କାଶୀନଗର ବ୍ଲକର ଷଷ୍ଠ ତମ ବୈଠକ # 6th Meeting of Kashinagar Block Exclusive

0
127
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୫/୭) : କାଶୀନଗର ବ୍ଲକ କାର୍ଯ୍ୟଳୟ ସଭା ଗୃହ ଠାରେ କାଶୀନଗର ପଞ୍ଚାୟତ ସମିତି ର ଷଷ୍ଠତମ ବୈଠକ ବି ଡି ଓ କପିଳେଶ୍ୱର ତାଣ୍ଡି ଙ୍କ ଅଧ୍ୟକ୍ଷତାରେ ଆରମ୍ଭ l

ବୈଠକ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା, ବ୍ଲକ ଉପାଧ୍ୟାଖ୍ୟା ସି ଏଚ କଲ୍ୟାଣୀ, ଜିଲ୍ଲା ପରିଷଦ ଜୋନ-୧ ର ସଦସ୍ୟା ରକମ ରାଜ ଲକ୍ଷ୍ମୀ ଓ ରାଜେନ୍ଦ୍ର କୁମାର ପାଢ଼ୀ ମଂଚାସୀନ ହୋଇଥିଲେ l ପ୍ରଥମେ ଗ୍ରାମ ପଞ୍ଚାୟତ ଅଧିକାରୀ ପୂର୍ବ ବୈଠକ ର ବିବରଣୀ ପଠନ କରିଥିଲେ l ତଥା ଏହାର ଦୂରୀକରଣ କରିଥିଲେ l ଏହି ସମିତି ବୈଠକ ରେ ବ୍ଲକ ମଧ୍ୟରେ ଥିବା ବାରଟି ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହି ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟମାନ ସମୀକ୍ଷା କରିଥିଲେ l

ଏହି ବୈଠକରେ ସମିତି ଅନ୍ତର୍ଗତ ବିଭିନ୍ନ ଲାଇନ ଅଧିକାରୀମାନେ ରାଜ୍ୟ ତଥା କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ଦ୍ୱାରା କରା ଯାଇ ଥିବା ଉନ୍ନୟନ ମୂଳକ କାର୍ଯ୍ୟ ମାନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ଉପସ୍ଥିତ ରେ ସମୀକ୍ଷା କରିବା ସହ ଅଧ୍ୟକ୍ଷ ଶ୍ରୀ ରାଓ ସରକାରଙ୍କ ଜନହିତକର କାମ ମାନେ କିପରି ତୃଣ ମୂଳ ସ୍ତରରେ ସୁଚାରୁ ରୂପେ କାର୍ଯ୍ୟକ୍ଷମ ହୋଇ ପାରିବ ସେଥିପାଇଁ ଉଭୟ ସରକାରୀ କର୍ମଚାରୀ ଏବଂ ପ୍ରତିନିଧି ମାନେ ତତ୍ତ୍ୱର ହେବା ଜରୁରୀ ବୋଲି ବକ୍ତବ୍ୟ ରଖିଥିଲେ l

ଶିଆଳି ସରପଞ୍ଚ ରାମ ପ୍ରସାଦ ପଟନାୟକ ପ୍ରତ୍ୟେକ ପଂଚାୟତ ମଧ୍ୟରେ ରହିଥିବା ଏ ଏନ ଏମ ସେଣ୍ଟର ମାନଙ୍କରେ ଏ ଏନ ଏମ ମାନେ ରହୁ ନ ଥିବା ଅଭିଯୋଗ କରି ତୁରନ୍ତ ଉପରସ୍ତ ଅଧିକାରୀ ଙ୍କୁ ଅବଗତ କରନ୍ତୁ ବୋଲି କହିଥିଲେ ଏବଂ ଏହି ବ୍ଲକ ମଧ୍ୟରେ ଛତୁ ଫୁଟିଲା ଭଳି ଇଂରାଜୀ ମିଡ଼ିଏମ ବିଦ୍ୟାଳୟ ଗୁଡିକୁ ଏନ ଓ ସି ନ ଥିବା ଅଭିଯୋଗ ହୋଇଥିଲା l ସେହିପରି ହରିଶ୍ଚନ୍ଦ୍ର ଯୋଜନା ର ଅର୍ଥ ଠିକ ସମୟରେ ମିଳୁଥିବା ରୁ ସରପଞ୍ଚ ମାନେ ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା ଙ୍କ ଦୃଷ୍ଟି ଗୋଚର କୁ ଆଣିଥିଲେ, ଓ ଏହାର ଶୀଘ୍ର ସମାଧାନ କରିବାକୁ ପକ୍ଷ ରଖିଥିଲେ.ଖଣ୍ଡବା ସମିତି ସଭ୍ୟ ଜଗନ୍ନାଥ ଦୋରା ବିଦ୍ୟାଳୟ ପାଚେରୀ ନିର୍ମାଣ ନିମନ୍ତେ ବିଦ୍ୟାଳୟ ସଭାପତି ସହଯୋଗ କରୁନ ଥିବା ଓ ପଂଚାୟତ ମାନଙ୍କରେ ଏ ଏନ ଏମ ଦିଦି ମାନଙ୍କର ଅନୁପସ୍ଥିତ ବିଷୟରେ ଅବଗତ କରିଥିଲେ l

ବୁଦୁରା ସରପଞ୍ଚ ସଞ୍ଜୟ ମିଶ୍ର ନିଜ ପାଞ୍ଚାୟତ ର ନୂତନ ଅଙ୍ଗନବାଡି ଗୃହ ନିର୍ମିତ ହୋଇ ଥିବା ଓ ମିନି ବ୍ୟାଙ୍କ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଥିଲେ l ଉନ୍ନୟନ ଅଧିକାରୀ ଶ୍ରୀ ତାଣ୍ଡି ଆଜିର ବୈଠକ ରେ ଆସିଥିବା ସମସ୍ତ ଅଭିଯୋଗ ସରକାରୀ ସ୍ତରରେ ସେ ଗୁଡିକୁ ଯଥା ଶୀଘ୍ର ସମାଧାନ କରି ସରକାର ଙ୍କ ଗ୍ରାମ୍ୟଆଭିମୁଖୀ କାର୍ଯ୍ୟମାନ ଜନ ସାଧାରଣଙ୍କ ନିକଟରେ ପହଞ୍ଚେଇବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ କରିଥିଲେ l