ବନ ମହୋତ୍ସବ ଅବସରରେ ଉପ କାରାଗାରରେ ବୃକ୍ଷ ରୋପଣ ଓ ସଚେତନ କାର୍ଯ୍ୟକ୍ରମ- 1 Best awareness programs

0
66
ବନ ମହୋତ୍ସବ ଅବସରରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୯/୦୭) : ସୁବର୍ଣ୍ଣପୁର ଉପ କାରାଗାର ପରିସରରେ ବନ ମହୋତ୍ସବ ଅବସରରେ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି lWhatsApp Image 2023 07 10 at 09.34.53 ବନ ମହୋତ୍ସବ ଅବସରରେ ଉପ କାରାଗାରରେ ବୃକ୍ଷ ରୋପଣ ଓ ସଚେତନ କାର୍ଯ୍ୟକ୍ରମ- 1 Best awareness programs

ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଏସ ଡି ପି ଓ ପୁଷ୍ପାଞ୍ଜଳି ନିଙ୍ଗୀ, ଉପ କାରାଗାର ଅଧିକ୍ଷକ ଡିଲେଶ୍ୱର ଜେନା, ଫରେଷ୍ଟର ଭକ୍ତ ବନ୍ଧୁ ମିଶ୍ର ଯୋଗ ଦେଇ ପରିବେଶ ସୁରକ୍ଷl ଉପରେ ସଚେତନ କରିଥିଲେ l ମାନବ ସମ୍ବଳ ର ସୁରକ୍ଷl ପାଇଁ ପର୍ଯ୍ୟlବରଣ ର ସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ଅତିଥି ମାନେ ମତ ରଖିଥିଲେ l ଏବଂ ପ୍ରଶାସନ ସହିତ ଆମେ ସମସ୍ତେ ଯଦି ସାମିଲ ହୋଇ ଏ ଧରା ପୃଷ୍ଠ କୁ ସବୁଜ ସୁନ୍ଦର ନ କରିବା ତାହେଲେ ଆଗାମୀ ଦିନ ରେ ସମଗ୍ର ପରିବେଶ ବିପର୍ଯ୍ୟସ୍ଥ ହୋଇ ପଡିବ ବୋଲି ମତ ରଖିଥିଲେ l ଏଣୁ ପ୍ରତ୍ୟୋକ ବ୍ୟକ୍ତି ଗୋଟେ ଗଛ ଲଗାଇ ତାକୁ ଯତ୍ନ ନେବା ସଙ୍ଗେ ପ୍ରକୃତି ପ୍ରତି ନିଜର ଅଙ୍ଗିକାର ବଦ୍ଧତା କୁ ସ୍ୱୀକାର କରିବା ସମୟ ଆସିଛି l

ନିମ୍ବ, ଆମ୍ବ, ଜାମୁ, ଅଁଳା ପ୍ରମୁଖ ଔଷଧୀୟ ଅନେକ ଗଛ ସବୁ ଏଠି ଲଗାଯାଇଛି l ଏହି କାର୍ଯ୍ୟକ୍ରମ ରେ ଜେଲ ୱାର୍ଡର ଖିରୋଦ ବିହାରୀ ଦାଶ, ସ୍ୱଚ୍ଛ ଭାରତ ସଂଗଠନ ଉଦ୍ୟୋକ୍ତl ସୟଦ ଅଲିମୁଲ ଇସଲାମ, ଗରିବ ଲୋଇ, ଇନ୍ଦୁମତୀ ପୁରୋହିତ ଙ୍କ ସମେତ ସହର ର ବହୁ ବୁଦ୍ଧିଜୀବୀ ଓ ସ୍ୱଚ୍ଛ ଭାରତ କର୍ମକର୍ତ୍ତା ଯୋଗ ଦେଇଥିଲେ l ପ୍ରକାଶ ଥାଉ କି ଯେ ୨୦୧୫ – ୧୬ରେ ଅବହେଳିତ ହୋଇ ପଡି ରହିଥିବା ସୋନପୁର ଫରେଷ୍ଟ ପାର୍କ ର ୫୦୦ରୁ ଉର୍ଧ୍ଵ ଗଛ ସବୁ କୁ ପ୍ରଚଣ୍ଡ ରୌଦ୍ର ତାପ ବେଳେ ନଳ କୂପ ପାଣି ଦେଇ ଏଇ ସଂଗଠନ ମର୍ନିଙ୍ଗ ୱlକର ଙ୍କୁ ସାମିଲ କରି ଗଛ ସବୁ କୁ ପୁନର୍ଜନମ ଦେଇଥିଲେ l