Friday, March 29, 2024

Top 5 This Week

Related Posts

1. Big News : ପରିବା ଚଢାଦର ଗରିବ ମୁଣ୍ଡ ରେ ଠେଙ୍ଗା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୫/୭) : ଗଜପତି ଜିଲ୍ଲା କାଶୀନଗର ବଜାର ରେ ପରିବା ଚଢା ଦର ରେ ବିକ୍ରୀ ହେଉଥିବାରୁ ଗରିବ, ଖଟିଖିଆ ବହୁ ଅସୁବିଧା ରେ ପଡିଛନ୍ତି l

ଗତ ଏକ ସପ୍ତାହ ହେଲା ବିଭିନ୍ନ ପରିବା ଆକାଶ ଛୁଆଁ ଦର ହେତୁ ସାଧାରଣ ବର୍ଗ ତଥା ଗରିବ ଖଟିଖିଆ ମାନେ ପରିବା ଆଉ କିଣି ଖାଇ ପାରୁ ନାହାନ୍ତି l ଯଦି କେହି ଗରିବ ଲୋକ ର ବିବାହ, ବ୍ରତ, ଘର ପ୍ରତିଷ୍ଠା ରେ ଭୋଜି କରିବା ଆହୁରି କଷ୍ଟ ଦାୟକ ହୋଇପଡିଛି l ବଜାର ରେ ବାଇଗଣ ଦର ୪୦ ରୂ ୫୦ ଟମାଟୋ ୧୩୦ ଟଙ୍କା, ଆଲୁ ୩୦, ସଜନା ୧୦୦ ଟଙ୍କା, ଜନହି ୬୦, ସାରୁ ୫୦ ଟଙ୍କା ଏଭଳିକି କଞ୍ଚା ଲଙ୍କା ୧୫୦ ରୁ ୨୦୦ ଟଙ୍କା, ଭେଣ୍ଡି ୫୦ ରହିଛି l

୫୦୦ ଟଙ୍କାରେ ବ୍ୟାଗ ମଧ୍ୟ ପୁରୁନି, କେନ୍ଦ୍ର ସରକାର ଖାଇବା ତେଲ ରେ ୫% ଟ୍ୟାକ୍ସ କମାଇ ଥିବା ବେଳେ ଏପଟ ସ୍ଥାନୀୟ ବଜାର ଗୁଡିକ ରେ କାହିଁକି ଏପରି ଦର ହୁ ହୁ ହୋଇ ବଢୁଛି, ଦର ନିୟନ୍ତ୍ରଣ କରାଯାଉ ନାହିଁକି ଆମଦାନୀ ମଧ୍ୟ ସରକାର କରୁନାହାନ୍ତି l ଶୀତଳ ଭଣ୍ଡାର ଅନ୍ତତଃ ପ୍ରତ୍ୟେକ ବ୍ଲକ ଓ ଜିଲ୍ଲାରେ କରିଥିଲେ ଏଭଳି କୁତ୍ରିମ ଅଭାବ ହୋଇ ପାରି ନ ଥାନ୍ତା, ଗରିବ ଲୋକ ଙ୍କ ଉପରେ ଏହାର ସିଧା ପ୍ରଭାବ ପଡୁଛି l ଏଣୁ ସରକାର ହାଟ ବାନ୍ଧି ନ ବସି କିଛି ଗୋଟାଏ କରିବା ଆବଶ୍ୟକ ହୋଇ ପଡିଛି l

Popular Articles