Thursday, October 29, 2020
Home Development ଜିଲ୍ଳାପାଳଙ୍କ କଲ୍ୟାଣସିଙ୍ଗପୁର ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

ଜିଲ୍ଳାପାଳଙ୍କ କଲ୍ୟାଣସିଙ୍ଗପୁର ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ଼ା (ତା ୧୩/୬): ରାୟଗଡ଼ା ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା କଲ୍ୟାଣସିଙ୍ଗପୁର ବ୍ଲକର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ମନରେଗା ଯୋଜନା ରେ କରାଯାଉଥିବା ବ୍ଲକର ଦେଉଲବାଡ଼ି ଶାଖା କେନାଲ ପରିଦର୍ଶନ କରିଥିଲେ ଯାହାକି ଦେଉଳବାଦୀ,ଢେପାଗୁଡା, ବୁଡ଼ାଗୁଡା ଓ ସିକରପାଇ ଗ୍ରାମର କେତେକ ଜମିରେ ଜଳସେଚନ ସୁବିଧା ହେଇପାରିବ ।

ଜଳସେଚନ ପ୍ରକଳ୍ପର ମନରେଗା ଯୋଜନାରେ ଶାଖା କେନାଲ ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ ଓ ଅଧିକ ଶ୍ରମିକ ମାନଙ୍କୁ କର୍ମସଂସ୍ଥାନ ଯୋଗାଇ କାମ ଶୀଘ୍ର ଶେଷକରିବାକୁ କହିଥଲେ,ଓ କାର୍ଯ୍ୟକାରୀ ସଂସ୍ଥାକୁ ପରାମର୍ଶ ଦେଇଥିଲେ । ସେହିପରି ମନରେଗା ଯୋଜନା ମାଧ୍ୟମରେ ଦେଉଳବାଡି ମଶାଣି ପର୍ଯ୍ୟନ୍ତ ରାସ୍ତା ସଂଯୋଗ କାମ ଅନୁଧ୍ୟାନ କରିଥିଲେ ଯାହାକି ଜନସାଧାରଣଙ୍କୁ ମଶାଣିକୁ ଯିବାରେ ସୁବିଧାହେବ ।ଏହାପରେ ମନରେଗା ଯୋଜନାରେ ନାରାୟଣପୁର ପୋଖରୀର ସୌନ୍ଦର୍ଯ୍ୟ କରଣକୁ ପରିଦର୍ଶନ କରିଥିଲେ । ତାପରେ ଦେଙ୍ଗସିଲ ଗ୍ରାମର ମନରେଗା ଯୋଜନାରେ କରାଯାଉଥିବା କେନାଲ କାମ ପରିଦର୍ଶନ କରିଥିଲେ ଯାହାକି ସେହି ଗ୍ରାମର ଜମିରେ ଜଳସେଚନ ପାଇଁ ସୁବିଧା ହୋଇପାରିବ ।

ଏହାପରେ ନାରାୟଣପୁର ଠାରେ ୫ଟି ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟ ମାଁନଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କଲେ ବିଶେଷ କରି ବିଭିନ୍ନ କାର୍ଯ୍ୟକ୍ରମରେ ଏସ.ଏଚ.ଜି ମାନଙ୍କ ଯୋଗଦାନ ଓ ସେମାନଙ୍କୁ ଏହି ମହାମାରୀ କରୋନା ସମୟରେ ନିଜେ ସଚେତନ ହେବାସହ ଅନ୍ୟମାନଙ୍କୁ ହାତ୍ଧୁଆ,ମାସ୍କ ବ୍ୟବହାର ତଥା ସାମାଜିକ ଦୂରତା ବଜାୟ ରଖିବା ଉପରେ ସଚେତନତା କରିବାକୁ ପରାମର୍ଶ ଦେଲେ । ଏସ.ଏଚ.ଜି.ମାନଙ୍କ ଦ୍ବାରା କରିଥିବା ପରିବା ଚାଷକୁ ଜିଲ୍ଳାପାଳ ବୁଲି ଦେଖିଥିଲେ ଓ ଏହି କାମ ପାଇଁ ସେମାନଙ୍କୁ ପ୍ରଶଂସା କରିଥିଲେ । ଜିଲ୍ଳାପାଳଙ୍କ ଏହି ପରିଦର୍ଶନ ବେଳେ କଲ୍ୟାଣସିଙ୍ଗପୁର ବିଡ଼ିଓ ଶ୍ରୀ ଅନୁପ ପଣ୍ଡା, ଅତିରିକ୍ତ ବିଡ଼ିଓ, ଅନ୍ୟାନ୍ୟ ଅଧିକାରୀ ଓ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // ଜୁନାଗଡ଼ (୨୮/୧୦): କଳାହାଣ୍ଡି ତା.୨୮.୧୦.୨୦୨୦ ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି...

ରାୟଗଡ଼ା ସାମ୍ବାଦିକ ସୁଶାନ୍ତ ଦାସଙ୍କ ବଡବାପା ରତ୍ନାକର ଦାସଙ୍କ ପରଲୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୨୮/୧୦): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଚନ୍ଦନ ନଗର ଗ୍ରାମପଞ୍ଚାୟତ ଅଧୀନସ୍ଥ ଗୋପ୍ତିରା ଗ୍ରାମର ଶ୍ରୀଯୁକ୍ତ ରତ୍ନାକର ଦାସ ଙ୍କ ଗତ ରବିବାର ରାତ୍ର...

ଏସାର- ଗୁରୁକୁଳ ର ଭାରତ କାର୍ଯ୍ୟାଳୟ ଉଦଘାଟିତ

ରିପୋର୍ଟ: ସତ୍ୟଜିତ ବାରିକ // ଭୁବନେଶ୍ୱର / ନୂଆଦିଲ୍ଲୀ / ମାଞ୍ଚେଷ୍ଟର - ୨୭.୧୦): ଭାରତ ବର୍ଷର ପ୍ରାଚୀନ ଗୁରୁକୁଳ ଶିକ୍ଷା ପରମ୍ପରା ଖୁବ ମହାନ ଓ ମହିମାମୟ ଥିଲା ବୋଲି ଓଡିଶା ବିଧାନ...

ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ରିପୋର୍ଟ: ଚିତ୍ତରଞ୍ଜନ ବାଗ // ଗୋଲାମୁଣ୍ଡା (୨୭/୧୦): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୁଲିସ ଦ୍ଵାରା ଗତ କାଲି ସନ୍ଧ୍ୟା ସମୟରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଇଣ୍ଡି ମୁଣ୍ଡା ଠାରେ ଜଣେ ଯୁବକଙ୍କ ଶବ ଉଦ୍ଧାର...

Recent Comments

%d bloggers like this: