Advertisements
Friday, July 3, 2020
Home headline ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //
ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM କାର୍ଡ ଓ ୯ ବାଇକ ଜବତ କରିଛି ପୋଲିସ ।

ଗତ କାଲି ସନ୍ଧ୍ୟାରେ ଗୁଡାରି ପୋଲିସ ଥାନାର ଏସଆଈ ପୁରୋଷୋତ୍ତମ ଜାନିଙ୍କ ନେତୃତ୍ୱରେ ଏକ ଟିମ ପେଟ୍ରୋଲିଂ କରୁଥିବା ବେଳେ ଏକ କାଜୁ ବାଡ଼ରେ ଗଞ୍ଜାଇ ପେକିଙ୍ଗ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ପାଇ ଚଢ଼ାଉ କରିଥିଲେ,ତେବେ ସେହି ସ୍ଥାନରେ ୧୩ ଜଣ ପଲିଥିନ ବସ୍ତାରେ ପେକିଙ୍ଗ କରୁଥିଲେ, ପୋଲିସ ଆସିବା ଜାଣି ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଜଣେ ଅଭିଯୁକ୍ତ ସମୀର ମାଝୀ ନାମକ ବ୍ୟକ୍ତିକୁ ପୋଲିସ କାବୁ କରିପାରିଥିଲେ।

ସେହି ସ୍ଥାନରୁ ୯ଟି ବାଇକ,୭ଟି ATM କାର୍ଡ ସହ ଗୋଟିଏ ଓଜନ ମେସିନ ମିଳିଥିବା ଓ ସେହି ଅଭିଯୁକ୍ତକୁ କେଶ ନଂ ୩୮ ଓ u/s ୨୦ ବି୨ସି NDPC ACT ଅନୁସାରେ ଗିରଫ କରାଯାଇଥିବା ରାୟଗଡା ଏସପି ଶ୍ରବଣ ବିବେକ ଏମ୍ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଗଞ୍ଜାଇ ଚାଲାଣ ରାଜ୍ୟ ବାହାରକୁ ତଥା ବିହାର ଛତିଶଗଡ଼ କୁ ପ୍ରେରଣ ହେଉଥିବା ଓ ଅନ୍ୟ ଫେରାର ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କୋଦଳା ପୋଲିସ ଦ୍ୱାରା ବିଭିନ୍ନ ରାସ୍ତା ସିଲ୍

ରିପୋର୍ଟ: ରାକେଶ କୁମାର ମହାରଣା //କୋଦଳା(୦୩/୦୭): କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି |...

ଭଳ କରି ନାଆ ବାହାରେ ନାଉରୀ ଝିଅକୁ ମାଡୁଛି ଡର…

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ଭଲ କରି ନାଆ ବାହାରେ ନାଉରୀ ଝିଅକୁ ମାଡୁଛି ଡର…ଏ କେଉଁ ପୁରାତନ କାଳିଜାଇରେ ସଂଧ୍ୟାର ଦୃଶ୍ୟ ନୁହେଁ। ରାଜ୍ୟ...

୭୧ ତମ ବନ ମହୋତ୍ସବ ସପ୍ତାହ ପାଳନ, କଲ୍ୟାଣସିଂପୁର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ତହସିଲ କାର୍ଯ୍ୟ ଳୟ ପରିସରରେ ୭୧ ତମ ବନ ମହୋତ୍ସବ...

କୋଭିଡ ନିୟମ ଉଲ୍ଲଘଂନକାରି ଦୋକାନୀଙ୍କୁ ଫାଇଁନ୍

ରିପୋର୍ଟ: ଓଡିଶା ନ୍ୟୁଜ୨୪ବ୍ୟୁରୋ //କର୍ଲାମୁଣ୍ଡା (୦୨/୦୭): କର୍ଲାମୁଣ୍ଡା ସଦର ଠାରେ କୋଭିଡ-୧୯ ଗାଇଡଲାଇନକୁ ଆଖିଆଗରେ ରଖି ଖୁଲାଖୁଲି ଉଲଂଘନ କରିଥିବା କେତେ ଜଣ ଦୋକାନୀଙ୍କଠୁ ଏବଂ ମାସ୍କ୍ ପିନ୍ଧି...

Recent Comments

%d bloggers like this: