Saturday, August 8, 2020
Home District News ବିନିକା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ:୨ଗିରଫ, ୫୦ଲିଟର ମଦ ଓ ବାଇକ ଜବତ

ବିନିକା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ:୨ଗିରଫ, ୫୦ଲିଟର ମଦ ଓ ବାଇକ ଜବତ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୦୪/୦୬): ରାମପୁର ମୁଖ୍ୟ ରାସ୍ତାର ଡଭଲା ଛକଠାରେ ଏକ ବାଇକ ଯୋଗେ ଦୁଇ ଜଣ ବ୍ୟକ୍ତି ଅଖା ବସ୍ତାରେ ଭର୍ତ୍ତି କରି ଚୋରା ମଦ ଚାଲାଣ କରୁଥିବା ନେଇ ବିନିକା ଅବକାରୀ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ |

ସେଠାରୁ ୫୦ଲିଟର ଦେଶୀ ମଦ ଓ ବାଇକ ଜବତ କରିବା ସହ ସମ୍ପୃକ୍ତ ଥିବା ଦୁଇ ଜଣ ବ୍ୟକ୍ତି ଗିରଫ ହୋଇଥିଲେ | ସେମାନେ ହେଲେ ଚେରୁପାଲି ଓ ସିନ୍ଦୁରପୁର ଗାଁର ଜଗବନ୍ଧୁ ସାଗର (୨୬) ଓ ନରେନ୍ଦ୍ର ବିଭାର (୨୦), ଉଭୟଙ୍କ ନାରେ ଅବକାରୀ ବିଭାଗ ପକ୍ଷରୁ ମକଦ୍ଦମା ରୁଜୁ କରିବା ସହ ଗିରଫ କରି ବିନିକା କୋଟକୁ ପଠାଯାଇଥିଲା | କିନ୍ତୁ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ ଜେଲ ହଜାତକୁ ପଠାଇ ଦିଆଯାଇଛି । ଏହି ଚଢ଼ାଉ ବେଳେ ଅବକାରୀ ନିରୀକ୍ଷକ ରମ୍ଭା ବାଗ, ଏ ଏସ ଆଇ ପ୍ରଦୀପ କୁମାର ରଥ, କେଶବ ଧାରୁଆ, କନେଷ୍ଟବଳ ଗଣେଶ ଭୋଇ, ଭେଙ୍କଟରମଣ ଓ ଡୋଳାମଣି ଭୋଇ ପ୍ରମୁଖ ଏହି ଚଢ଼ାଉରେ ସାମିଲ ହୋଇଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: