Advertisements
Thursday, July 9, 2020
Home District News ଅସହାୟ ଲୋକ କଳାକାର ମାନଙ୍କୁ ସହାୟତା ପ୍ରଦାନ

ଅସହାୟ ଲୋକ କଳାକାର ମାନଙ୍କୁ ସହାୟତା ପ୍ରଦାନ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (୪/୬): ତାଲାବନ୍ଦ ଯୋଗୁଁ ଲୋକ କଳାକାର ମାନେ ଅନେକ ଅସୁବିଧା ଭିତରେ କାଳାତିପାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡିଶା କଳାକାର ସଂଘ ତରଫରୁ ଅସହାୟ ଲୋକ କଳାକାର ମାନଙ୍କୁ ପର୍ଯ୍ୟାୟ କ୍ରମେ ସହାୟତାର ହାତ ବଢା ଯାଇଛି ।

ଏଇ ପରି ପ୍ରେକ୍ଷରେ ପଦ୍ମପୁର ରି କ୍ରିଏସନ୍ ସେଣ୍ଟର ଠାରେ ସଂଘର ସଭାପତି ପ୍ରଦୀପ କୁମାର ଦେବତାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆସି ବୋଡାସମ୍ବର ଅଞ୍ଚଳର ଲୋକ କଳାକାର ମଲ୍ଲି ଫୁଲ ଲୁହାର, ଗୁରୁବାରୁ ସୁନା, ସୁରୁ ବିଭାର,ଭିକାରୀ କୁମ୍ଭାର, ବ୍ରହ୍ମା ବାଗ, ପ୍ରମୋଦ ନାୟକ, ପୁଷ୍ପା ତାଣ୍ଡି, କୁର୍ମୁ ସିନ୍ଦୁର,ପଦ୍ମିନୀ ଷାଣ୍ତ,ଗୋପାଳ ସୁନା, ନାରାୟଣ ଏଣଜା ପ୍ରଭୃତି ଙ୍କୁ ନିତ୍ଯ ବ୍ଯବହାର୍ଯ୍ଯ ଜିନିଷର ପୁଡିଆ ଗୁଡିକ ବଣ୍ଟନ କରିଥିଲେ । ଆବଶ୍ୟକତା ଅନୁସାରେ ଆଗକୁ ଆହୁରି କଳାକାର ମାନଙ୍କୁ ପୁଡିଆ ପ୍ରଦାନ କରାଯିବ ବୋଲି ଦେବତା ପ୍ରକାଶ କରିଛନ୍ତି । ଏହି ପ୍ରତିନିଧି ଦଳରେ ଶଙ୍କର ପଟ୍ଟନାୟକ, ଅଶ୍ବିନୀ କୁମାର ପଣ୍ଡା, ଜନକ ସେଠ,ଚିନ୍ମୟ ଭୋଇ, ବିକାଶ ମଲ୍ଲିକ, ରମେଶ ଗୁର୍ଲା, ଗୋପବନ୍ଧୁ ଶିକା,ବିଶ୍ରାମ ମେହେର, ଅଶ୍ବିନୀ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜେନିତ୍ ମହାବିଦ୍ୟାଳୟ ପଦ୍ମପୁରରେ ବନ ମହୋତ୍ସବ ସପ୍ତାହ ପାଳିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ପଦ୍ମପୁର ଜେନିତ ମହା ବିଦ୍ୟାଳୟ ତରଫରୁ ବନ ବିଦ୍ୟାଳୟର ସପ୍ତାହ ପାଳିତ ହୋଇଯାଇଛି ।...

ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେରଙ୍କ ସଫଳତା

ରିପୋର୍ଟ : ଦ୍ରୌପଦ ନାୟକ //ବଙ୍ଗୋମୁଣ୍ଡା,ବଲାଙ୍ଗୀର (୦୮/୦୭): ସଙ୍ଗୀତ ଜଗତ ର ସଫଳ ନିର୍ଦେଶକ ବୃନ୍ଦାବନ ମେହେର।ପଶ୍ଚିମ ଓଡ଼ିଶା ର ସଙ୍ଗୀତ କହିଲେ ସାଧାରଣତଃ ସମ୍ବଲପୁରୀ ଗୀତ କୁ...

ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୮/୦୭): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଦିନକୁ ଦିନ କରୋନା...

ଅବକାରୀ ବିଭାଗ ର ଚଢ଼ାଉ, ବିପୁଳ ପରିମାଣ ପୋଚ୍ଚ ଓ ଦେଶୀ ମଦ ଜବତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୮/୦୭): ରାୟଗଡା ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ...

Recent Comments

%d bloggers like this: