Thursday, October 1, 2020
Home District News ଏଫଡିଆର ଅନୁଦାନ ନେଇ ଛକପଞ୍ଝା, ଲୋଇସିଂହା

ଏଫଡିଆର ଅନୁଦାନ ନେଇ ଛକପଞ୍ଝା, ଲୋଇସିଂହା

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା(୦୯/୦୬): ଗତ ବର୍ଷ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବଲାଂଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅଧିନ ରେଙ୍ଗାଲି, ଜିଏସ ଡୁଙ୍ଗୁରିପାଲି, କୁଶମେଲ, ଉପରବାହାଲ, ରତାଖଣ୍ଡି, ତଳିଉଡାର, ବାଦୀମୁଣ୍ଡା, ବାଦୀଵାହାଲ, ବାନିପାଲି, ମାଗୁରବେଡା ପ୍ରଭୃତି ପଂଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।

ଅନେକ ଗ୍ରାମକୁ ଯୋଗାଯୋଗ କରୁଥିବା ରାସ୍ତା ବିଛିନ୍ନ ହୋଇ ପଡିବା ସହିତ ପୋଲ ଗୁଡିକ ମଧ୍ୟ ଭାଙ୍ଗି ଯାଇଥିଲା । ସେଗୁଡିକର ତୁରନ୍ତ ମରାମତି କରାଯିବା ସକାଶେ ବନ୍ୟା କ୍ଷୟକ୍ଷତି ଜନିତ ମରାମତି (ଫ୍ଲଡ଼ ଡେମେଜ ରିପେୟାରିଂ ବା ଏଫଡ଼ିଆର ) ପାଇଁ ପ୍ରାୟ ୧ କୋଟି ୩୭ ଲକ୍ଷ ୫୫ ହଜାର ଟଙ୍କା ଅନୁଦାନ ଆସିଛି । ପିଡ଼ି ଡିଆରଡିଏ ଙ୍କ ପତ୍ରାଙ୍କ ନ – ୪୮୨, ତା -୧୧/୦୨/୨୦୨୦ ରେ ପ୍ରାୟ ଚାରି ମାସ ହେଲା ଏହି ଅନୁଦାନ ଅର୍ଥ ବ୍ଲକକୁ ଆସି ପଡି ରହିଥିଲେ ମଧ୍ୟ ତାହାର ସୁବିନିଯୋଗ କରାଯିବା ଦିଗରେ ବ୍ଲକ କର୍ତ୍ତୃପକ୍ଷ କୌଣସି ଆଗ୍ରହ ପ୍ରକାଶ କରୁ ନ ଥିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଆଗକୁ ବର୍ଷା ଋତୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଅଦ୍ୟାବଧି ଅନେକ ରାସ୍ତା ତଥା ପୋଲକାମ ସମ୍ପୂର୍ଣ ହୋଇପାରି ନାହିଁ । ଅନେକ ସ୍ଥାନରେ ଘାଇ ଗୁଡିକ ମୁକୁଳା ହୋଇ ପଡି ରହିଛି । ଏଭଳି ସ୍ଥିତିରେ ଆଗାମୀ ବର୍ଷାଋତୁ ପୂର୍ବରୁ ଏଫଡିଆର ଅର୍ଥର ବିନିଯୋଗ ପୂର୍ବକ ରାସ୍ତା ଓ ପୋଲ ଗୁଡିକର ମରାମତି କରା ନ ଗଲେ ପୁଣି ଅନେକ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡିବ ବୋଲି ରେଙ୍ଗାଲି ସରପଞ୍ଚ ଘାସିରାମ ରାଜପୁତ ଓ ସମିତି ସଭ୍ୟ ବ୍ୟାସଦେବ ଥନାପତି ଅଭିଯୋଗ କରିଛନ୍ତି ।

ଅପରପକ୍ଷରେ ଏଫଡ଼ିଆର କାମ ହାତେଇବା ପାଇଁ ନିଜକୁ ସ୍ଥାନୀୟ ବିଧାୟକଙ୍କ ପାଖ ଲୋକ ବୋଲାଉଥିବା କିଛି କୁଜିନେତା ବ୍ଲକ ପ୍ରଶାସନ ଉପରେ ପ୍ରବଳ ଚାପ ପକାଉଥିବା ଅଭିଯୋଗ ହେଉଛି । କେବଳ ସେତିକି ନୁହେଁ, ବ୍ଲକର ଜନୈକ ବରିଷ୍ଠ ଅଧିକାରୀ କିଛି ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ମୋଟା ଅଙ୍କର ଅର୍ଥ ବିନିମୟରେ ଏହି କାମ ଗୁଡିକ ଦେଇ ମାଲେମାଲ ହୋଇଥିବା ଅଭିଯୋଗ ହେଉଛି । ରାଜନୈତିକ ଛକପଞ୍ଝା ଓ ପ୍ରଶାସନିକ ଅଧିକାରୀଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ରାସ୍ତାକାମ ବିଳମ୍ବିତ ହେଉଥିବା ବେଳେ ସାଧାରଣ ଜନତା ଆଗାମୀ ଦିନରେ ଅସୁବିଧାର ସମ୍ମୁଖୀନ ହେବା ନିଶ୍ଚିତ ବୋଲି ଆଲୋଚନା ହେଉଛି । ଅଭିଯୋଗ ନେଇ ଲୋଇସିଂହା ବିଡ଼ିଓ ରାମଚନ୍ଦ୍ର ଖାଡିଆଙ୍କୁ ପଚାରିବା ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ । ବଲାଂଗୀର ଜିଲାପାଳ ଓ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଏଥିପ୍ରତି ସ୍ବତନ୍ତ ଭାବେ ଦୃଷ୍ଟି ଦେଇ ପଦକ୍ଷେପ ନେବା ସକାଶେ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: