ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତା ପାଇଁ ନିବେଦନ 1. Best News- Money is a constraint on treatment

0
71
ଅର୍ଥ ସାଜିଛି ବାଧକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୮/୦୭) : ଅର୍ଥ ସାଜିଛି ବାଧକ- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଯୋଗୀନ୍ଦ୍ରପୁର ପଞ୍ଚାୟତ ବାନ୍ଧନଝୁଲି ଗ୍ରାମରେ ଜଣେ ନାବାଳକ ଅଜଣା ରୋଗରେ ପୀଡିତ ହୋଇଥିବା ବେଳେ ଦୁଇ ଗୋଡ଼ ଏବଂ ଦୁଇ ହାତ କାମ କରୁ ନ ଥିବା ଜଣା ପଡିଛି l

ଚିକିତ୍ସାରେ ଅର୍ଥ ସାଜିଛି ବାଧକ- ପ୍ରକାଶ ଯେ ଆଗତ, ବାଘ (୭) ସ୍ଥାନୀୟ ସ୍କୁଲରେ ନାମ ଲେଖା ହୋଇଛି l କିନ୍ତୁ ଦୁଃଖ ର କଥା ସ୍କୁଲ ପାଠ ପଢି ଯାଇ ପାରୁନି l ତାଙ୍କ ବାପା ପରାୟଣ ବାଘ (୩୨) ଏକ ବର୍ଷ ଆଗରୁ ସୋନପୁର, ବୌଦ୍ଧ, ବୁର୍ଲା, କଟକ ବଡ଼ ମେଡିକାଲ, ରେ ଭର୍ତ୍ତି କରି ଚିକିତ୍ସା ରେ ଆଗତ ର କୌଣସି ସୁଫଳ ମିଳି ନଥିଲା l ଆଗତ କିପରି ବିକଳାଙ୍ଗ ଚିକିତ୍ସା ହୋଇ ପାରିଲେ ଠିକ ହୁଅନ୍ତା ବୋଲି ତାଙ୍କ ମାଆ ସୁଜ୍ଞାନି ଛଳ ଛଳ ଅଶ୍ରୁ ନୟନରେ ଆମକୁ କହୁଥିଲେ l ତାଙ୍କ ବିକଳାଙ୍ଗ ପୁଅ ର ଅସୁସ୍ଥତା ଯୋଗୁଁ ସଫଳହୋଇ ପାରୁନାହିଁ l

ତାଙ୍କ ବାପା ସେ ଜଣେ ଗରିବ ଶ୍ରେଣୀ ର ଲୋକ ହୋଇ ଥିବା ବେଳେ କୁଲି ମଜୁରୀ କରି ଭରଣ ପୋଷଣ କରନ୍ତି l ଆଗତ ବାଘ କୌଣସି ଉପାୟ ନପାଇ ସରକାରୀ ସହାୟତା ପାଇଁ ଏବେ ଆକୁଳ ନିବେଦନ କରିଛନ୍ତି l ସରକାରୀ ସହାୟତା ଭତ୍ତା ଓ ଚାଉଳ ମିଳୁନାହିଁ l ଏ ନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି l