1. Big News : ପ୍ରଶାସନିକ ଅବହେଳାର ଦୁର୍ଗମ ଗ୍ରାମ ଡେଙ୍ଗାକୁଲ୍ : ବିକାଶ ହେବ କେବେ ?

0
132
ପ୍ରଶାସନିକ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୫/୭) : ପ୍ରଶାସନିକ ଅବହେଳାର ଦୁର୍ଗମ ଗ୍ରାମ ଡେଙ୍ଗାକୁଲ୍ । ବିକାଶ ନାଁ ରେ କୋଟି କୋଟି ଟଙ୍କା ଅନୁଦାନ ଆସୁଥିଲେ ମଧ୍ୟ ବିକାଶ କିପରି ହେଉଛି ତାର ନଗ୍ନ ଚିତ୍ର ଦେଖିବାକୁ ମିଳୁଛି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ।WhatsApp Image 2023 07 05 at 14.07.01 1. Big News : ପ୍ରଶାସନିକ ଅବହେଳାର ଦୁର୍ଗମ ଗ୍ରାମ ଡେଙ୍ଗାକୁଲ୍ : ବିକାଶ ହେବ କେବେ ?

ପ୍ରଶାସନିକ ଅବହେଳାର ଦୁର୍ଗମ ଗ୍ରାମ ଡେଙ୍ଗାକୁଲ୍ଗ : ମନାଗମନ, ପାନୀୟ ଜଳ, ରାସ୍ତା, ସ୍ବାସ୍ଥ୍ୟ, ଶିକ୍ଷା, ଦୂରଭାଷ ଭଳି ମୌଳିକ ସୁବିଧା ନପାଇ ପ୍ରଶାସନ ଅବହେଳାର ଶିକାର ହେଉଛନ୍ତି ଦୁର୍ଗମ ଅଞ୍ଚଳର ଗ୍ରାମବାସୀ । ଓଡ଼ିଶାର ଶ୍ରେଷ୍ଠ ଶାସକ ଭାବେ ପରିଗଣିତ ହେବାପାଇଁ ସର୍ଭେକ୍ଷଣ ସଂସ୍ଥା ମାନଙ୍କୁ କହି ନିଜ ସପକ୍ଷରେ ପ୍ରସିଦ୍ଧି ଅର୍ଜନ ପାଇଁ ଯୋଜନା କଥା ଏଭଳି ଗାଁ ମାନଙ୍କୁ ଗଲେ ଜଣାପଡ଼ୁଛି ସରକାରଙ୍କ ଶାସନ କେତେ ଯୋଗ୍ୟ ଅଟେ ।

ପ୍ରଶାସନିକ ଅବହେଳା ଯୋଗୁଁ ଏଭଳି ବୈମାତୃକ ମନୋଭାବର ଶିକାର ହୋଇଛନ୍ତି ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଟଲଣା ପଞ୍ଚାୟତର ଡେଙ୍ଗାକୁଲ ଓ କାଡମାସିଙ୍ଗ ଗ୍ରାମବାସୀ । ଡେଙ୍ଗାକୁଲ ଗ୍ରାମରେ ପ୍ରାୟ ୫୦୦ ଆଦିବାସୀ ପରିବାର କାହିଁ କେଉଁ ଆବହମାନ କାଳରୁ ବସବାସ କରୁଛନ୍ତି । ଏହି ଗ୍ରାମକୁ ଗଲେ ଆପଣଙ୍କୁ ଲାଗିବ ସତେ ଯେମିତି ଆପଣ ଅନ୍ୟ କେଉଁ ଗ୍ରହରେ ପହଞ୍ଚି ଯାଇଛନ୍ତି । ଏହି ଗ୍ରାମକୁ ଯିବାକୁ ହେଲେ କୁକୁଇବା ନଦୀ ପାର କରିବାକୁ ପଡେ ।

ଏହି କୁକୁଡ଼ା ନଦୀ ଏ ଅଞ୍ଚଳ ପାଇଁ ସତେ ଯେମିତି ଅଭିଶାପ ପାଲଟିଯାଇଛି । ଏହି ନଦୀରେ ପୋଲ ଟିଏ ନଥିବାରୁ ବଡମସିଙ୍ଗ ଠାରୁ ଡେଙ୍ଗାକୁଲକୁ ରାସ୍ତା ସଂଯୋଗ ହୋଇପାରିନାହିଁ । ମନେ ହେଉଛି ସତେ ଯେମିତି ସହର ଡେଇଁ ଗାଁ ରେ ପହଞ୍ଚି ପାରୁନାହିଁ ବିକାଶ ଓ ସରକାରୀ ଯୋଜନା । ଶିକ୍ଷା ସ୍ବାସ୍ଥ୍ୟ ଭଳି ଅତ୍ୟାବଶ୍ୟକ ସେବା ପାଇଁ ଯିବାକୁ ହେଲେ ଏହି ନଦୀ ପାର କରିବାକୁ ପଡ଼ିଥାଏ । ଯଦ୍ୱାରା ପ୍ରତି ମୁହୁର୍ତ୍ତରେ ସେମାନଙ୍କ ପ୍ରତି ବିପଦ ସୃଷ୍ଟି ହେଉଛି । ଛାତ୍ର ଛାତ୍ରୀ ମାନଙ୍କ ଅସୁବିଧା କହିଲେ ନସରେ , ସ୍କୁଲ କଲେଜ ଯିବାକୁ ହେଲେ ପିଲାଙ୍କୁ କାନ୍ଧରେ ବସାଇ ନଦୀ ପାର କରିବାକୁ ପଡ଼ିଥାଏ ।

ତାହା କେତେ ବିପଦପୂର୍ଣ୍ଣ ଆପଣ ମାନେ ଅନୁଭବ କରିପାରୁଥିବେ । ଫଳରେ ପିଲାମାନେ ପାଠ ପଢା ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି । ବର୍ଷା ଋତୁରେ ଦୀର୍ଘ ଚାରିମାସ କାଳ ଏହି ଗ୍ରାମ ଗୁଡିକ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ । ଫଳରେ ଜରୁରୀକାଳୀନ ସେବା ପାଇଁ ବିପଦପୂର୍ଣ୍ଣ ଭାବେ ନଦୀ ପାର କରିବାକୁ ପଡ଼ିଥାଏ ।

ଏହି ଅବସ୍ଥାକୁ ଦୃଷ୍ଟିରେ ରଖି କୁକୁଵାଇ ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ଏଯାବତ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବାର ନାଁ ନେଉନାହିଁ । ବାରମ୍ବାର ପ୍ରଶାସନକୁ ଜଣାଇବା ପରେ ଆଖିଦୃଶିଆ ଭାବେ ଥରେ ଗୁଣପୁର ଆର ଡି JE ଓ SDO ଓ ଦୁଇଥର ମାନ୍ୟବର ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଉକ୍ତ ଅଞ୍ଚଳ ପରିଦର୍ଶନ କରି ଯାଇଛନ୍ତି । କିନ୍ତୁ ଆଜିଯାଏଁ କିଛି କାର୍ଯ୍ୟ ହୋଇପାରିନାହିଁ । ଏ ସମ୍ବନ୍ଧରେ ମାନବାଧିକାର କମିଶନ ପକ୍ଷରୁ ଜିଲ୍ଲାପାଳ, ମୂଖ୍ୟମନ୍ତ୍ରୀ, 5T ସଚିବ, ଚିଫ ସେକ୍ରେଟାରୀ ଓ ଚିଫ ଡେଭଲପମେଣ୍ଟ କମିଶନର ଓଡ଼ିଶାଙ୍କ ଗୋଚରାର୍ଥେ ଏକ ଅନୁରୋଧ ପତ୍ର ପଠାଯାଇଛି । ତେବେ ଏହି ଉପାନ୍ତ ଅଞ୍ଚଳର ଦୁଃଖ ରାଜଧାନୀରେ କେବେ ପହଞ୍ଚୁଛି ଓ ସରକାରଙ୍କ କୃପା ଦୃଷ୍ଟି କେବେ ଏ ଅଞ୍ଚଳବାସୀଙ୍କ ଉପରେ ପଡୁଛି ଦେଖିବାକୁ ବାକି ରହିଲା ।