5T ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ବବି ଦାସଙ୍କ ବିନିକା ଅଞ୍ଚଳ ଗସ୍ତ

0
102
5T ସଚିବ ଭି.କେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩୦/୦୬) : ଆସନ୍ତା ଜୁଲାଇ ୪ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭି.କେ ପାଣ୍ଡିଆନ ବିନିକା ଗସ୍ତରେ ଆସୁଛନ୍ତି ।WhatsApp Image 2023 07 01 at 10.40.40 1 5T ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ବବି ଦାସଙ୍କ ବିନିକା ଅଞ୍ଚଳ ଗସ୍ତ

5T ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ଆଜି ସନ୍ଧ୍ୟାରେ ରାଜ୍ୟ ବିଜୁ ଜନତା ଦଳ ସାଂଗଠାନିକ ସାଧାରଣ ସମ୍ପାଦକ, ଯାଜପୁର ବିଧାୟକ ତଥା ଓଡ଼ିଶା କ୍ରିକେଟ ଏସୋସିଏସନର ସଭାପତି ପ୍ରଣବ ପ୍ରକାଶ ଦାସ (ବବି) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗସ୍ତରେ ଆସି ବିଜୁ ପଟ୍ଟନାୟକ ଷ୍ଟାଡିୟମ ଓ ପର୍ଯ୍ୟଟନ ସ୍ଥଳୀ ପୁଣ୍ୟ ପୀଠ ପାପକ୍ଷୟ ଘାଟ ପରିଦର୍ଶନ କରିଥିଲେ । ସ୍ଥାନୀୟ ମହାନଦୀ ସେତୁ ନିକଟ ରେ ଥିବା ବିଜୁ ପଟ୍ଟନାୟକ ଷ୍ଟାଡିୟମ କୁ ପହଞ୍ଚିବା ପରେ ସ୍ପୋର୍ଟସ କ୍ଲବ ସଭାପତି ସୋମନାଥ ମିଶ୍ର ଶ୍ରୀ ଦାସଙ୍କୁ ଉପ ଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଶ୍ରୀ ଦାସ ଙ୍କ ସହ ଆସିଥିବା ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ବରଗଡ଼ ବିଧାୟକ ଦେବେସ ଆଚାର୍ଯ୍ୟ ପ୍ରମୁଖଙ୍କ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ବିଜୁ ପଟ୍ଟନାୟକ ଷ୍ଟାଡିୟମ ଉନ୍ନତିକରଣ ପାଇଁ ଶ୍ରୀ ଦାସ ତାର ପରିସର ବୁଲି ଦେଖିବା ସହିତ ସମସ୍ୟା ଉପରେ ସ୍ପୋର୍ଟସ କ୍ଲବ ସଭାପତି ଙ୍କ ଠାରୁ ଅବଗତ ହୋଇଥିଲେ । ପରେ ପର୍ଯ୍ୟଟନ ସ୍ଥଳୀ ପାପ କ୍ଷୟ ଘାଟ ପରିଦର୍ଶନ କରି ଏହାର ଐତିହ କିମ୍ବଦନ୍ତୀ ଉପରେ ମନ୍ତ୍ରୀ ଶ୍ରୀ ପୂଜାରୀ ଙ୍କ ଠାରୁ ଅବଗତ ହୋଇଥିଲେ । ଏହି ପରିଦର୍ଶନ ସମୟରେ ବିନିକା ଏନଏସି ଅଧ୍ୟକ୍ଷ ସୁବାଶ ଚନ୍ଦ୍ର ଭୋଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ, ବିରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ସୁଧାଂଶୁ ଶେଖର ଦାଶ, ଭିମସେନ ସାହୁ, ମହାବୀର ଅଗ୍ରୱାଲ, ଦ୍ୱାରିକାନାଥ ସାହୁ ପ୍ରମୁଖ ଙ୍କ ସମେତ ବହୁ ବିଜେଡି କର୍ମୀ ସାମିଲ ଥିଲେ ।