Friday, March 29, 2024

Top 5 This Week

Related Posts

ସାମାଜିକ କର୍ମୀ ସୁମିତ୍ରା ସାହୁ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର # 1-Social activist Sumitra Sahu received Best Prakruti Bandhu award

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୬/୦୭) : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗାଆଁର ସାମାଜିକ କର୍ମୀ ସୁମିତ୍ରା ସାହୁ l

ସାମାଜିକ କର୍ମୀ ସୁମିତ୍ରା ସାହୁ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର-ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗରୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳନ ସପ୍ତାହ ଉପଲକ୍ଷେ ପ୍ରକୃତି ବନ୍ଧୁ ପୁରସ୍କାରରେ ପୁରସ୍କୃତ କରାଯାଇଛି l ଆଜିର ଏହି ଉତ୍ସବ ସଦେଇ ବେରେଣୀରେ ଅନୁଷ୍ଠିତ ହୋଇ ଯାଇଛି l ଢେଙ୍କାନାଳ ବନଖଣ୍ଡ ଅଧିକାରୀଦ୍ୱାରା ଆୟୋଜିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ l ତାଙ୍କ ଠାରୁ ପ୍ରକୃତି ବନ୍ଧୁ ପୁରସ୍କାର ସ୍ୱରୂପ ମାନପତ୍ର, ପୁଷ୍ପଗୁଚ୍ଛ ଏବଂ ଦଶ ହଜାର ଟଙ୍କା ଅର୍ଥ ରାଶି ଗ୍ରହଣ କରିଛନ୍ତି ସୁଶ୍ରୀ ସୁମିତ୍ରା ସାହୁ l

ସମାଜ ସେବାରେ ନିଜକୁ ନିୟୋଜିତ କରିବା ସହ ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ କ୍ଷେତ୍ରରେ ସେବା କାର୍ଯ୍ୟ ଜାରି ରଖିଛନ୍ତି l ସାମାଜିକ ଅନୁଷ୍ଠାନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟରେ ଜଡ଼ିତ ହୋଇ ସକ୍ରିୟ ସଦସ୍ୟା ଭାବେ ସମାଜର ମଙ୍ଗଳ ନିମନ୍ତେ ସୁନ୍ଦର ସେବା କାର୍ଯ୍ୟ କରନ୍ତି l ସମାଜ ପାଇଁ ନିଜର କର୍ତ୍ତବ୍ୟକୁ ଠିକ ରୂପେ ନିଭାଇ ଆସୁଛନ୍ତି l ଏହି ପୁରସ୍କାର ପାଇଁ ସେ ପିତା, ମାତାଙ୍କ ପ୍ରେରଣା ଏବଂ ପ୍ରିୟ ସାଙ୍ଗ ପ୍ରମିଳା ସିଂହ ଏବଂ ସହଯୋଗୀଙ୍କୁ କୃତଜ୍ଞତା ଜଣାଇଛନ୍ତି l ସୁମିତ୍ରା ଆଜିର ଯୁବ ପୀଢ଼ି ପାଇଁ ଉଦାହରଣ ସାଜିଛନ୍ତି l ସୁମିତ୍ରାଙ୍କର ଆଜିର ଏହି ସମ୍ମାନ ପାଇଁ ଅଞ୍ଚଳ ବାସୀ ଓ ସମ୍ଭବ ପରିବାର ତରଫରୁ ଓ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ପ୍ରଶଂସା ମିଳିଛି ।

Popular Articles