ବିଜେପି ର ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ

0
112
ବିଜେପି ର ମଣ୍ଡଳ

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୦୧/୦୭) : କାଶୀନଗର ବ୍ଲକ ଅନ୍ତର୍ଗତ ସିଆଳି ଗ୍ରାମ ଠାରେ ବିଜେପି ର ମଣ୍ଡଳ ସମାବେଶ ମୋ ବୁଥ ସବୁଠୁ ମଜବୁତ ନିମନ୍ତେ ସ୍ଥାନୀୟ ବିଧାୟକ କେ ନାରାୟଣ ରାଓ ଙ୍କ ସଭାପତିତ୍ବ ରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।

ବିଜେପି ର ମଣ୍ଡଳ ସ୍ତରୀୟ ସମ୍ମିଳନୀ ରେ ମଣ୍ଡଳ ସଭାପତି ଉମାଶଙ୍କର ଗନ୍ତାୟତ, ବି ସି ସି ବ୍ୟାଙ୍କ ଡିରେକଟର କେ. କିରଣ କୁମାର, ଅନିଲ କୁମାର, ପୂର୍ବ ତନ ବ୍ଲକ ଅଧ୍ୟକ୍ଷ ଚିତ୍ରୀ ସିମାଦ୍ରୀ, ଗଜପତି କୃଷକ ମୋର୍ଚା ସଭାପତି ପ୍ରଶାନ୍ତ କୁମାର ପାଳ ଖଣ୍ଡବା ପଞ୍ଚାୟତ ସଭାପତି ଭୁବନେଶ୍ୱର ନାୟକଙ୍କ ଉପସ୍ଥିତ ରେ ବୈଠକ ଆରମ୍ଭ ହୋଇଥିଲା । କାଶୀନଗର ବ୍ଲକର ପାଞ୍ଚଟି ପଞ୍ଚାୟତ ସିଆଳି, ଅଲଡା, ଖଣ୍ଡବା, ଗରିବନ୍ଧା ଓ ବୁଦୁରା ପଞ୍ଚାୟତ ମଧ୍ୟରେ ଥିବା ସକ୍ରିୟ ସଦସ୍ୟ ମାନେ ଉପସ୍ଥିତ ରହି ବୁଥ ସ୍ତରରେ କିପରି ମୋଦି ସରକାର ଙ୍କ ଗ୍ରାମ ବିକାଶ ଅଭିମୁଖୀ କାର୍ଯ୍ୟ ମାନ ରହିଛି ସେ ସବୁ ତୃଣ ମୂଳ ସ୍ତର କୁ ଯାଇ ସମସ୍ତ ଜନସାଧାରଣଙ୍କୁ ବୁଝାଇ ସେମାନଙ୍କୁ ସକ୍ରିୟ କରିବାକୁ ପଡିବ ଏବଂ ଆମେ ସମସ୍ତେ ଏକ ଜୁଟ ହୋଇ ବୁଥ ସ୍ତରରୁ ଜନ ସଂଗଠନ କଲେ ଓଡିଶା ରେ ଡବଲ ଇଂଜିନ ସରକାର ଆସିପାରିବ ବୋଲି ସ୍ଥାନୀୟ ବିଧାୟକ ଶ୍ରୀ ନାରାୟଣ ରାଓ ବକ୍ତବ୍ୟ ରଖିଥିଲେ ।