ବିଜେପି ର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ ଅନୁଷ୍ଠିତ

0
90
ବିଜେପି ର ସଂଯୁକ୍ତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩୦/୦୬) : କେନ୍ଦ୍ରରେ ମୋଦୀ ସରକାର ଙ୍କ ଶାସନ ର ୯ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ଜନତା ପାର୍ଟି ତରଫରୁ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ସ୍ଥିତ ହୋଟେଲ ଚନ୍ଦ୍ରମା ଠାରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପି ର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱମ୍ଭର ମିଶ୍ରଙ୍କ ସଞ୍ଚାଳନ ଓ ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ସାଂସଦ କୁମାରୀ ସଙ୍ଗୀତା କୁମାରୀ ସିଂଦେଓ ଯୋଗଦେଇ ବିଭିନ୍ନ ମୋର୍ଚ୍ଚା ପଦାଧିକାରୀ ଏବଂ ଅନ୍ୟ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ସାଂଗଠାନିକ ଉଦବୋଧନ ଦେଇଥିଲେ । ବିଜେପି ର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ କାର୍ଯକ୍ରମ ରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ସମସ୍ତ ୭ଟି ମଣ୍ଡଳର ବିଭିନ୍ନ ମୋର୍ଚ୍ଚା ଏବଂ ଶକ୍ତିକେନ୍ଦ୍ର ସଭାପତି ଓ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାକୁର, ଜିଲ୍ଲା ସାଧାରଣ ସମ୍ପାଦକ ବେଣୁଧର ଦାଶ, ଜିଲ୍ଲାପରିଷଦ ସଦସ୍ୟା ପ୍ରମିଳା କଲତା, ଜିଲ୍ଲା ଉପସଭାପତି ଅଶୋକ ପୃଷ୍ଟି, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଶରତ ଶତପଥୀ, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ସୁରୁଚି ବେହେରା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶିବରାଜ ବେହେରା, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଅନନ୍ତ ପାଣିଗ୍ରାହୀ ମଞ୍ଚାସିନ ଥିବା ସହିତ ଭାଜପା ର ବରିଷ୍ଠ କାର୍ଯ୍ୟକର୍ତ୍ତା ନବକୃଷ୍ଣ ଦନ୍ତା, ଧର୍ମେନ୍ଦ୍ର ସାହୁ, ସମ୍ବିତ ନେପାକ, ଚନ୍ଦ୍ରମା ଅଗ୍ରୱାଲ, ବିଶ୍ଵଦେବ ବଡ଼ପଣ୍ଡା, ଭାଗିରଥି ବାଗ, ନାରାୟଣ ନାୟକ, ବିଶ୍ଵାମିତ୍ର ଭୁଏ, ନଗର ଯୁବମୋର୍ଚ୍ଚା ସଭାପତି ଭୁବନେଶ୍ୱର ପାତ୍ର, ଯଦୁମଣି କର୍ଣ୍ଣ, ରୋହିଣୀ ଡାଙ୍ଗ ପ୍ରମୁଖଙ୍କ ସମେତ ଶତାଧିକ କାଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ପ୍ରଥମରୁ ଭାଜପା ବିନିକା ନଗର ମଣ୍ଡଳ ସଭାପତି ଉସତ୍ କର ସ୍ବାଗତ ଭାଷଣ ଦେଇଥିବାବେଳେ ସଭା ଶେଷରେ ସାଂସଦଙ୍କ ବିନିକା ନଗର ପ୍ରତିନିଧି ପ୍ରଶାନ୍ତ ଚନ୍ଦ୍ର ଦଣ୍ଡସେନା ଧନ୍ୟବାଦ୍ ଅର୍ପଣ କରିଥିଲେ ।