Friday, March 29, 2024

Top 5 This Week

Related Posts

ବାରହା ଆକ୍ରମଣରେ ମାଁ ମୃତ, ପୁଅ ଗୁରୁତର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୦୬) : ସୁବର୍ଣ୍ଣପୁର ଜିଲ୍ଲାର ବିନିକା ସମେତ ବିଭିନ୍ନ ଅଞ୍ଚଳରେ ଜଙ୍ଗଲି ବାରହା ଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି ।WhatsApp Image 2023 06 30 at 09.08.41 ବାରହା ଆକ୍ରମଣରେ ମାଁ ମୃତ, ପୁଅ ଗୁରୁତର

ବାରହାଙ୍କ ଆକ୍ରମଣରେ କାହାର ଜୀବନ ଚାଲିଯାଉଛି ତ ଆଉ କିଏ ଗୁରୁତର ଅବସ୍ଥାରେ ଚିକିତ୍ସିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ଆଜି ସକାଳ ସମୟରେ ଚାଷଜମିକୁ ଯାଇଥିବା ମାଁ ଓ ପୁଅ ବାରହା ଆକ୍ରମଣରେ ଶିକାର ହୋଇ ମାଁଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ଏହି ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ପାପି ଗ୍ରାମର ରେଖ ବାଘ (୫୭) ଓ ତାଙ୍କ ପୁଅ ବଳଦେବ ବାଘ (୩୭) ନିଜ ଚାଷଜମିକୁ ପଲ୍ଲା ପକେଇବା ପାଇଁ ଯାଇଥିବା ବେଳେ ଜଙ୍ଗଲି ଵାରହାଙ୍କ ଆକ୍ରମଣର ଶିକାର ହୋଇଥିଲେ । ପ୍ରଥମେ ମା ରେଖ ଙ୍କୁ ବାରହା ଆକ୍ରମଣ କରିଥିବା ବେଳେ ପୁଅ ବଳଦେବ ତାଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବାରହା ଆକ୍ରମଣ ର ଶିକାର ହୋଇଛନ୍ତି । ଉଭୟ ମାଁ ଓ ପୁଅକୁ ବାରହା ଆକ୍ରମଣ କରି ବିଭିନ୍ନ ସ୍ଥାନରେ କାମୁଡି କ୍ଷତ ବିକ୍ଷତ କରି ଦେଇଥିଲା । ଘଟଣା ପ୍ରଘଟ ହେବାପରେ ଘର ଲୋକ ଓ ଗ୍ରାମବାସୀ ତୁରନ୍ତ ଚିକିତ୍ସା ପାଇଁ ବିନିକା ଡ଼ାକ୍ତରଖାନାକୁ ଆଣି ଭର୍ତି କରିଥିଲେ । ହେଲେ ଡାକ୍ତର ଦେଖିବା ପରେ ମାଁ ରେଖକୁ ମୃତ ଘୋଷଣା କରିଥିଲେ ।

ପ୍ରାଥମିକ ଚିକିତ୍ସା ପରେ ପୁଅ ବଳଦେବର ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳକୁ ସୁବର୍ଣ୍ଣପୁର ଏସିଏଫ ପ୍ରଫୁଲ୍ଲ ଧରୁଆ, ବିନିକା ରେଞ୍ଜର ଡମ୍ବରୁଧର ପ୍ରଧାନ ଓ ଷ୍ଟାପ ପହଞ୍ଚି ଘଟଣା ର ତଦନ୍ତ କରିଥିଲେ । ପରେ ମୃତକ ଙ୍କ ପରିବାର ଙ୍କୁ ଅନ୍ତିମ ସଂସ୍କାର ପାଇଁ ପ୍ରଥମେ ସରକାର ଙ୍କ ତରଫରୁ ୬୦ ହଜାର ଟଙ୍କା ଦିଆଯାଇଛି ଏବଂ ଅନ୍ୟାନ୍ୟ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ରେଞ୍ଜର ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ପ୍ରକାଶଥାଉକି ୧୪ ଦିନ ତଳେ ଅଡାକସା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବାରହା କାମୁଡି ଦେବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଠିକ ସେହିପରି ଆହୁରି ଅନେକ ଲୋକ ବାରହା ଆକ୍ରମଣର ଶିକାର ହୋଇଥିବା ନଜିର ରହିଥିବା ବେଳେ ସେମାନେ କୁଆଡେ ଚିକିତ୍ସିତ ପରେ ନୂଆ ଜୀବନ ପାଇଥିବା ଜଣାପଡ଼ିଛି ।

Popular Articles