Thursday, March 28, 2024

Top 5 This Week

Related Posts

ଗାଧୋଇବା ପାଇଁ ଯାଇଥିଲେ, ଗଳା କାଟି ହତ୍ୟା କଲେ ଦୁର୍ବୃତ୍ତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୫/୦୭) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଡ଼ମା ଗାଁରେ ଯୁବକଙ୍କୁ ଗଳା କାଟି ହତ୍ୟା କରାଯାଇଛି l ମୃତକ ଜଣକ ହେଲେ ଝିଞ୍ଜିରି ଗୁଡ଼ା ପଞ୍ଚାୟତ ଗଡ଼ମା ଗ୍ରାମର ମହେଶ୍ୱର ମାଝୀ l

ସୂଚନା ମୁତାବକ ଗତକାଲି ରାତିରେ ମହେଶ୍ୱର ଗାଧୋଇବା ପାଇଁ ଘରୁ ଯାଇଥିବା ବେଳେ କେହି ଦୁର୍ବୁତ୍ତ ତାଙ୍କ ଗଳା କାଟି ହତ୍ୟା କରିଛି l ସୂଚନା ପାଇ ବ୍ରାହ୍ମଣୀ ଗାଁ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାର ଅଧିକ ତଥ୍ୟ ଜାଣିବା ପାଇଁ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ପହଞ୍ଚି ଅଧିକ ତଦନ୍ତ କରିବା ନେଇ ବ୍ରାହ୍ମଣୀ ଗାଁ ଥାନା ତରଫରୁ ସୂଚନା ମିଳିଛି l ଅନ୍ୟ ପକ୍ଷରେ ଏ ନେଇ ମୃତକଙ୍କ ପରିବାର ତରଫରୁ ଏ ଯାଏଁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ତଦନ୍ତ ଜାରି ରଖିଛି l

Popular Articles