Friday, March 29, 2024

Top 5 This Week

Related Posts

1. Big News : ମନ୍ମୟ ଯିବେ ଥାଇଲାଣ୍ଡ : ଅନ୍ତର୍ଜାତୀୟ ସଫ୍ଟ ଟେନିସ୍ ପାଇଁ ମନୋନୀତ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୦୫/୦୭) : ରାୟଗଡା ଜିଲ୍ଲା ର ବିଷମକଟକର ପୁଅ । ମନ୍ମୟ ଯିବେ ଥାଇଲାଣ୍ଡ । ସଫ୍ଟ ଟେନିସ୍‌ ଟୁଣ୍ଡାମେଣ୍ଟରେ ଅଂଶଗ୍ରହଣ କରିବାକୁ ଓଡିଶାରୁ ମନୋନୀତ ହୋଇଥିବା ୩ ଜଣ ସବ୍‌ଜୁନିଅର ଖେଳାଳୀଙ୍କ ମଧ୍ୟରେ ଅଛନ୍ତି ମନ୍ମୟ ପଟ୍ଟନାୟକ (୧୫) ।

ମନ୍ମୟ ଯିବେ ଥାଇଲାଣ୍ଡ : ଆସନ୍ତା ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ପାଟାୟାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ସପ୍ନ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବାକୁ ଜାତୀୟ ଟିମ୍‌ରେ ସେ ସାମିଲ ହୋଇଛନ୍ତି । ସର୍ଜ୍ଜୁନିଅର ୧୫ବର୍ଗରେ ସେ ଅଂଶଗ୍ରହଣ କରିବେ । ଏ ନେଇ ଆମେନ୍ୟୁର ସଫ୍ଟ ଟେନିସ୍ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି । ଗତ ଡିସେମ୍ବର ମାସରେ ଅହମ୍ମଦାବାଦରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ସଫ୍ଟ ଟେନିସ୍ ପ୍ରତିଯୋଗିତାରେ ଓଡିଶାରୁ ଅଂଶ ଗ୍ରହଣ କରି ଚମତ୍କାର ଖେଳ ପ୍ରଦର୍ଶନ କରି ଚୟନ କମିଟିର ନଜରକୁ ଆସିଥିଲେ ।

ସେ ଜାତୀୟ ପ୍ରତିଯୋଗିତାରେ ସଫଳତା ପାଇନଥିଲେ ବି ଅନ୍ତର୍ଜାତୀୟ ଟୁଣ୍ଡାମେଣ୍ଟ ପାଇଁ ଚୟନ ହୋଇଥିବାରୁ ବହୁତ ଖୁସିଥିବା କହିଛନ୍ତି । ପାଟାୟାରେ ହେବାକୁ ଥିବା ପ୍ରତିଯୋଗିତାରେ ସେ ଦେଶ ପାଇଁ ଗୌରବ ଆଣିବେ ବୋଲି ଦୃଢ ଆଶାବାଦୀ ଥିବା କହିଛନ୍ତି । ବିଷମକଟକର ବାସିନ୍ଦା ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଓ ଗରିଷ୍ଟ ଆଇନି ଯିବି ଦିଲ୍ଲୀପ ପଟ୍ଟନାୟକଙ୍କ ବଡ ପୁଅ ହେଉଛନ୍ତି ମନ୍ମୟ ପଟ୍ଟନାୟକ ।

ମନ୍ମୟ ଯିବେ ଥାଇଲାଣ୍ଡ । ସେ ପିଲା ଦିନରୁ ହିଁ ଖେଳ ପ୍ରତି ରୁଚି ରଖୁଥିଲେ । ଓ ସେ ଜଣେ ଭଲ କୁନି ତବଲା ବାଦ୍ୟକାର ଭାବେ ପରିଚିତ, ସେଥିପାଇଁ ତାଙ୍କ ବାପା ମନ୍ମୟ କୁ ବିଷମକଟକରୁ ନେଇ ଭୁବନେଶ୍ୱରସ୍ଥିତ ଶିବାନନ୍ଦ ସେଣ୍ଟିନାରୀ ବାଳକ ବିଦ୍ୟାଳୟରେ ୭ମ ଶ୍ରେଣୀରେ ନାମ ଲେଖାଇଥିଲେ । ସେ ଭଲ କ୍ରୀଡା ପ୍ରଦର୍ଶନ କରିବାରୁ ତାଙ୍କୁ ସ୍କୁଲର ୪୦ତମ ପ୍ରତିଷ୍ଠା ଦିବସରେ ସମ୍ବଦ୍ଧନା ଦିଆଯାଇଛି । ତାଙ୍କ ବଡ଼ ବାପା ସୀମାଞ୍ଚଳ ପଟ୍ଟନାୟକ ଜଣେ ଦକ୍ଷ ଫୁଟବଲ ଓ ଭଲିବଲ ଖେଳାଳି ଥିଲେ । ବଡ଼ ବାପାଙ୍କ ପ୍ରୋତ୍ସାହନରେ ସେ ଖେଳ ପ୍ରତି ଆକୃଷ୍ଟ ହୋଇଥିଲେ । ମନ୍ମୟ ଅନ୍ତର୍ଜାତୀୟ ଖେଳାଳି ଭାବେ ମନୋନୀତ ହୋଇଥିବାରୁ ଅନେକ ମହଲ ରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Popular Articles