ଶିକ୍ଷକକୁ ଅଜଣା ବୋଲେର ଧକ୍କା ଦେଇ ଫେରାର, ଶିକ୍ଷକ ଗୁରୁତର # Best Accident News – 1 teacher is serious

0
258
ଶିକ୍ଷକ ଗୁରୁତର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୫/୭) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ବୁଡ଼ାଗୁଡା ସେବାଶ୍ରମ ନିକଟରେ ଶିକ୍ଷକ କୁ ଅଜଣା ବୋଲେର ଧକ୍କା ଦେଇ ଫେରାର, ଶିକ୍ଷକ ଗୁରୁତର ହୋଇଥିବାରୁ ବ୍ରହ୍ମପୁର ବଡ଼ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।ଟ୍ୟୁସନ

ଶିକ୍ଷକ ଗୁରୁତର- ଆଜି ମଧ୍ୟାହ୍ନରେ ଶିକ୍ଷକ ଅମିତ କୁମାର ପ୍ରଧାନ (୫୪) ବିଦ୍ୟାଳୟ ରୁ ଘରକୁ ଯାଉଥିବା ବେଳେ ପଛ ପାର୍ଶ୍ୱରୁ ଏକ ଅଜଣା ବୋଲେର ବୁଡ଼ାଗୁଡା ସେବାଶ୍ରମ ନିକଟରେ ଧକ୍କା ମାରି ଫେରାର ହୋଇଯାଇଛି । ଉକ୍ତ ଶିକ୍ଷକ ଜଣକ ରାସ୍ତାରେ ପଡ଼ିରହିଲା । ଉକ୍ତ ରାସ୍ତାଦେଇ ଆସୁଥିବା ଭାମ୍ୟମାଣ ଗାଡ଼ିରେ ଗୁରୁତ୍ଵ ର ଶିକ୍ଷକ ଙ୍କୁ ଉଦ୍ଧାର କରି ରାୟଗଡା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ । ଶିକ୍ଷକ ଙ୍କ ଅବସ୍ଥା ଗୁରୁତ୍ତ ରହିଥିବା ଯୋଗୁଁ ବ୍ରହ୍ମପୁର ଏମ କେ ସି ଜି ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ଉକ୍ତ ଶିକ୍ଷକ ଙ୍କ ଘର ଗୁଣୁପୁର ଅଞ୍ଚଳର ବୋଲି ଜଣାପଡିଛି । ସେ ନୂତନ ଭାବେ ଶିରିପୁର ଏସ ଏସ ଡି ବାଳିକା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଭାବରେ କାର୍ଯ୍ୟରତ ରହିଥିବା ଜଣାପଡିଛି । ଥାନା ଅଧିକାରୀଣି ସୁମନ୍ତି ମହାନ୍ତି, ଏସ ଆଇ ସଞ୍ଜୟ କୁମାର ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ଗୁରୁତ୍ୱ ଶିକ୍ଷକ ଙ୍କୁ ବ୍ରହ୍ମପୁର ପଠାଇବା ବ୍ୟବସ୍ଥା କରୁଛନ୍ତି ।