Saturday, August 8, 2020
Home Farmer Issue ସଂକରା ପେକ୍ସ ଧାନ ବିକ୍ରିର ଅବ୍ୟବସ୍ଥା ପାଇଁ ପ୍ରଶାସନ ଓ ଚାଷୀଙ୍କ ଆଲୋଚନା

ସଂକରା ପେକ୍ସ ଧାନ ବିକ୍ରିର ଅବ୍ୟବସ୍ଥା ପାଇଁ ପ୍ରଶାସନ ଓ ଚାଷୀଙ୍କ ଆଲୋଚନା

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୧୩/୦୬): ବିନିକା ବ୍ଲକ ସଂକରା ପ୍ରାଥମିକ କୃଷିସମବାୟ ସମିତି (ପେକ୍ସ) ଜରିଆରେ ହେଉଥିବା ଧାନ ବିକ୍ରିବେଳେ ଅବ୍ୟବସ୍ଥା ଦେଖାଦେଉଛି । ମଣ୍ଡିରୁ ମିଲର ମାନେ ଧାନ ଉଠାଉ ନ ଥିବା ତାର ମୂଳ କାରଣ ଅଟେ । ଯାହା ଫଳରେ ପେକ୍ସ ସମ୍ଭୁଖ ଶଙ୍କର। – କଉଡିଆମୁଣ୍ଡା ମୁଖ୍ୟ ରାସ୍ତାରେ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଖରା ଓ ବର୍ଷାରେ ପଡି ରହିଛି ।

ଏହାର ପ୍ରତିବାଦ କରି ଚାଷୀ ଜିଲ୍ଲାପାଳଠୁ ଆରମ୍ଭ କରି ଜିଲ୍ଲା ଯୋଗାଣ ଅଧିକାରୀ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ । କିନ୍ତୁ ତାର ସମାଧାନ ନ ହେବାରୁ ଦୁଇ ଦିନ ହେଲା ପେକ୍ସରେ ତାଲା ପକାଇ ଦେଇଥିଲେ । ଏ ସମ୍ପର୍କରେ ପେକ୍ସ ସମ୍ପାଦକ ବୃନ୍ଦାବନ ମିଶ୍ର ବିଭାଗୀୟ ଅଧିକାରୀଙ୍କୁ ଜଣାଇଦେଇଥିଲେ । ଏହା ଜାଣି ସିଇଓ ତଥା ପ୍ରଶାସନିକ ଅଧିକାରୀ ଅକ୍ଷୟ ମେହେର ପେକ୍ସକୁ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ ।

କିନ୍ତୁ ସେଥିରେ ଚାଷୀ ସନ୍ତୁଷ୍ଟ ହୋଇ ନ ଥିଲେ । ଶେଷରେ ପ୍ରଶାସନ ମୁଣ୍ଡ ନୁଆଇଁ ଗତକାଲି ବିଳମ୍ବିତ ରାତିରେ ସୋନପୁର ଉପ ଜିଲ୍ଲାପାଳ ବଳରାମ ମଲ୍ଲିକ, ଜିଲ୍ଲା ଯୋଗାଣ ଅଧିକାରୀ ବିବେକାନନ୍ଦ କର୍କରା, ବିନିକା ତହସିଲଦାର ଅଲେଖ ଘୁଟ୍ଟା ,ଏସିଏସଓ ତ୍ରୀନାଥ ଭୋଇ, ସୁବୋଧ ହୋତା ଓ ଯୋଗାଣ ନିରୀକ୍ଷକ ଦିବ୍ୟସିଂହ ବଡ଼ମାଲି ପ୍ରମୁଖ ପେକ୍ସକୁ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ । ଚାଷୀମାନେ ଟାର୍ଗେଟ ବଢାଯିବା ସହ ମଣ୍ଡିରୁ ଧାନ ମିୟମିତ ଭାବରେ ମିଲରମାନେ ଉଠାଇବାସହ ବିଭିନ୍ନ ଦାବିକରିଥିଲେ । ଉପସ୍ଥିତଥିବା ପ୍ରଶାସନିକ ଅଧିକାରୀମାନେ ପ୍ରତିଶୃତି ଦେଇଥିଲେ ଓ ତହସିଲଦାର ଓ ଯୋଗାଣ ନିରୀକ୍ଷକ ଏହାର ତଦାରଖ କରିବେ ବୋଲି କହିଥିଲେ । ତାପରେ ପେକ୍ସ କଯ୍ୟାଳୟରୁ ତାଲା ଖୋଲି ଥିଲା ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: