୧୩ ଜଣିଆ ଡକାୟତି ଗ୍ୟାଙ୍ଗ ଗିରଫ

0
106
ଗିରଫ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୩୦/୦୬) : କଳାହାଣ୍ଡି ପୋଲିସକୁ ବଡ଼ ସଫଳତା । ୧୩ ଜଣିଆ ଡକାୟତି ଗ୍ୟାଙ୍ଗକୁ ଗିରଫ କଲା କଳାହାଣ୍ଡି ପୋଲିସ

୧୩ ଜଣଙ୍କ ମଧ୍ୟରୁ ୧୦ ଜଣ କଳାହାଣ୍ଡି ଏବଂ ୩ ଜଣ ବଲାଙ୍ଗୀର ଜିଲ୍ଲାର । ଡକାୟତି ଗ୍ୟାଙ୍ଗ ଲୋକଙ୍କୁ କମ୍ ଦରରେ ସୁନା ବିକ୍ରି କରିବା ପାଇଁ କହି ତାଙ୍କୁ ଘଟଣା ସ୍ଥଳରେ ଲୁଣ୍ଠନ କରୁଥିଲେ । ଡକାୟତି ଗ୍ୟାଙ୍ଗ ଠାରୁ ୫,୭୪,୫୦୦ ଟଙ୍କା ନଗଦ, ଅସଲି ଏବଂ ନକଲି ସୁନା, ହନୁମାନ ପଇସା, ପୋଲସ ୟୁନିଫର୍ମ, ୧୪ ମୋବାଇଲ ସହ ମାରଣାସ୍ତ୍ର ଜବତ କରିଛି । ଏବାବଦରେ କଳାହାଣ୍ଡି ଆରକ୍ଷୀ ଅଧିକାରୀ ଅଭିଳାଷ ଜି. ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।