Advertisements
Tuesday, July 14, 2020
Home Corona Lockdown ସଂଘରୋଧ ଗୃହରେ ନିମ୍ନମାନର ଖାଦ୍ୟକୁ ନେଇ ପୁଣି ତାତିଲେ ପ୍ରବାସୀ

ସଂଘରୋଧ ଗୃହରେ ନିମ୍ନମାନର ଖାଦ୍ୟକୁ ନେଇ ପୁଣି ତାତିଲେ ପ୍ରବାସୀ

ରିପୋର୍ଟ – ରାକେଶ ମହାରଣା //
କୋଦଳା (୦୧/୦୬): ସଂଗରୋଧ ଗୃହରେ ନିମ୍ନ ମାନର ଖାଦ୍ୟକୁ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ସୁଧା ଗଂଜାମ ଜିଲ୍ଲା କୋଦଳା ପ୍ରଶାସନ ପକ୍ଷରୁ ଆଖି ଦୃଶିଆ ପଦକ୍ଷେପ ନିଆ ନଯିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କୋଦଳା ଏନଏସି ଅନ୍ତର୍ଗତ ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ସ୍ୱରସ୍ୱତୀ ଶିଶୁମନ୍ଦିର ସଂଘରୋଧ ଗୃହରୁ ପୂର୍ବରୁ ଏଭଳି ଅଭିଯୋଗର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇ ସାରିଥିବା ବେଳେ ଏବେ ପୁଣି ଶିଶୁ ମନ୍ଦିର ସଂଘରୋଧ ଗୃହରୁ ଆସିଛି ଅଭିଯୋଗ ।

ନିମ୍ନମାନର ଖାଦ୍ୟକୁ ନେଇ ଶନିବାର ପ୍ରବାସୀ ମାନେ ପ୍ରତିବାଦ କରିବା ପରେ ପରିସ୍ଥିତି ଉତ୍ତେଜନା ପ୍ରକାଶ ପାଇବାରୁ ସ୍ଥାନୀୟ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପହଞ୍ଚି ପ୍ରବାସୀ ମାନଙ୍କୁ ବୁଝାସୁଝା କରିବା ସହ ଖାଦ୍ୟ ଦେଉଥିବା ଠିକାଦାରଙ୍କୁ ତାଗିଦ୍ କରିଥିଲେ । ଏପରିକି ନିମ୍ନ ଖାଦ୍ୟର ମାନ ଅତି କଦର୍ଯ୍ୟ ଥିବା ଦେଖି ଠିକାଦାରଙ୍କୁ ନିଜେ ଖାଇକି ଦେଖ ବୋଲି କହିଥିଲେ । ସରକାର ପାଇଁ ଯେଉଁ ଖାଦ୍ୟ ତାଲିକା ଧାର୍ଯ୍ୟ କରିଛନ୍ତି ତାହା ମିଳୁନଥିବା ଏବଂ ବାସି ଖାଦ୍ୟ ପରିବେଷଣ ନେଇ ଅନ୍ତେବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ସରକାର ଉଚିତ୍ ଅର୍ଥ ଦେଉଥିବା ବେଳେ କୋଦଳା ଏନ୍ ଏ ସି ପକ୍ଷରୁ ନିର୍ଦ୍ଧିଷ୍ଟ ଜଣେ ଦଲାଲ ଠିକା ନେଇ ଏଭଳି ନିମ୍ନ ମାନର ଖାଦ୍ୟ ପରିବେଷଣ କରୁଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଅଭିଯୋଗ ଏବେ କୋଦଳା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କାରଣ ତିନି ତିନି ଥର ଏଭଳି ଅଭିଯୋଗ ଆଣିଥିଲେ ମଧ୍ୟ ଉପରିସ୍ଥ ଅଧିକାରୀ ଚୁପ୍ କାହିଁକି ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପ୍ରଶାସନ ଓ ଠିକାଦାର ମଧ୍ୟରେ ବୁଝାମଣା ହୋଇ ପ୍ରବାସୀଙ୍କ ଖାଇବା ଅର୍ଥ ହଡ଼ପ କରାଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ଅପରପକ୍ଷେ କୋଦଳା ଏନଏସିକୁ ଜିଲ୍ଲା ସ୍ତରୀୟ ଅଧିକାରୀ ଆସି ନିରୀକ୍ଷଣ କରୁଥିଲେ ସୁଦ୍ଧା ଏନେଇ କାହିଁକି ଠୋସ୍ ପଦକ୍ଷେପ ନିଆ ଯାଉନି ତାକୁ ନେଇ ଉଠିଛି ପ୍ରଶ୍ନ । ଗଂଜାମ ଜିଲ୍ଲାପାଳ ପ୍ରତ୍ଯକ୍ଷ ଭାବରେ ଏଥିରେ ହସ୍ତକ୍ଷେପ ନ କଲେ ସ୍ଥିତି ବିଗିଡ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ମତପ୍ରକାଶ ପାଇଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମାହେଶ୍ୱରୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ରିପୋର୍ଟ: ବିମଳେନ୍ଦୁ ସାହୁ //ଲୋଇସିଂହା(୧୪/୦୭): ଲୋଇସିଂହା ନିକଟସ୍ଥ କଲ୍ଳିପାଟ ଗ୍ରାମ ର ଶାନ୍ତି ପଧାନ ନାମକ ଜଣେ ଅସହାୟ ମହିଳାଙ୍କ ଛାତ ଖପର ଭାଙ୍ଗି ଯାଇ ପାଣି ଗଲୁଥିବାରୁ...

ଭବାନୀପାଟଣା ରେ ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୧୪/୦୭): ଆଜି କଳାହାଣ୍ଡି ଜିଳ୍ଲା ଭବାନୀପାଟଣା ସହରରେ ଜିଲ୍ଲା ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇ ଯାଇଛି ।

ଅମାନିଆଙ୍କ ଲାଗି ବଢୁଛି ଚିନ୍ତା, ଚାଉଳ ବଣ୍ଟନ ବେଳେ ରହୁନି ସାମାଜିକ ଦୂରତା

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା(୧୪/୦୭): ବୈପାରୀଗୁଡାରେ କରୋନା ସଂକ୍ରମଣର ପ୍ରଭାବ ବଢିଚାଲିଛି। ଏଠାରେ ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ କର୍ମଚାରୀ ଲୋକାଲ ପଜିଟିଭ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣକୁ...

ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା କରୋନା ମୁକାବିଲା ପାଇଁ ସଚେତନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୧୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ର ମନେଇଗୁଡା ଗାଁରେ ଅଙ୍ଗନୱାଡ଼ି,ଏ...

Recent Comments

%d bloggers like this: