Friday, August 14, 2020
Home Corona Lockdown ଦକ୍ଷିଣ ଭାରତରୁ ଦୁଇଟି ସ୍ଵତନ୍ତ୍ର ଶ୍ରମିକ ଟ୍ରେନରେ ୧୪୮ ଆସିଲେଣି ,ରାତିରେ ପୁଣି ଆସିବେ ୩ଟି...

ଦକ୍ଷିଣ ଭାରତରୁ ଦୁଇଟି ସ୍ଵତନ୍ତ୍ର ଶ୍ରମିକ ଟ୍ରେନରେ ୧୪୮ ଆସିଲେଣି ,ରାତିରେ ପୁଣି ଆସିବେ ୩ଟି ଟ୍ରେନରେ ପ୍ରବାସୀ ଓଡ଼ିଆ ଶ୍ରମିକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ର।ୟଗଡ଼।(୧୨/୦୬):- ଦକ୍ଷିଣ ଭାରତରେ କାମଧନ୍ଦା ପାଇଁ ଯାଇଥିବା ପ୍ରବାସୀ ଶ୍ରମିକମାନେ ସ୍ଵତନ୍ତ୍ର ଟ୍ରେନ ଯୋଗେ ଆଜି ୫ଟି ଟ୍ରେନରେ ଥିବାର ସୂଚନା ରେଳ ବିଭାଗ ତରଫରୁ ଜଣାଇଦେଲା ପରେ, ପ୍ରଶାସନ ତରଫରୁ ସହରର ସ୍ଥାନିୟ ଗଜପତି ଛକରୁ ସାଇ ଇଣ୍ଟର ନ୍ୟାସନାଲ ଛକ ଓ ଷ୍ଟେସନ ଏରିଆରେ ଧାରା ୧୪୪ ଲାଗୁ କରାଯାଇଥିଲା ।

ଆଜି ନିର୍ଧାରିତ ଟ୍ରେନ ଗୁଡ଼ିକ ହେଲା ୦୭୭୪୭ -ଘଟକେଶ୍ୱରରୁ ବଲାଙ୍ଗୀର,୦୬୪୮୪-ତିରୁଭାଲରୁ ବଲାଙ୍ଗୀର,୦୭୭୪୮-ଘଟକେଶ୍ୱର ରୁ ନୂଆପଡା,୦୬୪୬୬-ତିରୁବନ୍ତ ପୁରମରୁ ହଟିଆ ଓ ଟ୍ରେନ ନମ୍ବର ୦୭୭୪୯-ନାଗାଲପାଳି/ସାଙ୍ଗରେଡି ରୁ ନୂଆପଡା ଆଦି ୫ଟି ଟ୍ରେନ ଆସିବାର ଅଛି । ସେଥି ମଧ୍ୟରୁ ପ୍ରଥମ ଦୁଇଟି ଟ୍ରେନ ସକାଳ ୧୧ସମୟ ସୁଦ୍ଧା ରାୟଗଡା ଷ୍ଟେସନରେ ପହଞ୍ଚିଛନ୍ତି ।

କରୋନା ମହାମରୀ ଯୋଗୁଁ ତଲାବନ୍ଦୀ ହେବାଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ଫଳରେ ଶ୍ରମିକ ମାନେ ନିଜ ନିଜ ଭିଟା ମାଟିକୁ ଫେରିବା ନିମନ୍ତେ ପଞ୍ଜିକୃତ କରିଥିବା ଶ୍ରମିକମାନେ ଟ୍ରେନ ନମ୍ବର ୦୭୭୪୭ରେ ନବରଙ୍ଗପୁର ଜିଲ୍ଲାର ୭୮ଜଣ ପ୍ରବାସୀ ଆସିଥିବା ବେଳେ ଦ୍ବିତୀୟ ଟ୍ରେନ ୦୬୪୮୪ରେ ନବରଙ୍ଗପୁର ଜିଲ୍ଲାର ୬୪ଜଣ ଓ କନ୍ଧମାଳ ଜିଲ୍ଲାର ୬ଜଣ ମିଶି ୭୦ଜଣ ପ୍ରବାସୀ ଆସିଲେ । ଏଥିପାଇଁ ଜିଲ୍ଳାପାଳ ରାୟଗଡ ଶ୍ରୀ ପ୍ରମୋଦ କୁମାର ବେହେର।ଙ୍କ ନିର୍ଦ୍ଦେଶ କ୍ରମେ ଶ୍ରମିକ ମାନଙ୍କୁ ସ୍ଵାଗତ କରିବା ପାଇଁ ରାୟଗଡ ରେଳ ଷ୍ଟେସନରେ ଜିଲ୍ଲା ଅଧିକାରୀ ମାନେ ଆଜି ଭୋରରୁ ସମସ୍ତ ପ୍ରକାର ଵ୍ୟଵସ୍ଥା କରି ଉପସ୍ଥିତ ଥିଲେ । ରାୟଗଡ଼ା ରେଳ ଷ୍ଟେସନ ଦେଇ ଆଜି ସକାଳ ପର୍ଯ୍ୟନ୍ତ ୩୭୪୮ ଜଣ ପ୍ରବାସୀ ଓହ୍ଲାଇଛନ୍ତି । ଆହୁରି ଆଜି ସୁଦ୍ଧା ୩ଟି ଟ୍ରେନରେ ଆସିବେ । ସେଥିପାଇଁ ଜିଲ୍ଲା ଅଧିକାରୀ ମାନେ ସମସ୍ତ ପ୍ରକାର ସଜାଗ ଅଛନ୍ତି ।

ପ୍ରବାସୀ ଶ୍ରମିକ ମାନଙ୍କୁ ସ୍ଵାଗତ କରିବା ପାଇଁ ରାୟଗଡ ଜିଲ୍ଳାପାଳ ଶ୍ରୀ ବେହେରାଙ୍କ ନିର୍ଦେଶ କ୍ରମେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ , ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଦୋଳାଇ, ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ତପନ କୁମାର ରଥ , ରେଳ ପୋଲିସ ନିରୀକ୍ଷକ ଶ୍ରୀ ଡି.ଏନ.ତ୍ରିଲକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନୃସିଂହ ପଟ୍ଟନାୟକ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ପ୍ରବାସୀ ଶ୍ରମିକମାନଙ୍କୁ ସ୍ବାଗତ କରିଥିଲେ। ପ୍ରବାସୀ ଶ୍ରମିକ ମାନଙ୍କୁ ରେଳ ଷ୍ଟେସନରେ ପଞ୍ଜିକରଣ କରିବା ସହିତ ସଂପୃକ୍ତ ଜିଲା ଅଧିକାରୀ ମାନଙ୍କୁ ହସ୍ତାନ୍ତର କରିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: