ସାରା ଭାରତରେ ଛୁଇଁଲା ମୌସୁମୀ

0
67
ସାରା ଭାରତରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୨/୦୭) : ସାରା ଭାରତରେ ଛୁଇଁଲା ମୌସୁମୀ। ଆଜି ସାରା ଦେଶକୁ ଅଗ୍ରସର ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସ୍ବାଭାବିକ ତାରିଖ ୮ ଜୁଲାଇ ପରିବର୍ତ୍ତେ ୬ ଦିନ ଆଗରୁ ସାରା ଦେଶକୁ ଅଗ୍ରସର ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।

ସ୍ବାଭାବିକ ତାରିଖ ୮ ଜୁଲାଇ ପରିବର୍ତ୍ତେ ୬ ଦିନ ଆଗରୁ ସାରା ଭାରତରେ ଅଗ୍ରସର ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୨୪ ଘଣ୍ଟାରେ ୧୩ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଗତ ୩୦ ଘଣ୍ଟା ଧରି ଗୁଜରାଟରେ ପ୍ରବଳ ବର୍ଷା ଜାରି ରହିଛି। ୧୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ଷ ଯୋଗୁ ବନ୍ୟା ସ୍ଥିତି ଉପୁଜିଛି । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ SDRF ଏବଂ ଏୟାରଫୋର୍ସକୁ ନିୟୋଜିତ କରାଯାଇଛି । ହିମାଚଳରେ ପ୍ରବଳ ବର୍ଷା ଏବଂ ଭୂ-ସ୍ଖଳନ ଫଳରେ ସପ୍ତାହେ ଭିତରେ ୨ ଜଣଙ୍କ ମୃତ୍ୟୁ ହେଲାଣି ସେପଟେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ୧୩ ଘଣ୍ଟା ଧରି ବଦ୍ରିନାଥ ଏନଏଚକୁ ବନ୍ଦ କରାଯାଇଛି ।