ଶ୍ରୀ ଗୋପାଳଜୀ ଯୋଗଳୟ କୁ ପରିଦର୍ଶନ କଲେ ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ

0
81
ଶ୍ରୀ ଗୋପାଳଜୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩୦/୦୬) : ସୁବର୍ଣ୍ଣପୁର ଜିଲ୍ଲାର ସର୍ବ ପୁରାତନ ଅନୁଷ୍ଠାନ ଶ୍ରୀ ଗୋପାଳଜୀ ତଡିତ ମନ୍ତ୍ର ଯୋଗାଳୟ ଅନୁଷ୍ଠାନ କୁ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ଆଜି ପରିଦର୍ଶନ ଆସି ଥିଲେ ।

ଶ୍ରୀମତୀ ସିଂ ଦେଓ ଙ୍କୁ ଶ୍ରୀ ଗୋପାଳଜୀ ଯୋଗାଳୟ ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇ ଥିବା ବେଳେ ଏଠାରେ ଏକ ସ୍ଵାଗତ ସମ୍ବର୍ଧନା ସଭା ର ଆୟୋଜନ କରା ଯାଇଥିଲା । ଶିକ୍ଷାବିତ ପ୍ରଦୀପ ପୁରୋହିତ ସଭା ସଂଯୋଜନା ଓ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନ ର ସମ୍ପାଦକ ଆର୍ତ୍ତତ୍ର।ଣ ବାବୁ ବିବରଣୀ ପାଠ କରିଥିଲେ । ମୂଖ୍ୟ ଅତିଥି ଭାବେ ଏମପି ସିଂ ଦେଓ ଯୋଗ ଦେଇ ଯୋଗ କୁ ଆଗକୁ ନେବା ପାଇଁ କେନ୍ଦ୍ର ସରକାର ଙ୍କ ଆୟୁଷ ମନ୍ତ୍ରଣାଳୟ ପାଖରେ ଉପସ୍ଥାପନା କରିବାକୁ ଦୃଢ଼ ପ୍ରତଶ୍ରୁତି ଦେଇ ଯୋଗ ର ମହତ୍ତ୍ଵ ଓ ପରମ୍ପରା କୁ ଜାରି ରଖିଥିବା ଏହି ୩୦ ବର୍ଷର ସର୍ବ ପୁରାତନ ଅନୁଷ୍ଠାନ କୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଯୋଗ ହିଁ ରୋଗ ପ୍ରତିରୋଧକ ଅଟେ ବୋଲି ମତ ରଖି ଏହି ଅଭ୍ୟାସ ସକାରାତ୍ମକ ଦିଗ କୁ ନେଇଥାଏ ବୋଲି କହିଥିଲେ ।

ସଭାରେ ଉପସ୍ଥିତ ଥିବା ସ୍ୱଚ୍ଛ ଭାରତ ସଂଗଠନ ଓ ଯୋଗାଳୟ ଉଭୟ ଅନୁଷ୍ଠାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି ଙ୍କ ମାନସ ସନ୍ତାନ ଭାବେ ପରିଚିତ ଏଣୁ ଆଜି ଉଭୟ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କୁ ସାକ୍ଷାତ୍ କରି ଖୁବ୍ ଆତ୍ମସନ୍ତୋଷ ଲାଭ କରିଛି ବୋଲି ଗଣମାଧ୍ୟମ ପ୍ରତିନିଧି ଙ୍କୁ କହିଥିଲେ । ସଭାରେ ବରିଷ୍ଠ ନେତା ପ୍ରମୋଦ ମହାପାତ୍ର, ୟୋଗାଲୟ ର ବରିଷ୍ଟ ସଭ୍ୟ ଜ୍ୟୋତି ରଂଜନ ପଟ୍ଟନାୟକ, ନିରଞ୍ଜନ ତ୍ରିପାଠୀ ମଞ୍ଚ।ସିନ ଥିଲେ । ଅବସରପ୍ରାପ୍ତ ଅଧ୍ୟାପକ ସନ୍ତୋଷ ପାଢ଼ୀ ଅଧ୍ୟକ୍ଷତା କରିଥିବା ବେଳେ ଜ୍ୟୋତି ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ l ସଭାରେ ଅବସର ପ୍ରାପ୍ତ ଶିକ୍ଷକ ସଂଘ, ବରିଷ୍ଠ ନାଗରିକ ସଂଘ, ରକ୍ତ ଦାତା ସଂଘ, ଓ ସ୍ୱଚ୍ଛ ଭାରତ ସଂଘ ର ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ l