Friday, August 14, 2020
Home Corona Lockdown ମୁନିଗୁଡା କ୍ଵାରିଣ୍ଟାଆନ୍ କ୍ୟାମ୍ପରେ ଅଘଟଣ :-ଛାତରୁ ଖସି ଜଣେ ପ୍ରବାସୀ ଗୁରୁତର

ମୁନିଗୁଡା କ୍ଵାରିଣ୍ଟାଆନ୍ କ୍ୟାମ୍ପରେ ଅଘଟଣ :-ଛାତରୁ ଖସି ଜଣେ ପ୍ରବାସୀ ଗୁରୁତର

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ମୁନିଗୁଡା (୮/୬/୦୨୦): ସନ୍ଧ୍ୟାରେ ରାୟଗଡା ଜିଲ୍ଲା ମୁନିଗୁଡା ଆଦର୍ଶ ବିଦ୍ୟାଳୟରେ ହୋଇଥିଵା କ୍ଵାରିଣ୍ଟାଆନ୍ କ୍ୟାମ୍ପରେ ଥିଵା ଜଣେ ପ୍ରବାସୀ ଛାତରୁ ପଡି ଗୁରୁତର ଅବସ୍ଥାରେ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ଡାକ୍ତର ସଞ୍ଜୟ କୁମାର ପ୍ରକାଶ କରିଛନ୍ତି।

ବିବରଣୀରୁ ପ୍ରକାଶ ମୁନିଗୁଡା ଵ୍ଲକ ଶିବପଦର ଗ୍ରାମର ବାବୁଲା ପଲକିଆ ୩୨କେରଳରୁ କାର୍ଯ୍ୟ କରି କରୋନା ଭୟରେ ନିଜ ଗ୍ରାମକୁ ଆସୁଥିଲା। ପ୍ରଶାସନ ପକ୍ଷରୁ ଖଵର ପାଇ ବାବୁଲାକୁ ସମସ୍ତ ବ୍ୟବସ୍ଥା ସହ ଆଦର୍ଶ ଵିଦ୍ୟାଳୟରେ ହୋଇଥିଵା କ୍ଵାରିଣ୍ଟାଆନ୍ କ୍ୟାମ୍ପରେ ରଖାଯାଇଥିଲା। ହେଲେ ସେଠାରେ ଦେଖାଶୁଣା କରିବାକୁ କେହି ରହୁନଥିବାରୁ ପ୍ରବାସୀ ମାନେ ଏଣେ ତେଣେ ଵୁଲା ବୁଲି କଲେ ମଧ୍ୟ କହିବାକୁ କେହି ନାହାନ୍ତି। ଏହି ସୁଯୋଗରେ ବାବୁଲା ସେହି କ୍ୟାମ୍ପର ଦୁଇମହଲା ଛାତ ଉପରକୁ ଯାଇ ତଳେ ପଡିଯାଇ ମୁଣ୍ଡ ଓ ଗୋଡ ଗୁରୁତର ଆଘାତ ଘଟିଥିଲା। ସେଠାରେ ପ୍ରଶାସନ ତରଫରୁ କେହି ନଥିବାରୁ ଲୋକମାନେ ପୋଲିସ କୁ ଖଵର ଦେଇଥିଲେ ଖବର ପାଇ ଆଇ ଆଇ ସି ଶ୍ରୀରାଜେନ୍ଦ୍ର ପ୍ରସାଦ ଦେହୁରୀ ଓ ପୋଲିସ୍ ଟିମ୍ ଏବଂ ବିଡିଓ ଦିଲିପ୍ କୁମାର ଵେହେରା ପହଞ୍ଚି ମୁନିଗୁଡା ସ୍ଵାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରାଇଥିଲେ। ସ୍ଵାସ୍ଥ୍ୟ ଅଵସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ରାୟଗଡା ଜିଲ୍ଲା ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିବା ଡାକ୍ତର ସଞ୍ଜୟ କୁମାର ପ୍ରକାଶ କରିଛନ୍ତି। ଏହି କ୍ୟାମ୍ପରେ କେଉଁ ମାନେ ଦାୟିତ୍ବରେ ଥିଲେ ଏବଂ ଘଟଣା ଘଟିବା ସମୟରେ କାହିଁକି ସେମାନେ ନଥିଲେ, ଅପରପକ୍ଷରେ କେଉଁ ପରିସ୍ଥିତିରେ ଏପରି ଦୁର୍ଘଟଣା ଘଟିଲା ଏହାର ତଦନ୍ତ ହେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: