Friday, August 14, 2020
Home District News ପାଇକମାଲ ମଣ୍ଡିରେ ଗଜା ଦେଉଛି ଧାନ

ପାଇକମାଲ ମଣ୍ଡିରେ ଗଜା ଦେଉଛି ଧାନ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (୧୦/୦୬) : ବିହନ ,ଖତ ଦେଇ ୯୦ ଦିନ ଚାଷ ପରେ ହେଉଛି ଧାନ, ହେଲା ମଣ୍ଡି ରେ ୧୦ ଦିନ ଖୁଲା ଆକାଶରେ ପଡି ,ପାଣିରେ ଭିଜି ପଚି ଯାଇ ସେହି ଧାନ ପୁଣି ହେଉଛି ଖତ । ଖରା ହେଉ ଅବା ବର୍ଷା ସବୁକୁ ସହି ମୁଣ୍ଡି ଝାଲ ତୁଣ୍ଡରେ ମାରି ଚାଷୀ ଖତ, ସାର ଦେଇ ଚାଷ କରୁଛି । ଭଲ ଅମଳ ଏ କରି ଠିକ ଭାବରେ ବିକ୍ରି କଲେ ତାର ପରିବାର ପୋଷଣ କରିବା ବୋଲି ଆଶାରେ ।

ହେଲେ କିଛି ସରକାରୀ ବାବୁଙ୍କ ଉଦାସିନତା ମନୋଭାବ ଯୋଗୁଁ ଚାଷୀର ଧାନ ବିକ୍ରି ହୋଇ ନପାରି ମଣ୍ଡିରେ ପଡି ନଷା ହୋଇପାଉଛି | ପଦ୍ମପୁର ଉପଖଣ୍ଡ ପାଇକମାଲ ଠାରେ ଥିବା ଧାନ ମଣ୍ଡିର ଅବ୍ୟବସ୍ଥା ଦେଖୀବାକୁ ମିଳିଛି । ଖୋଲା ଆକାଶ ତଲେପଡି ରହିଛି ହଜାର ହଜାର ବସ୍ତା ଧାନ । ପ୍ରତ୍ୟହ ଶହଶହ ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି । ହେଲେ ସେହି ଧାନକୁ କିଭଳି ଠିକ ଭାବରେ ରଖୀବା ତଥା ବର୍ଷାରେ ଯେପରି ନ ଭିଜିବା ତାର କୌଣସି ବ୍ୟବସ୍ଥା କରାଯାଇନାହିଁ । ଫଳରେ ଚାଷୀଙ୍କ ଧାନ ଖୋଲା ଆକାଶ ତଳେ ପଡି ରହିଛି । କିଛି ଚାଷୀ ନିଜ ପ୍ରଚେଷ୍ଟାରେ ତାଙ୍କର ଧାନକୁ ପୋଲିଥନ ଘୋଡାଇକି ରଖୁଛନ୍ତି । ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ଧାନ ବର୍ଷା ପାଣିରେ ଭିଜି ଯାଇଛି ଏବଂ ଗଜା ହୋଇଯାଇଛି, । ଗଜା ହୋଇଥିବା ଧାନକୁ ମିଲ ମାନେ ନେବାକୁ ମନା କରୁଛନ୍ତି,କେବଳ ଭଲ ଧାନ କିଣୁଛନ୍ତି ଓ ଭଳ ଧାନ ଗୁଡିକରେ ମଧ୍ୟ କେଜି ପ୍ରତି ଦୁଇ ରୁ ତିନି କିଲୋ କଟନି ନକଲେ ମିଲର୍ସ ଏଜେଟ ମାନେ ଧାନ କିଣିବା ପାଇଁ ଅମଙ୍ଗ ହେଉଛନ୍ତି । ଫଳରେ ସେହି ଓଦା ଧାନ ମଣ୍ଡିରେ ହିଁ ପଡିରହୁଛି ଓ ପଚି ସଢି ଯାଉଛି ।

କିଛି ଚାଷୀ ସେହି ଓଦା ଧାନବସ୍ତା ଗୁଡିକୁ ପୁଣି ଘରକୁ ଫେରାଇ ନେଉଛନ୍ତି । ମଣ୍ଡି ଦାୟିତ୍ବରେ ଥିବା ଆରଏମସି ଓ ସମବାୟ ସମିତିର ସରକାରୀ ବାବୁଙ୍କ ଉଦାସିନତା ମନୋଭାବ ଯୋଗୁଁ ଚାଷୀ ହଇରାଣ ହେଉଛନ୍ତି । ମଣ୍ଡିରେ ପଡି ରହିଥିବା ଓଦା ଧାନକୁ ବିକ୍ରି ପାଇଁ ଏଠାକାର ଦାୟିତ୍ବରେ ଥିବା ସରକାରୀ ଅଧିକାରୀ ମାନେ ଚାଷୀଙ୍କୁ କୌଣସି ପ୍ରକାରର ସହଯୋଗ କରୁନାହାନ୍ତି । ଚାଷୀ ମାନେ ଯେତେ ଅନୁରୋଧ କଲେ ସୁଦ୍ଧା ତାଙ୍କର ଓଦା ଧାନ ବିକ୍ରି ହୋଇପାରୁନାହିଁ । ବିକ୍ରି ନହେବା ଫଳରେ ଚାଷୀଙ୍କୁ ଧାନ ଦିର୍ଘ ଦିନ ପଡି ରହୁଛି ଏଠାକାର ଦାୟିତ୍ବରେ ଥିବା ଆରଏମସି ଓ ସମବାୟ ସମିତିର ସରକାରୀ ବାବୁ ଟେଗ ନାହିଁ କିମ୍ବା ଯଦି ଅଛି ତା ହେଲେ ଗାଡି ଆସୁଛି କହି ଚାହୀଙ୍କୁ ଭୁଆଁ ବୁଲାଉଛନ୍ତି । ଯଦି ଗାଡି ଆସୁଛି ତାହେଲେ କିଛି ଲୋକଙ୍କ ଧାନ ବିକ୍ରି ହେଉଛି । ଯାହା ଫଳରେ ଚାଷୀ ମାନେ ଧାନ ବିକ୍ରି ଆଶାରେ ମଣ୍ଡିକୁ ଧାଇଁଧାଇଁ ହଇରାଣ ହେଉଛନ୍ତି ଏବଂ ନିରାଶ ହୋଇ ଫେରୁଛନ୍ତି ।

ଏ ବିଷୟରେ ପଦ୍ମପୁର ସହକାରୀ ଯୋଗାଣ ଅଧିକାରୀଙ୍କୁ ପଚରାଯିବାରୁ ଚାଷୀ ମାନେ କିପରି ଠିକ ଭାବରେ ଧାନ ବିକ୍ରି କରି ପାରିବେ ତଥା ଯେଉଁ ଅଧିକାରୀ ମାନେ ଧାନ ବିକ୍ରିରେ ଚାଷୀଙ୍କୁ ସହେଯାଗ କରୁନାହାନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ । କରିବେ ବୋଲି କହିଛନ୍ତି । ଚାଷୀ ଧାନ ଖତ ସାର ଦେଇ ବିଳରେ ୯୦ ଦିନ ଧାନ ଚାଷ କରି ଅମଳ କରି ମଣ୍ଡିକୁ ବିକ୍ରି କରିବା ପାଇଁ ଆଣୁଛି ହଲେ ସରକାରୀ ବାବୁଙ୍କ ଅବହେଳା ଯୋଗୁଁ ସେହି । ଧାନ ବିକ୍ରି ହୋଇ ନପାରେ ମଣ୍ଡିରେ ବର୍ଷା ରେ ପଚି ଶାଢ଼ୀ ପୁଣି ଖତ ହୋଇ ଯାଉଛି , ଯାହା ଚିନ୍ତା ର ବିଷୟ। ବିଭାଗୀୟ ଅଧିକାରୀ ଏ ବିଷୟରେ ଧ୍ୟାନ ଦେଲ ଚାଷୀ ମାନେ ସୁବିଧାରେ ହେବ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: