Advertisements
Friday, July 3, 2020
Home District News ଭୀମ ଭୋଇଙ୍କ ଉଦ୍ଦେଶ୍ୟରେ ଅପମାନ ଜନକ ଲେଖା ବିରୋଧରେ ଥାନାରେ ଏତଲା ଦେଲେ ବିଶ୍ୱ ହିନ୍ଦୁ...

ଭୀମ ଭୋଇଙ୍କ ଉଦ୍ଦେଶ୍ୟରେ ଅପମାନ ଜନକ ଲେଖା ବିରୋଧରେ ଥାନାରେ ଏତଲା ଦେଲେ ବିଶ୍ୱ ହିନ୍ଦୁ ପରିଷଦ ସମିତି

ରିପୋର୍ଟ: ତ୍ରିନାଥ ଧୁରୁଆ //
ଝରିଗାଁ (୦୧.୩୦.୨୦୨୦): ସନ୍ଥ କବି ଭୀମଭୋଇଙ୍କ ଉଦ୍ଦେଶ୍ୟରେ ଅପମା ନ ଜନକ ଲେଖା ବିରୁଦ୍ଧରେ ଝରିଗାଁ ଥାନାରେ ଏତଲା ଦେଲେ” ବିଶ୍ୱ ହିନ୍ଦୁ ପରିଷଦ ସମିତି ” ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସମିତି ଚେତାବନୀ ଦେଇଛନ୍ତି । ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନାରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ସମିତି ତରଫରୁ ଏକ ଲିଖିତ ଏତଲା ଦାୟର କରାଯାଇଅଛି ।

” ଭୀମଭୋଇ ଆଣ୍ଡ ହିଜ ଫିମେଲ କନସର୍ଟସ ” ନାମକ ପୁସ୍ତକରେ , ଭୁବନେଶ୍ୱର ଶାସ୍ତ୍ରୀ ନଗରର ନିବାସୀ କେଦାର ମିଶ୍ର ନାମକ ବ୍ୟକ୍ତି ପ୍ରକାଶ କରିଥିଲେ ଏବଂ ଏହି ପୁସ୍ତକରେ ଲେଖକ ଲେଖିଛନ୍ତି , ସନ୍ଥକବି ଭୀମଭୋଇ ଯୁବକ ଅବସ୍ଥାରେ ଜଣେ ଲେଡି କିଲୋର ଥିଲେ । ଏହି ଅପମାନ ଲେଖା ଓ କପୋଳ କଳ୍ପିତ ଉକ୍ତି ଯୋଗୁଁ ସମସ୍ତ ହିନ୍ଦୁ ତଥା ସାଧୁ ସନ୍ଥଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି , ଏହି ଘଟଣାକୁ ବିଶ୍ୱ ହିନ୍ଦୁ ପରିଷଦ ସମିତି ଘୋର ନିନ୍ଦା କରିବା ସହିତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଏବଂ ଏହି ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସାଧୁ ସନ୍ଥ ହିନ୍ଦୁ ପ୍ରେମି ଭକ୍ତ ମାନେ କହିଛନ୍ତି । ତେବେ ଆଜି ଝରୀଗାଁ ଥାନାରେ ଅଲେଖ ମହିମା ପରିବାର ରୁ ଗୋବର୍ଧନ ଦାସ ଏଵଂ ଭକ୍ତଙ୍କ ସମେତ ନବରଙ୍ଗପୁର ବିଶ୍ୱହିନ୍ଦୁ ପରିଷଦର ସଭାପତି ବାଳକୃଷ୍ଣ ପଟନାୟକ, ହିନ୍ଦୁସୁରକ୍ଷା ସମିତି ତରଫରୁ ପ୍ରିୟରଞ୍ଜନ ଦାସ, ମଦନ ସାମଲ, ଶିବ ଶତପଥୀ, ପ୍ରମୁଖ ଉପସ୍ଥିତ ଥିଲେ l

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କରୋନା କୁ ନେଇ ଆଇ ଇ ସି ସୁବ୍ରତ ବାଗଚିଙ୍କ ସୂଚନା

ଭୁବନେଶ୍ୱର (୦୩/୦୭): ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଶୁକ୍ରବାର କରୋନା ସମ୍ପର୍କିତ କିଛି ତଥ୍ୟ ଦେଇଛନ୍ତି । ତାଙ୍କ କହିବା ମୁତାବକ, ରାଜ୍ୟରେ କରୋନା ମୁକାବିଲା ପାଇଁ ଆମକୁ...

କୋଦଳା ପୋଲିସ ଦ୍ୱାରା ବିଭିନ୍ନ ରାସ୍ତା ସିଲ୍

ରିପୋର୍ଟ: ରାକେଶ କୁମାର ମହାରଣା //କୋଦଳା(୦୩/୦୭): କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି |...

ଭଳ କରି ନାଆ ବାହାରେ ନାଉରୀ ଝିଅକୁ ମାଡୁଛି ଡର…

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ଭଲ କରି ନାଆ ବାହାରେ ନାଉରୀ ଝିଅକୁ ମାଡୁଛି ଡର…ଏ କେଉଁ ପୁରାତନ କାଳିଜାଇରେ ସଂଧ୍ୟାର ଦୃଶ୍ୟ ନୁହେଁ। ରାଜ୍ୟ...

୭୧ ତମ ବନ ମହୋତ୍ସବ ସପ୍ତାହ ପାଳନ, କଲ୍ୟାଣସିଂପୁର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ତହସିଲ କାର୍ଯ୍ୟ ଳୟ ପରିସରରେ ୭୧ ତମ ବନ ମହୋତ୍ସବ...

Recent Comments

%d bloggers like this: