୧୦୮ ଆମ୍ବୁଲାନ୍ସ ନ ମିଳିବାରୁ ରିକ୍ସା ଟ୍ରଲିରେ ମେଡ଼ିକାଲକୁ ବୁହାହେଲେ ରୋଗୀ 1. The patient was brought to the medical center in a rickshaw trolley

0
92
୧୦୮ ଆମ୍ବୁଲାନ୍ସ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୭/୦୭) : ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ରୋଗୀଙ୍କୁ ମିଳିଲାନି ୧୦୮ ଆମ୍ବୁଲାନ୍ସ ରିକ୍ସା ଟ୍ରଲିରେ ମେଡିକାଲକୁ ବୁହାହେଲା ରୋଗୀ I

୧୦୮ ଆମ୍ବୁଲାନ୍ସ ନ ମିଳିବାରୁ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ । ଗତକାଲି ଏକ ଟ୍ରାକ୍ଟର ଡ୍ରାଇଭର ହଲୁ ନାଏକ (୩୮) ଙ୍କ ସ୍ୱାସ୍ଥ୍ୟ ହଠାତ ଖରାପ ହେବା ସହିତ ସେ ଅଚେତ ହୋଇପଡ଼ିଥିଲେ । ହେଲେ ବିନିକା ମେଡିକାଲକୁ ନେବାପାଇ ତାକୁ ଆମ୍ବୁଲାନ୍ସକୁ କିଛିଲୋକ ଯୋଗାଯୋଗ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ନମିଳିବାରୁ ଏକ ରିକ୍ସା ଟ୍ରଲିରେ ହଲୁକୁ ମେଡିକାଲ ଅଣାଯାଇଥିଲା । ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଯଦି ରୋଗୀଙ୍କୁ ଆମ୍ବୁଲାନ୍ସ ମିଳୁନି ତାହାହେଲେ ଉପାନ୍ତ ଅଞ୍ଚଳର ରୋଗୀମାନଙ୍କୁ କେମିତି ଆମ୍ବୁଲାନ୍ସ ମିଳୁଥିବ ତାହା ଏଇ ଦୃଶ୍ୟକୁ ଦେଖିଲେ ଠିକ ଜଣାପଡୁଛି ।