1. Best News : ସମାଜ ର ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କୁ ଶ୍ରୀ ଗୋପାଳଜୀ ଯୋଗାଳୟ ପକ୍ଷ ରୁ ସମ୍ବର୍ଦ୍ଧନା ଜ୍ଞାପନ

0
86
ସମାଜ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୁବର୍ଣ୍ଣପୁର, (୦୩/୦୭) : ସମାଜ ର ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କୁ ଶ୍ରୀ ଗୋପାଳଜୀ ଯୋଗାଳୟ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ : ସୁବର୍ଣ୍ଣପୁର ଶ୍ରୀ ଗୋପାଳଜୀ ଯୋଗାଳୟ ପକ୍ଷ ରୁ ଅନୁଷ୍ଠାନ ପ୍ରତି ଉଲ୍ଲେଖନୀୟ ଅବଦାନ ଥିବା ବଦାନ୍ୟ ବ୍ୟକ୍ତି ତଥା ସୁବର୍ଣ୍ଣପୁର ଜ଼ିଲ୍ଲା ଜଳ ପରିମଳ ବିଭାଗ ର ଅବସର ପ୍ରାପ୍ତ ଇଂ ବିଭୁ ପ୍ରସାଦ ପଣ୍ଡା ଓ ତାଙ୍କ ଧର୍ମ ପତ୍ନୀ କଳ୍ପନା ପଣ୍ଡା ଙ୍କ ସମେତ ଉଲୁଣ୍ଡା ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ୍ୟ ଆଶାରାମ ପୁଝାରୀ ଓ ବିଶିଷ୍ଠ ବ୍ୟବସାୟୀ ଚୈତନ୍ୟ ପତି ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l

ସମାଜ ର ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କୁ ଶ୍ରୀ ଗୋପାଳଜୀ ଯୋଗାଳୟ ପକ୍ଷ ରୁ ସମ୍ବର୍ଦ୍ଧନା ଜ୍ଞାପନ : ଇଂ ପଣ୍ଡା ଙ୍କ କାର୍ଯ୍ୟକାଳ ରେ ଶୃଙ୍ଖଳା, ସମୟାନୁବର୍ତ୍ତିତl, ଓ ଉତ୍ସର୍ଗୀକୃତ ସେବା ଓ ପାନୀୟ ଜଳ ଯୋଗାଣ କ୍ଷେତ୍ର ରେ ରେକର୍ଡ ସଫଳତା ଉପରେ ସ୍ୱାଗତ ଅଭିଭାଷଣ ରେ ପ୍ରଦୀପ ପୁରୋହିତ ବକ୍ତବ୍ୟ ରଖିଥିଲେ l ଶ୍ରୀ ପଣ୍ଡା ଅନୁଷ୍ଠାନ ର ଶ୍ରଦ୍ଧା ଓ ପରିବେଶ ପ୍ରତି ବିମୁଗ୍ଧ ହୋଇ ଏ ଅନୁଷ୍ଠାନ ପ୍ରତି ମୋର ସଦା ସର୍ବଦା ସହଯୋଗ ଜାରି ରଖିବି ବୋଲି ମତ ରଖି ଜ଼ିଲ୍ଲା ରେ ୮୦ % ପାନୀୟ ଜଳ ର ସମସ୍ୟା ସମlଧାନ କରିଥିବା ଓ ସିଧା ସଳଖ ଲୋକ ଙ୍କ ସମସ୍ୟା କୁ ବୁଝି ସମାଧାନ ପ୍ରୟାସ କରିଛି ବୋଲି କହିଥିଲେ l

ପ୍ରାଣାୟାମ ର ଉପଯୋଗୀ ଉପରେ ବହୁ ମୂଲ୍ୟ ମତ ରଖି ମୋର କର୍ମ କ୍ଷେତ୍ର ଚାର ଭଟା ଯୁକ୍ତ ଦୁଇ କଲେଜ କୁ ମୋଡେଲ କଲେଜ ଭାବରେ ଗଢିଛି ବୋଲି ଅଧ୍ୟାପିକା ଶ୍ରୀମତୀ ପଣ୍ଡା ମତ ରଖିଥିଲେ l ସଭାରେ ଅନୁଷ୍ଠାନ ସମ୍ପାଦକ ଆର୍ତ୍ତ ତ୍ରାଣ ବାବୁ, ଅନୁଷ୍ଠାନ ର ଅଧ୍ୟକ୍ଷ୍ୟ ସନ୍ତୋଷ ପାଢ଼ୀ, ସଂଯୋଜକ ନିରଞ୍ଜନ ତ୍ରିପାଠୀ ମଞ୍ଚlସିନ ଥିବା ବେଳେ ଶିକ୍ଷାବିଦ ପ୍ରଦୀପ ପୁରୋହିତ ସଭା ପରିଚାଳନା କରିଥିଲେ l ଐତିହାସିକ ସୁଦାମ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l