Friday, March 29, 2024

Top 5 This Week

Related Posts

ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ ର ନାରା ଦେଇ ଗର୍ଜିଲେ ଆଦିବାସୀ ସଙ୍ଘର୍ଷ ମୋର୍ଚ୍ଚା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୯/୬) : ଆଜି ଆଦିବାସୀ ସଂଘର୍ଷ ମୋର୍ଚ୍ଚା (ASM) ତରଫରୁ ଗୁଣପୁର ବ୍ଲକ ଅନ୍ତର୍ଗତ ଚିନାସାରି ପଞ୍ଚାୟତର ଆଜି ଗଂତାଗଂ ଗାଁ’ରେ ଡିଜିଏଲ ଗମାଙ୍ଗଙ୍କ ସଭାପତିତ୍ବରେ ଏକ ଆଦିବାସୀ ସଭା କରାଯାଇଛି । ଏହି ସଭାରେ ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ ର ନାରା ଦେଇ ଗର୍ଜିଲେ ଆଦିବାସୀ ସଙ୍ଘର୍ଷ ମୋର୍ଚ୍ଚା ।WhatsApp Image 2023 06 29 at 17.51.50 ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ ର ନାରା ଦେଇ ଗର୍ଜିଲେ ଆଦିବାସୀ ସଙ୍ଘର୍ଷ ମୋର୍ଚ୍ଚା

ସମ୍ବିଧାନ ବଞ୍ଚାଅ, ଆଦିବାସୀ ସଂସ୍କୃତି, ଭାଷାକୁ ସମ୍ବିଧାନିକ ଅଧିକାର ର ସୁରକ୍ଷା ପାଇଁ , ଆମର ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର କର୍ପୋରେଟ ଲୁଟ ଓ ଶୋଷଣକୁ ପ୍ରତିରୋଧ କରିବା ସହ, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଚିନାସାରି ଠାରୁ ଆଜି ଗଂତାଗଂ ପର୍ଯନ୍ତ ପକ୍କା ରାସ୍ତା ନିର୍ମାଣ କରିବା, ମନରେଗା କାମ ରେ ବର୍ଷକୁ ୨୦୦ ଦିନ କାମ ଦୈନିକ ୬୦୦ ଟଙ୍କା ମଜୁରୀ ଓ ପେନସନ ପ୍ରତ୍ୟେକ ପଞ୍ଚାୟତରେ ଯୋଗାଇ ଦେବା ନେଇ ଆଦିବାସୀ ସଂଘର୍ଷ ମୋର୍ଚ୍ଚାର କେନ୍ଦ୍ର କମିଟି ସଭ୍ୟ ତ୍ରିପତି ଗମାଙ୍ଗ ସରକାରଙ୍କ ନିକଟରେ ଦାବି ରଖିଥିଲେ ।

ଗୁଣପୁର ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଜଙ୍ଗଲ ଅଞ୍ଚଳରେ ରହିଥିବା ଆଜିଗଂତାଗଂ ଗାଁ’ର ୪୦ ଜଣ ଙ୍କୁ ଜଙ୍ଗଲ ପଟ୍ଟା କରିଦେବା ନାଁ’ରେ (ଆର ଆଇ) ଲୋକଙ୍କ ପାଖରୁ ହଜାର ହଜାର ଟଙ୍କା ନେବା କଥା କୁ ତିବ୍ର ସମାଲୋଚନା କରାଯାଇଛି । ତୁରନ୍ତ ଉକ୍ତ ଟଙ୍କା ଫେରସ୍ତ କରି ସେମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ଆର ଆଇ ଙ୍କୁ ଚେତାବନୀ ଦିଆଯାଇଛି । ଏହି ସମାବେଶରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ର ନେତା ଗଣ, ତ୍ରିପତି ଗମାଙ୍ଗ, ମିନ ଶବର, ସଞ୍ଜୀବ ଶବର, ଡିଜିଏଲ ଗମାଙ୍ଗ, ଆଗୟ ଶବର, ରେନି ବଡରଇତ, ରାଜେନ୍ଦ୍ର ଗମାଙ୍ଗ, ଅଭିମାଇଲ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।

Popular Articles