Friday, April 26, 2024
Home Blog

ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ଜୟନ୍ତୀ ପାଳିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୬/୦୪) : ନବ ଉତ୍‌କଳର ନିର୍ମାତା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ଜୟନ୍ତୀ ପାରଳାଖେମୁଣ୍ଡି ସ୍ଥିତ ପୌରପରିଷଦ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି ।

ବିଧାୟକ ପ୍ରାର୍ଥୀ ଇଂ. ରୂପେଶ ପାଣିଗ୍ରାହୀ ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟ ଠାରେ ଥିବା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ତାଙ୍କ ସହିତ ଥିଲେ ରାଣୀ କଲ୍ୟାଣୀ ଦେବୀ, ପୌରପରିଷଦ ଅଧ୍ୟକ୍ଷ ନିର୍ମଳା ସେଠୀ, ଉପାଧ୍ୟକ୍ଷ ଲେଙ୍କା ମଧୁ, ସାଧାରଣ ସମ୍ପାଦକ ପ୍ରଦୀପ ନାୟକ, ନାନୁ ପଟ୍ଟନାୟକ, ଜମିନ୍ଦର ପଟ୍ଟନାୟକ, ବାବୁଲା ବେହେରା ଓ ପୌରପାଳିକା ୱାର୍ଡ କାଉନସିଲ ଉପସ୍ଥିତ ଥିଲେ । ପରେ ପାରଳାଖେମୁଣ୍ଡିର ବିଭିନ୍ନ ଅଞ୍ଚଳକୁ ଯାଇ ସେଠାରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ଜୟନ୍ତୀ ପାଳନ କରିଥିଲେ । ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ଅବଦାନ ଗଜପତି କାହିଁ ସାରା ଓଡ଼ିଶାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ଶ୍ରୀ ପାଣୀଗ୍ରାହୀ ସାମ୍ବାଦିକମାନଙ୍କୁ କହିଛନ୍ତି ।

ବାଇକ ଚୋରି କରୁଥିଲେ, ୬ଜଣ ଗିରଫ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୨୬/୦୪) : କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବାଇକ ଚୋରି କରୁଥିବା ୬ ଜଣ ଲୁଟେରାଙ୍କୁ ଗିରଫ କରିଛି ସାରଙ୍ଗଡ଼ ପୁଲିସ । ଗିରଫ ମାନଙ୍କ ଠାରୁ ଲୁଟ୍‌ ହୋଇଥିବା ୬ଟି ବାଇକକୁ ପୁଲିସ ଜବତ କରିଛି ।

ଜି.ଉଦୟଗିରି ଏସଡ଼ିପିଓ ବିଜୟ କୁମାର ବିଶିଙ୍କ ସୂଚନା ଅନୁସାରେ, ଲୁଟେରା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଜଣକ ହେଉଛି ଗୁଞ୍ଜିବାଡ଼ି ଗାଁ’ର ମୁକେଶ ଦିଗାଳ । ତାଙ୍କରି ନେତୃତ୍ୱରେ ଦାରିଙ୍ଗବାଡ଼ି, ବାଲିଗୁଡ଼ା ଓ ନୟାଗଡ଼ ଅଞ୍ଚଳର ୫ ଜଣ ଯୁବକ ଏହି ଗ୍ୟାଙ୍ଗର ସଦସ୍ୟ ଅଟନ୍ତି । ଗିରଫ ଲୁଟେରା ମାନେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବାଇକ ଚୋରି କରି କମ ଦାମରେ ଅନ୍ୟକୁ ବିକ୍ରି କରୁଥିଲେ। ଏହି ଗ୍ୟାଙ୍ଗରେ କେଉଁ ମାନେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ଖୁବ ଶୀଘ୍ର ଚିହ୍ନଟ କରି ଗିରଫ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।

ଜଙ୍ଗଲରେ ଚାଲିଥିଲା ଦେଶୀ ମଦ ପ୍ରସ୍ତୁତି; ଚଢ଼ାଉ କଲା ଅବକାରୀ ବିଭାଗ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୨୬/୦୪) : ଜଙ୍ଗଲରେ ଚାଲିଥିଲା ଦେଶୀ ମଦ ପ୍ରସ୍ତୁତି । ଅବକାରୀ ବିଭାଗ ଚଢ଼ାଉ କରି ଜବତ କଲା କୁଇଣ୍ଟାଲ କୁଇଣ୍ଟାଲ ପୋଚ ସହ ଦୁଇଶହ ଲିଟର ଦେଶୀ ମଦ ।

ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଗଣୁଆ ଫରେଷ୍ଟ ଓ ପାଟମୁଣ୍ଡା ଜଙ୍ଗଲରେ । ଗଣୁଆ ଫରେଷ୍ଟ ଓ ପାଟମୁଣ୍ଡା ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତି ଚାଲିଥିବା ଅବକାରୀ ବିଭାଗ କୌଣସି ସୂତ୍ରରେ ଖବର ପାଇଥିଲା। ଗତକାଲି କୋଇଡା ଅବକାରୀ ବିଭାଗ ଲହୁଣୀପଡା ଅବକାରୀ ବିଭାଗ ଓ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଓ ଚମ୍ପୁଆ ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ାଉ କରିଥିଲା । ଅବକାରୀ କର୍ମଚାରୀଙ୍କୁ ଦେଖି ଛତ୍ର ଭଙ୍ଗ ଦେଇଥିଲେ ମଦ ମାଫିଆ । ପରେ ଅବକାରୀ ବିଭାଗ ଚଢ଼ାଉ କରି କୁଇଣ୍ଟାଲ କୁଇଣ୍ଟାଲ ପୋଚ ସହ ୨୦୦ଲିଟର ଦେଶୀ ମଦ ଜବତ କରିଥିଲା । ଏହାସହ ମଦ ପୋଚ ନଷ୍ଟ କରିଥିଲା।ଜଙ୍ଗଲରେ ମଦ ପ୍ରସ୍ତୁତ ପଛରେ ଏକ ବଡ଼ ରାକେଟ କାମ କରୁଥିବା ଅନୁମାନ କରାଯାଉଛି । ଏହାର ଚେର ବାହାର ରାଜ୍ୟ ପର୍ଯ୍ୟନ୍ତ ଲମ୍ବିଛି କି ନାହିଁ ତାହା ତଦନ୍ତ କରୁଛି ଅବକାରୀ ବିଭାଗ ।

ଧୂଳି ଗୁଣ୍ଡରେ ଅତିଷ୍ଠ ବିନିକା ବାସୀ, ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୬/୦୪) : ସୁବର୍ଣ୍ଣପୁର ଜିଲ୍ଲା ଅର୍ଜୁନପୁର ରୁ ଡୁଙ୍ଗୁରିପାଲି ରାସ୍ତା ପ୍ରଶସ୍ତି କରଣ କାମ ଚାଲିଛି । କାମ ମନ୍ଥର ଗତିରେ ଚାଲୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।WhatsApp Image 2024 04 26 at 09.54.29 1 ଧୂଳି ଗୁଣ୍ଡରେ ଅତିଷ୍ଠ ବିନିକା ବାସୀ, ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି

ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଜନସାଧାରଣ ସରକାର ଙ୍କ ପ୍ରତି ତୀବ୍ର ସମାଲୋଚନା କରୁଛନ୍ତି । ପ୍ରାୟ ୧୨୮ କୋଟି ୮୫ଲକ୍ଷ ଟଙ୍କା ବ୍ୟୟରେ ଏହି ରାସ୍ତା କାମ ଦୀର୍ଘ ଦିନରୁ ଚାଲିଛି । ହେଲେ ବିଭାଗୀୟ ଉଚ୍ଚ କତୃପକ୍ଷ ରାସ୍ତା କାମ ପ୍ରତି ଦୃଷ୍ଟି ଦେଉନଥିବାରୁ କାମ ମନ୍ଥର ଗତିରେ ଚାଲୁଥିବା ସହିତ ନିମ୍ନ ମାନର ମଧ୍ୟ ହେଉଥିବା ଅଭିଯୋଗ ହେଉଛି । ବିନିକା ସହରରେ ରାସ୍ତା କାମ ହେଉନଥିବାରୁ ଚାରିଚକିଆ ଯାନ ଗଲେ ଧୂଳି ଗୁଣ୍ଡରେ ଲୋକେ ଢାଙ୍କି ହେଇଯାଉଛନ୍ତି । ରାସ୍ତାରେ ବହୁ ମାତ୍ରା ରେ ବଡ଼ବଡ଼ ମାଲବାହୀ ଟ୍ରକ ଯାଉଛି । ରାସ୍ତାରେ ଟ୍ରକ ଗଲେ ଆଖପାଖ ଦୋକାନ ର ଲୋକେ, ବାଇକ ଆରୋହି ଏବଂ ପଥଚାରି ଧୂଳି ଧୂସର ହୋଇ ପଡୁଛନ୍ତି ।

ବିନିକା ସହର ସମେତ ଵିସାଲପାଲି ଛକ ପର୍ଯ୍ୟନ୍ତ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ରାସ୍ତା କାମ ତ ନିର୍ମାଣ କରିବା ତ ଦୂରର କଥା ନିୟମିତ ଭାବରେ ରାସ୍ତା ରେ ପାଣି ମଧ୍ୟ ଦିଆଯାଉନାହିଁ । ଯଦି ଏଭଳି ଅବସ୍ଥା ଆଉକିଛି ଦିନ ରହିବ ତେବେ ବିନିକା ଅଞ୍ଚଳବାସୀ ଆଗକୁ ଶ୍ୱାସରୋଗ ରୋଗ ରେ ପଡିବେ ବୋଲି ଜନସାଧାରଣ ରେ ଆଲୋଚନା ହେଉଛି । ଏଭଳି ଅବସ୍ଥା ଯୋଗୁଁ ଅତ୍ୟନ୍ତ ଜରୁରୀ କାମ ନଥିଲେ ଆଖପାଖ ଗ୍ରାମର ଲୋକେ ବିନିକା ସହରକୁ ଆସିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ।

ଏଥିଯୋଗୁ ସରକାର ଙ୍କ ପ୍ରତି ଜନସାଧାରଣଙ୍କ ଅସନ୍ତୋଷ ତୀବ୍ରତର ହେବାରେ ଲାଗିଛି । ଚଳିତ ସାଧାରଣ ନିର୍ବାଚନ ରେ ଲୋକଙ୍କ ଅସନ୍ତୋଷର ପ୍ରଭାବ ରାଜ୍ୟ ସରକାର ଙ୍କୁ ଅଡୁଆରେ ପକାଇ ପାରେ ବୋଲି ବୁଦ୍ଧିଯିଵୀ ମହଲରେ ଆଲୋଚନା ହେଉଛି । ତେଣୁ ତୁରନ୍ତ ରାସ୍ତା ର ପ୍ରଶସ୍ତି କରଣ କରିବା ସହିତ ରାସ୍ତା କାମ ଚାଲୁ ରହିବା ପର୍ଯ୍ୟନ୍ତ ନିୟମିତ ଭାବରେ ରାସ୍ତାରେ ପାଣି ସିଞ୍ଚନ କରିବାକୁ ଜନସାଧାରଣ ରେ ଦାବୀ ହେଉଛି ।

କାଶୀନଗର ଏନ ଏ ସି ରେ ତିନିଗୋଟି ଦଳୀୟ କାର୍ଯ୍ୟାଳୟ କୁ ଉଦଘାଟନ କଲେ ରୁପେଶ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୫/୪) : ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜେଡ଼ି ପଶିଣ ପ୍ରାର୍ଥୀ ହୋଇଥିବା ରୁପେଶ ପାଣିଗ୍ରାହୀ ଆଜି କାଶୀନଗର ଟାଉନ ରେ ବିଭିନ୍ନ ୱାର୍ଡ ବୁଲିବା ସହ ଦଳୀୟ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି ।

ଆଜି ସନ୍ଧ୍ୟା ରେ ବସ ଷ୍ଟାଣ୍ଡ ନିକଟ ରେ ଥିବା ଦଳୀୟ କାର୍ଯ୍ୟାଳୟ ଓ ଫୋରେଷ୍ଟ ଗେଟ ରେ ମଧ୍ୟ ଉଦଘାଟନ କରିଥିଲେ ବିଜେଡ଼ି ପ୍ରର୍ଥୀ ଇ. ରୁପେଶ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାଵରା ତିରୁପତି ରାଓ, ବିଜେଡ଼ି ଉପ ସଭାପତି କାରିମି ମଧୁ, ଟାଉନ ବିଜେଡ଼ି ସଭାପତି ଆର ଚେଲାପତି ରାଓ, ଉପାଧ୍ୟକ୍ଷ ରଘୁରାମ ସାହୁ, ମହିଳା ନେତ୍ରୀ ମାନସୀ ପାଣିଗ୍ରାହୀ, ରାଜେଶ ପାଣିଗ୍ରାହୀ, ଯୋଗ ଦେଇଥିଲେ । ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ ଓ ବହୂ ଜିଲ୍ଲା ସ୍ତରୀୟ ନେତା ମଧ୍ୟ ଉପସ୍ଥିତ ଥିଲେ ।

ୱାର୍ଡ ୫ ର ସଭ୍ୟ କରିକାନା ରାଜେଶ, ୱାର୍ଡ ୨ ର ପୂର୍ବତନ ସଭ୍ୟ ଶ୍ରୀ ଏଲ ଏନ ରାଓ,କରିକାନା ତେଜା, ନୂତନ ଭାବେ ଦଳ ରେ ମିଶିଥିବା ୱାଇ. ଧନଞ୍ଜୟ ମଧ୍ୟ ଦଳ ରେ ମିଶିଥିଲେ । ଗଣ ମାଧ୍ୟମ ର ପ୍ରତିନିଧି ମାନଙ୍କୁ ସୂଚନା ଦେଇ ଶ୍ରୀ ପାଣିଗ୍ରାହୀ କହିଥିଲେ କି କାଶୀନଗର ଭୋଟର ବିଜେଡ଼ି କୁ ଭୋଟ ଦେଇଥିଲେ ପୌର ନିର୍ବାଚନ ରେ, ଓ ମହିଳା, ମାନେ, ଛାତ୍ର ଛାତ୍ରୀ ଓ ଯୁବକ ମାନେ ବିଜେଡ଼ି ଉପରେ ଭରସା କରିଛନ୍ତି । ନବୀନ ଙ୍କ ବିକାଶ ଧାରା ବଜାୟ ରହିବ ପାରଳାଖେମୁଣ୍ଡି ଭୋଟର ବିଜେଡ଼ି କୁ ଭୋଟ ଦେଇ ପୁଣି ବିକାଶ କୁ ଚାଲୁ ରଖିବେ ବୋଲି କହିଥିଲେ ।

ଗତ କାଲି ବିଜେ ଡି ଛାଡି ବିଜ୍ଞ୍ୟାପିତ ଅଂଚଳ ପରିଷଦ ଅଧ୍ୟାକ୍ଷା ସୁଧାରଣୀ ଚାଲିଯିବା ପରେ ବିଜେଡ଼ି ଉପରେ କଣ ପ୍ରଭାବ ପଡିବ ବୋଲି ପ୍ରଶ୍ନ ରେ କିଛି ପ୍ରଭାବ ପଡିବ ନାହିଁ, ଓ ଆହୁରି ବହୂ ୱାର୍ଡ କଉନ ସିଲର ତାଙ୍କ ସହ ଯୋଗାଯୋଗ ରେ ଅଛନ୍ତି ବୋଲି କହିଥିଲେ ।

ଲୋକଙ୍କ କାମର ହିସାବ ଦେବା ସହ ନିର୍ବାଚନ ପ୍ରଚାର ମଙ୍ଗ ସମ୍ଭାଳିଲେ ଷ୍ଟାର ପ୍ରଚାରକ ପାଣ୍ଡିଆନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୬/୪) : ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ଭି କେ ପାଣ୍ଡିଆନ କୋରାପୁଟ ଜିଲ୍ଲାରେ ଆରମ୍ଭ କରିଛନ୍ତି ନିର୍ବାଚନ ପ୍ରଚାର ।WhatsApp Image 2024 04 26 at 09.53.52 1 ଲୋକଙ୍କ କାମର ହିସାବ ଦେବା ସହ ନିର୍ବାଚନ ପ୍ରଚାର ମଙ୍ଗ ସମ୍ଭାଳିଲେ ଷ୍ଟାର ପ୍ରଚାରକ ପାଣ୍ଡିଆନ

ଲୋକଙ୍କ କାମର ହିସାବ ଦେବା ସହ ନିର୍ବାଚନ ପ୍ରଚାର ମଙ୍ଗ ସମ୍ଭାଳିଲେ ଷ୍ଟାର ପ୍ରଚାରକ ପାଣ୍ଡିଆନ । ଆଜି ପିଣ୍ଡିଆନ ଗୁଣପୁର ଗସ୍ତ କରି ଏକ ସାଧାରଣ ସଭାର ଉଦବୋଧନ ଦେଇ ସିଧା ସଳଖ ବିରୋଧୀଙ୍କୁ ଟାର୍ଗେଟ କରି କରିଥିଲେ ସରକାରଙ୍କ ସଫଳତା ଦେଖି ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କୋରାପୁଟ ସାଂସଦ ଅଞ୍ଚଳରେ ଉନ୍ନତି ପାଇଁ ଗୋଟେ ଇଟା ବି କେଉଁଠି ପକାଇ ନାହାନ୍ତି ବିରୋଧୀ । ଆଜି ଗୁଣପୁରରେ ହୋଇଥିବା ଜନସମାବେଶ ବିରୋଧୀଙ୍କ ନିଦ ହଜାଇଦେଵ ବୋଲି କହିଥିଲେ । ନବୀନ ସରକାରଙ୍କ ଜନହିତକର ଯୋଜନା କୁ ଆଖି ଆଗରେ ରଖି ଚଳିତ ନିର୍ବାଚନରେ ମଧ୍ୟ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବା ପାଇଁ ଯୋଡ଼ି ଶଙ୍ଖ ରେ ଭୋଟ ଦେବାକୁ କରିଥିଲେ ।

ଗୋଟେ ଭୋଟ ଗୁଣପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗ ଓ ଅନ୍ୟ ଗୋଟେ ଭୋଟ କୋରାପୁଟ ସାଂସଦ ପ୍ରାର୍ଥୀନୀ କୈାଶଲ୍ୟା ହିକକାଙ୍କୁ ଦେବାକୁ ଅନୁରୋଧ କରିଥିଲେ । ମଞ୍ଚରେ ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗ ଓ ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକକା ଉପସ୍ଥିତ ରହି ନବୀନ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରି ଭୋଟ ଭିକ୍ଷା କରିଥିଲେ ।

କାର୍ଯ୍ୟକ୍ରମରେ ବିଜେଡି ର ଜିଲ୍ଲା ସଭାପତି ଏନ୍ ଭାଷ୍କର ରାଓ , ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର ଦାସ ସମେତ ବହୁ ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ରାଜ୍ୟ ଛାତ୍ର ବିଜେଡି ଉପ ସଭାପତି ପିଙ୍କୁ ପଣ୍ଡା , ଯୁବ ବିଜେଡି ନଗର ସଭାପତି ରାମ ପଣ୍ଡା, ବ୍ଲକ ଯୁବ ସଭାପତି ବାସା ଶତପଥୀ , ବାବା ପ୍ରସାଦ , ମୁନା ପାଣି ଓ ବହୁ ଦଳୀୟ କର୍ମୀ ପରିଚାଳନା କରିଥିଲେ ।

ସିପିଆଇ (ଏମ ଏଲ) ଲିବରେସନ ତରଫରୁ ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ କ୍ରୀଷ୍ଣା ପାଲାକା ଏମ୍ ଏଲ ଏ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୫/୪) : ଆଜି ସିପିଆଇ (ଏମ୍ ଏଲ) ଲିବରେସନ ତରଫରୁ ରାୟଗଡ଼ା ନିର୍ବାଚନ ମଣ୍ଡଳୀ ର ଏମ୍ ଏଲ ଏ ପ୍ରାର୍ଥୀ ଭାବେ ଆଦିବାସୀ ନେତା କ୍ରିଷ୍ଟା ପାଲାକା ନାମାଙ୍କନ ଦାଖଲ କରିଛନ୍ତି ।WhatsApp Image 2024 04 26 at 09.53.51 1 ସିପିଆଇ (ଏମ ଏଲ) ଲିବରେସନ ତରଫରୁ ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ କ୍ରୀଷ୍ଣା ପାଲାକା ଏମ୍ ଏଲ ଏ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ

ଗଣତନ୍ତ୍ର ଓ ସମ୍ବିଧାନ ବିପଦରେ ପଡିଛି, କେନ୍ଦ୍ରର ବିଜେପି ସରକାର ଆଜି ଦେଶକୁ ଖଣ୍ଡ ଖଣ୍ଡ କରି ଦେବାକୁ ଷଡଯନ୍ତ୍ର କରିଛି ଏବଂ ଦେଶର ସମ୍ପଦ କୁ ବଡବଡ ପୁଞ୍ଜିପତି ମାନଙ୍କ ହାତରେ ଟେକି ଦେଉଛନ୍ତି । ଦରବୃଦ୍ଧି ହୁ ହୁ ହୋଇ ବଢିବା ସହ ବେକାର ସମସ୍ୟା ଚରମ ସୀମାରେ ପହଞ୍ଚିଲାଣି । ଦେଶର ଅନ୍ନଦାତା ଆଜି ଆତ୍ମହତ୍ୟା କରୁଛି । ରାଜ୍ୟର ବିଜେଡ଼ି ସରକାର ସବୁ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସମର୍ଥନ କରୁଛନ୍ତି । ରାଜ୍ୟ ସରକାର ଏଯାବତ ଦାଦନ ରୋକିବାରେ ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି । ଜନସାଧାରଣ ଆର୍ଶ୍ରୀବାଦ ରହିଲେ ଆଗାମୀ ଦିନରେ ଏକ ବିକଶିତ ଓଡ଼ିଶା ଗଠନ କରାଯିବ ବୋଲି ସିପିଆଇ (ଏମ୍ ଏଲ) ଲିବରେସନର ଏମ୍ ଏଲ ଏ ପ୍ରାର୍ଥୀ କ୍ରୀଷ୍ଣା ପାଲାକା କହିଛନ୍ତି ।

ରାଜ୍ୟରୁ ଦୂର୍ନୀତି ହଟାଇ ଏକ ସୁସ୍ଥ ଓଡ଼ିଶା ଗଠନ ପାଇଁ ତିନି ତାରା ପତାକା ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦେଇ କ୍ରୀଷ୍ଣା ପାଲାକାଙ୍କୁ ଜୟଯୁକ୍ତ କରାଇବା ପାଇଁ ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ ଅନୁରୋଧ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଶରତ ଚନ୍ଦ୍ର ତ୍ରିପାଠୀ, ଆଛାନା ମଣ୍ଡାଙ୍ଗି, ବୈଷ୍ଟମ ଉଲାକା, ରବର୍ଟ ଜାନି, ନବିନ ମାଝୀ, ଲବସିଂ ମାଝୀ, ରାଧାମା ତାଡିଗିଂ, ସୁଭଦ୍ରା ଉଲାକା ପ୍ରମୁଖ ଉପସ୍ଥିତ ଥିଲେ ।

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୬/୦୪) : ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ । ମୃତକଙ୍କ ନାଁ ହେଉଛି ସ୍ମୃତି ରେଖା ବରାଳ ଓ ଶୁଭଶ୍ରୀ ବରାଳ । ତାଙ୍କ ଘର ହେଉଛି ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଡଭାର ଗାଁ’ରେ ବୋଲି ଜଣାପଡ଼ିଛି ।

ଡଭାର ଗାଁରେ ଥିବା ବଡ଼ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଦୁଇ ଭଉଣି। ସେଠାରେ ଗଧୋଇଲା ବେଳେ ପାଣିରେ ବୁଡ଼ି ଯାଇଥିଲେ । ବିଳମ୍ବିତ ସମୟ ଯାଏଁ ଉଭୟ ଘରକୁ ନ ଫେରିବାରୁ ପରିବାର ଲୋକେ ଓ ଗାଁ ଲୋକେ ଖୋଜାଖୋଜି କରିବା ପରେ ଉଭୟଙ୍କୁ ଅଚେତ ଅବସ୍ତାରେ ଗାଁ ଲୋକେ ପୋଖରୀରୁ ଉଦ୍ଧାର କରିଥିଲେ । ଏହା ପରେ ଦୁଇ ଭଉଣୀଙ୍କୁ ସଙ୍ଗେସଙ୍ଗେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରିବାରୁ ଲୋକ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଗୋପ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

୩ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍

ରିପୋର୍ଟ : ଓଡିଶା ନ୍ୟୁଜନ ୨୪ ବ୍ୟୁରୋ //
ସୁନ୍ଦରଗଡ, (୨୬/୦୪) : ୩ ଜଣ ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି ।

ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନଟିପିସି ପାୱାର ପ୍ଲାଣ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ଦର୍ଲିପାଲି ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଗତକାଲି ବିଳମ୍ବିତ ରାତିରେ ୩ଜଣ ଯୁବକ ଏକ ବାଇକ୍ ଯୋଗେ ଯାଉଥିଲେ। ଏହି ସମୟରେ ଏନଟିପିସି ପାୱାର ପ୍ଲାଣ୍ଟ ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଥିଲା ।

ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଆଜି ସକାଳେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଯାତାୟାତ ପ୍ରଭାବିତ ହୋଇଛି । ଉଭୟ ପଟରେ ଗାଡ଼ି ମଟର ଅଟକି ରହିଛି । ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ।

ଆଜି ଓ କାଲି ଭୟଙ୍କର ଗ୍ରୀଷ୍ମ ପ୍ରବାହ; ସିଭିୟର ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୬/୦୪) : କଲବଲ କରୁଛି ପ୍ରଚଣ୍ଡ ଖରାର କୋପ। ତତଲା କଡ଼େଇରେ ସିଝି ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ। ସକାଳ ୮ଟାରୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି ।

ଆଜିଠୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମଲହରି । ସୂର୍ଯ୍ୟଙ୍କ କୋପରେ ଜଳିବ ଉପକୂଳରୁ ଉପାନ୍ତ । ଶୁକ୍ରବାର ଓ ଶନିବାର ଦୁଇ ଦିନ ହିଟୱେଭ୍ ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଓ କାଲି ସ୍ୱଭାବିକ ତାପମାତ୍ରାଠାରୁ ଆହୁରି ୩ରୁ ୬ ଡିଗ୍ରୀ ଯାଏ ତାତି ବଢ଼ିପାରେ । ସେଥିପାଇଁ ସିଭିୟର ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ପାଇଁ ୯ ଜିଲ୍ଲାକୁ ଏହି ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଜିଲ୍ଲାକୁ ଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି । ସେହିପରି ଆସନ୍ତାକାଲି ପାଇଁ ୧୫ ଜିଲ୍ଲାକୁ ରେଡ୍ ଓ ୧୪ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ୨୮ ତାରିଖ ପାଇଁ ସାରା ରାଜ୍ୟକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ପରେ ପୁଣି ମେ’ ୩ରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତକାଲି ରାଜ୍ୟରେ ୩୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଥିଲା ।