ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ

0
112
ପ୍ରକାଶିତ

ରିପୋର୍ଟ : ଗୋପୀନାଥ ଗୌଡ଼
ଗୁଣୁପୁର, (୨୯/୬) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସଦ୍ୟ ପ୍ରକାଶ ପାଇଥିବା ସ୍ନାତକ ପରୀକ୍ଷା ଫଳ ରେ ଗୁଣପୁର ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ସମ୍ମାନର ଛାତ୍ରୀ ସୁଶ୍ରୀ ଗାୟତ୍ରୀ ଦାସ ଦ୍ଵିତୀୟ ସ୍ଥାନ ଓ ଛାତ୍ର ମାନସ କୁମାର ରାଜୁ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ କମ୍ପୁଟର ସାଇନସ୍ ବିଭାଗର ଲାକୋଜି ଅନୀଲ ଅଷ୍ଟମ ସ୍ଥାନ ଅଧିକାର କରି ଗୁଣୁପୁର ମହାବିଦ୍ୟାଳୟର ଟେକ ରଖିଛନ୍ତି ।WhatsApp Image 2023 06 29 at 18.24.38 ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ

ଏହି ସଫଳତା ପାଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଜି ମହେଶ୍ୱର ରାଓ, ରସାୟନ ବିଜ୍ଞାନର ମୂଖ୍ୟ ପ୍ରାଧ୍ୟାପକ ଶଶୀ ଭୂଷଣ ମହାନ୍ତି, ଅନ୍ୟାନ୍ୟ ବିଭାଗ ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଏହି ସଫଳତା ନିମନ୍ତେ କୃତୀ ଛାତ୍ରଛାତ୍ରୀ ସେମାନଙ୍କ ବିଭାଗୀୟ ମୁଖ୍ୟ ମାନଙ୍କୁ ଶ୍ରେୟ ଦେଇଛନ୍ତି।