11କେଭି ଇଲେକ୍ଟ୍ରି ତାର ସ୍ପର୍ଶରେ ଆସି ପୋଡ଼ି ହୋଇଗଲେ ଛାତ୍ର // Breaking News- The student got burnt after touching the 11kV electric wire

0
84
11କେଭି ଇଲେକ୍ଟ୍ରି ତାର ସ୍ପର୍ଶରେ ଆସି ପୋଡ଼ି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୮/୦୭) : 11କେଭି ଇଲେକ୍ଟ୍ରି ତାର ସ୍ପର୍ଶରେ ଆସି ପୋଡ଼ି ହୋଇଗଲେ ରେଭେନ୍ସା ବିଶ୍ଵବିଦ୍ୟାଳୟ ଛାତ୍ର

ଶରୀରର ୮୦ ରୁ ୯୦ ଭାଗ ଅଂଶ 11କେଭି ଇଲେକ୍ଟ୍ରି ତାର ସ୍ପର୍ଶରେ ଆସି ପୋଡ଼ି ହୋଇଯାଇଥିବା ବେଳେ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଛାତ୍ର ଜଣକ ହେଲେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଅର୍ଥନୀତି ବିଭାଗର ଦ୍ଵିତୀୟ ବର୍ଷ ଛାତ୍ର ଅଜୟ ୟାଲ । ସେ ଲଳିତଗିରି ହଷ୍ଟେଲରେ ରୁହନ୍ତି ।

ମିଳିଥିବା ସୂଚନା ମୁତାବକ ଦୀର୍ଘ ଦିନ ଧରି ହଷ୍ଟେଲ ମେସ ବନ୍ଦ ଥିବା ବେଳେ ଅନ୍ତେବାସୀ ହଷ୍ଟେଲ ବାହାରେ ଖାଇବା ପିଇବା କରୁଛନ୍ତି । ଏଥିପାଇଁ ଶୁକ୍ରବାର ଦିନ ଅଜୟ ୟାଲ୍ ହଷ୍ଟେଲ ପଛପଟ କାନ୍ଥ ପାର ହୋଇ ହୋଟେଲକୁ ଯାଉଥିବା ସମୟରେ ସେଠି ଥିବା ୧୧ କେଭି ତାର ସ୍ପର୍ଶରେ ଆସି ପୋଡ଼ି ହୋଇଗଲେ ।