Saturday, August 8, 2020
Home Death Case କାଠ ଫଳିଆରେ ନିର୍ଦୟ ଭାବେ ପିଟି ମାଆକୁ କଲା ହତ୍ୟା, ଗିରଫ ହେଲା ପୁଅ

କାଠ ଫଳିଆରେ ନିର୍ଦୟ ଭାବେ ପିଟି ମାଆକୁ କଲା ହତ୍ୟା, ଗିରଫ ହେଲା ପୁଅ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୧୪/୦୬): ବିନିକା ଥାନା ଅଧୀନସ୍ତ ଖାଇରମାଲ ଗ୍ରାମରେ ନିଜ ଜନ୍ମ କଲା ପୁଅ ତାର ମାଆକୁ କାଠ ଫଳିଆରେ ପିଟିପିଟି ନର୍ମମ ଭାବେ ମାରିଦେବା ଘଟଣାଟି ଏ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଘଟଣାରୁ ପ୍ରକାଶ ଯେ , ଉକ୍ତ ଗ୍ରାମର ସତ୍ୟ ଭୋଇ (୬୦) ନାମକ ଜଣେ ମହିଳା ସକାଳେ ନିଜ ଘର ପିଣ୍ଡାରେ ଦାନ୍ତ କାଠି କରୁଥିବାବେଳେ ତାର ପୁଅ ଗଣେଶ ଭୋଇ (୨୮) ଉତ୍ତକ୍ଷିପ୍ତ ହୋଇ ଆସି ନିଜ ଜନ୍ମ କଲା ମାଆ କୁ କାଠଫାଳିଆରେ ବିଭର୍ସ ଭାବେ ପିଟିଥିଲା । ଯାହାଫଳରେ ତାର ମାଆ ସତ୍ୟ ମୃତ୍ୟୁ ବରଣ କରିଥିଲା । ଏ ସମ୍ପର୍କରେ ମୃତା ମହିଳାର ସ୍ୱାମୀ ଫଗୁଣୁ ଭୋଇ ବିନିକା ଥାନାରେ ଅଭଯୋଗ କରିବାରୁ ପୁଲିସ ଏକ ମୋକଦ୍ଦମା ରୁଜୁ କରିବା ସହ ଘଟଣାସ୍ଥଳକୁ ଯାଇ ଶବକୁ ଜବତ କରିବା ସହ ଅଭିଯୁକ୍ତ ପୁଅ ଗଣେଶ ଭୋଇକୁ ଗିରଫ କରିଛି । ମୃତା ମହିଳା ସତ୍ୟର ବିନିକା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଛି । ସୂଚନା ଯୋଗ୍ୟ ଯେ, କିଛିଦିନ ତଳେ ଗଣେଶ ତାର ସ୍ତ୍ରୀକୁ ମଧ୍ୟ ପିଟିବାରୁ ସେ ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ହୋଇ ଘରକୁ ଫେରି ଆସିଛି । ଗଣେଶର ମାନସିକ ବିକୃତି ଥିବା ଗାଁଲୋକ କହୁଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: