Advertisements
Thursday, July 9, 2020
Home Corona Lockdown ରାୟଗଡରେ କଭିଡ ଚିହ୍ନଟ ହେଲା ପରେ କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ଥିତି ପରଖିଲେ ଉପଜିଲ୍ଲାପାଳ

ରାୟଗଡରେ କଭିଡ ଚିହ୍ନଟ ହେଲା ପରେ କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ଥିତି ପରଖିଲେ ଉପଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ (୦୪/୦୬): ଗତକାଲି ରାୟଗଡରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହରର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବରେ ରାମକୃଷ୍ଣ ନଗର ଓ ଓଡ଼ଗୁଡାକୁ ଘଷଣା କରାଯାଇଛି ।ଏହି ସବୁ ଅଞ୍ଚଳ ସଟଡାଉନ କରାଯାଇଛି ଓ ସମସ୍ତ ପ୍ରକାର ଗମନାଗମନ ଆଦିବନ୍ଦ ବନ୍ଦ କରିଦିଆଯାଇଛି ।

ଏହି ସବୁ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଵ। ପାଇଁ ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଜିଲ୍ଳାପାଳ ଦାୟିତ୍ୱ ପ୍ରଦାନ କରିଛନ୍ତି । ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ତହସିଲଦାର ଶ୍ରୀ ଉମାଶଙ୍କର ବେହେରାଙ୍କ ସହିତ ସ୍ଥାନୀୟ ରାମକୃଷ୍ଣ ନଗର ଓ ଅଡ଼ଗୁଡା ଗ୍ରାମକୁ ଯାଇ ଲୋକମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ ।ଏହା ସହିତ ବିଶୋଧନ, ଓ ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ ଉପରେ ପର୍ଯ୍ୟବେକ୍ଷଣ କରିଥିଲେ ।

ଯୋଗାଣ ବିଭାଗ ତରଫରୁ ଶୁଖିଲା ଖାଦ୍ୟ ଯଥା ଚାଉଳ-୫କେଜି,ଡାଲି ୧କେଜି,ପିଆଜ ଓ ଆଳୁ ୨କିଲୋଗ୍ରାମ ଲେଖାଏଁ, ତେଲ ୧କେଜି,ଲୁଣ ୧ପ୍ୟାକେଟ କରି ୫୦ ପରିବାରକୁ ଦିଆଯାଇଛି। ସେହିପରି ସ୍ବାସ୍ଥ୍ୟ ବିଭାଗ ତରଫରୁ ଆଶାକର୍ମୀ,ଅଙ୍ଗନବାଡି,ଓ ଏନମ ମିଶି ତିନିଟି ଅଞ୍ଚଳ ଯଥା-ରାମକୃଷ୍ଣ ନଗର ,ଓଡ଼ଗୁଡା ଓ ବସଷ୍ଟାଣ୍ଡ ଏରିଆରେ ରୋଗୀ ସଂସ୍ପର୍ଶ ଉପରେ ସର୍ବେକ୍ଷଣ କରିବେ ଓ ତାଲିକା ପ୍ରସ୍ତୁତ କରିବେ । ଆଜିଠାରୁ ରୋଗୀର ସିଧାସଳଖ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ, ସ୍ବାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ ବିଭଗୀୟ କର୍ମଚାରୀ ଓ ଦିଲ୍ଲୀରୁ ସାଙ୍ଗରେ ଆସିଥିବା ଵ୍ୟକ୍ତିଙ୍କ ସ୍ବାବ ସଂଗ୍ରହ କରାଯାଉଛି ଓ ତାହା ପରୀକ୍ଷା ନିମନ୍ତେ ପଠାଯିବ । ପୌରପରିଷଦ ରାୟଗଡ ତରଫରୁ ଏହିସବୁ ଅଂଚଳରେ ବିଶୋଧନ କରା ଯାଉଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜେନିତ୍ ମହାବିଦ୍ୟାଳୟ ପଦ୍ମପୁରରେ ବନ ମହୋତ୍ସବ ସପ୍ତାହ ପାଳିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ପଦ୍ମପୁର ଜେନିତ ମହା ବିଦ୍ୟାଳୟ ତରଫରୁ ବନ ବିଦ୍ୟାଳୟର ସପ୍ତାହ ପାଳିତ ହୋଇଯାଇଛି ।...

ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେରଙ୍କ ସଫଳତା

ରିପୋର୍ଟ : ଦ୍ରୌପଦ ନାୟକ //ବଙ୍ଗୋମୁଣ୍ଡା,ବଲାଙ୍ଗୀର (୦୮/୦୭): ସଙ୍ଗୀତ ଜଗତ ର ସଫଳ ନିର୍ଦେଶକ ବୃନ୍ଦାବନ ମେହେର।ପଶ୍ଚିମ ଓଡ଼ିଶା ର ସଙ୍ଗୀତ କହିଲେ ସାଧାରଣତଃ ସମ୍ବଲପୁରୀ ଗୀତ କୁ...

ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୮/୦୭): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଦିନକୁ ଦିନ କରୋନା...

ଅବକାରୀ ବିଭାଗ ର ଚଢ଼ାଉ, ବିପୁଳ ପରିମାଣ ପୋଚ୍ଚ ଓ ଦେଶୀ ମଦ ଜବତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୮/୦୭): ରାୟଗଡା ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ...

Recent Comments

%d bloggers like this: