାଘ ଆତଙ୍କ । ରବିବାର ସକାଳ ୯ ଟା ସମୟରେ ବାଘ ବୁଲୁଥିବା ସିସିଟିଭିରେ କଏଦ ହୋଇଛି ।

ସାନଖେମୁଣ୍ଡି ବ୍ଲକର ଗମ୍ବାରିଗୁଡ଼ା ଗାଁ ନିକଟରେ ବାଘ ବୁଲୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟ ଆଖ ପାଖ ଅଞ୍ଚଳବାସୀ ଭୟଭିତ ଥିବା ଜଣାପଡିଛି । ତେବେ ଏହି ଭାଇରାଲ୍ ଭିଡିଓର ସତ୍ୟତା ଜଣାପଡିନାହିଁ । ସେପଟେ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ପାଟପୁର ସେକନ୍ ଫରେଷ୍ଟରଙ୍କ ସୂଚନା ଅନୁସାରେ ତଦନ୍ତ ପରେ ହିଁ ପ୍ରକୃତ ସତ ଜଣାପଡିବ ବୋଲି ଜଣାପଡିଛି ।