ପଶୁ ଚିକିତ୍ସା ମେଳା ଅନୁଷ୍ଠିତ 1. Best Veterinary fair held

0
83
ପଶୁ ଚିକିତ୍ସା

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡ଼ା, (୦୮/୦୭) : ଆଈ ଟି ଡି ଏ, ଓ ଟି ଇ ଏଲ ପି ପ୍ଲସ ଗୁଣୁପୁର ଙ୍କ ତରଫରୁ ଆଜି ଏକ ପଶୁ ଚିକିତ୍ସା ମେଳା ଆୟୋଜନ କରାଯାଇଥିଲା ।

ପଶୁ ଚିକିତ୍ସା ମୋରମା ଗ୍ରାମପଞ୍ଚାୟତ ଅଧୀନରେ ଥିବା ଇତମାନ ଗୁଡା ଗ୍ରାମରେ ଆୟୋଜିତ ହୋଉଥିଲା । ଗ୍ରାମର ସମସ୍ତ ଗୃହ ପାଳିତ ଛେଳି ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକୀୟ ଔଷଧ ଦିଆଯାଇଥିଲା । ଛେଳି ପଲକ ମାନଙ୍କୁ ଯଥାର୍ଥ ପରାମର୍ଶ ଡାକ୍ତରୀ ଟିମଙ୍କ ତରଫରୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଟିଇଏଲପି ପ୍ଲସ ଗୁଣୁପୁରର ଦକ୍ଷତା ବିକାଶ ଅଧିକାରୀ ପ୍ରତ୍ୟକ୍ଷ ଭାବରେ ସାମିଲ ହୋଇ ସଂଯୋଜିତ କରିଥିଲେ । ସ୍ୱାସ୍ଥ୍ୟ ମେଳାଟି ପଶୁ ଚିକିତ୍ସାଳୟ, ଗୁଣୁପୁର ଙ୍କ ସହଯୋଗ ରେ ପରିଚାଳିତ ହୋଇଥିଲା ।

ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡାକ୍ତର ରାଧେଶ୍ୟାମ ଦାଶଙ୍କ ନେତୃତ୍ୱ ରେ ଅତିରିକ୍ତ ପ୍ରାଣୀ ଚିକତ୍ସାକ ଡାକ୍ତର ବିଷ୍ଣୁ ଚରଣ ଶବର, ପ୍ରାଣୀଧନ ନିରୀକ୍ଷକ କିରଣ କୁମାର ଲଡୀଙ୍କ ଦ୍ୱାରା ଶିବିର ଗତିଶୀଳ ହୋଇଥିଲା । ଶତାଧିକ ଛେଳିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବିତରଣ କରାଯାଇଥିଲା । ଶିବିରକୁ ମୋରମା ଗ୍ରାମପଞ୍ଚାୟତର ସରପଞ୍ଚ ଉଦଘାଟନ କରିଥିଲେ । ସହଯୋଗୀ ସଂସ୍ଥା ଓପିଡିଏସସି ସମଗ୍ର ବ୍ୟବସ୍ଥାକୁ ବ୍ୟବସ୍ଥିତ କରିଥିଲେ | ସଂସ୍ଥାର ସାମାଜିକ ତଥା ଜୀବନ ଜୀବିକା ସଂଯୋଜକ ପରେଶ ପ୍ରସାଦ ମହାପାତ୍ର ଏବଂ ସ୍ଥାନୀୟ ସିଆରପି ମହେଶ ବିଡ଼ିକା ଉପସ୍ଥିତ ରହି ପରିଚାଳନା କରିଥିଲେ ।