ଋଣ ସୁଝିବା ପାଇଁ ମାନସିକ ଚାପ ପଡିବାରୁ ଝୁଲିପଡିଲେ ବୃଦ୍ଧ ଦମ୍ପତି

0
68
ପଡିବାରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୦୨/୦୭) : ପୁରୀ ଜିଲ୍ଲା କଣାସ ବ୍ଲକରେ ଘରୋଇ ଫାଇନାନ୍ସ କମ୍ପାନୀର ଦାଦାଗିରି । ଋଣ ସୁଝିବା ପାଇଁ ମାନସିକ ଚାପ ପଡିବାରୁ ଘରେ ରଶି ଲଗାଇ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

ଅଁଳାଯୋଡି ଉପରସାହି ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତ ଦମ୍ପତି ବାନାମ୍ବର ବେହେରା ବୟଷ ଏବଂ ବନିତା ବେହେରା । ଗତ ରାତିରେ ଫାଇନାନ୍ସ କମ୍ପନୀର କର୍ମଚାରୀ ମାନେ କିସ୍ତି ଟଙ୍କା ପାଇଁ ଘରେ ପହଁଞ୍ଚିଥିଲେ । ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ କିସ୍ତି ଟଙ୍କା ପାଇଁ ଘରେ ବସି ରହିଥିଲେ । ବୃଦ୍ଧ ଦମ୍ପତିଙ୍କ ପାଖରେ ଟଙ୍କା ନଥିବା ଜଣାଇବା ପରେ ବି କର୍ମଚାରୀ ମାନେ ଘରୁ ବାହାରିନଥିଲେ । ଶେଷରେ ଭୋରୁ ଭୋରୁ ଘର ଭିତରେ ସ୍ବାମୀ ସ୍ତ୍ରୀ ଆତ୍ମହତ୍ୟା କରିଥିଲେ ।