Tuesday, March 19, 2024

Top 5 This Week

Related Posts

କ୍ଷତିପୂରଣ ଦାବି କରି ରାସ୍ତାରୋକ କଲେ ଗ୍ରାମବାସୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୩୦/୦୬) : ପାଟଣାଗଡ଼ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଭଇଷା ଛକରେ ଗତ କାଲି ଏକ ପିକପି ଭେନ ଓଲଟି ଯିବା ଫଳରେ ୧୦ ଜଣ ମହିଳା ଗୁରୁତର ହୋଇଥିଲେ । କ୍ଷତିପୂରଣ ଦାବି କରି ରାସ୍ତାରୋକ କଲେ ଗ୍ରାମବାସୀ ।

ବାହୁଡା ଯାତ୍ରା ପାଇଁ ପାଟଣାଗଡ଼ ରାମପୁର ସ୍ଥିତ ଗଣ୍ଡପଡାର ଏକ ମହିଳା ସଂକୀର୍ତ୍ତନ ଦଳ ବନ୍ଧାନ ଭାଡ଼ିକୁ ନାଚିବାକୁ ଯାଉଥିବା ସମୟରେ ଚାଳକ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଫଳରେ ୧୦ ଜଣରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଘଟଣା ସ୍ଥଳରୁ ଦମକଳ ବାହିନୀ ସାହାଯ୍ୟରେ ଉଦ୍ଧାର କରି ପାଟଣାଗଡ଼ ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ୫ ଜଣଙ୍କର ଅବସ୍ଥା ଅତି ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସା ହେଉଥିବା ବେଳେ ମୁକେଶ ଆର ସୁଲିଆ ଓ ବିଜୟଲଷ୍ମୀ ବାଗଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ମୃତ ଦେହ ନିଜ ପଡାକୁ ପଠା ଯାଇଥିଲା । କ୍ଷତିପୂରଣ ଦାବି କରି ରାସ୍ତାରୋକ କଲେ ଗ୍ରାମବାସୀ । ଘଟଣା ସ୍ଥଳକୁ ଆନ୍ଦୋଳନକାରୀ ମାନେ ପାଟଣାଗଡ ବିଧାୟକଙ୍କୁ ଡାକିଥିଲେ ଶୁଦ୍ଧା ବିଧାୟକ ସରୋଜ କୁମାର ମେହେର ଆସି ନ ଥିବାରୁ ଉତ୍ୟକ୍ତ ଲୋକମାନେ ବିଧାୟକ ଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ନାରାବାଜି ଦେଇଥିଲେ ।

Popular Articles