Advertisements
Tuesday, July 14, 2020
Home Corona UPDATE କଳାହାଣ୍ଡିରେ ୫ଜଣ କରୋନା ପଜିଟିଭ ଚିହ୍ନିତ, ସିଡିଏମଓଙ୍କ ସୂଚନା

କଳାହାଣ୍ଡିରେ ୫ଜଣ କରୋନା ପଜିଟିଭ ଚିହ୍ନିତ, ସିଡିଏମଓଙ୍କ ସୂଚନା

କଳାହାଣ୍ଡି (୩୦.୦୫.୨୦୨୦): କଳାହାଣ୍ଡି ଜିଲ୍ଲା ରେ ଆଜି ପୁଣି ପାଂଚ ଜଣ କରୋନା ପଜିଟିଭ ଚିହ୍ନିତ ହୋଇଥିବା ଜଣାପଡିଛି । ପାଂଚଜଣ ଯାକ ଗୋଲାମୁଣ୍ଡା ବ୍ଲକର ହୋଇଥିବା ବେଳେ ସେମାନଙ୍କ ୨ଜଣ ମହାରାଷ୍ଟ୍ରରୁ, ୨ଜଣ ତେଲେଙ୍ଗାନାରୁ ଏବଂ ଜଣେ ଗୁଜରାଟରୁ ଫେରିଥିବା ତଥ୍ୟ ସୂଚନା ମିଳିଛି । ଗହତ ୧୭ ତାରିଖ ଦିନ ସେମାନେ ଫେରିବା ପରେ ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା ।

ଗତ ୧୯ ତାରିଖ ଦିନ ପରୀକ୍ଷା ପାଇଁ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ୩୦ ତାରିଖ ଦିନ ସେମାନଙ୍କ ପଜିଟିଭ ରିପୋର୍ଟ ଆସିଥିବା ଜଣାପଡିଥିଲା । ଇତି ମଧ୍ୟରେ ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କ୍ୱାରାନଟାଇନ ଅବଧି ଶେଷ ହେବାପରେ କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥିବାରୁ ସେମାନଙ୍କୁ ଘରେ ଏକାନ୍ତବାସ କରିବା ପାଇଁ ନିଜ ନିଜ ଘରକୁ ପଠାଇ ଦିଆଯାଇଥିଲା । ସେମାନେ ଘରେ ରହୁଥିବା ସମୟରେ ସେମାନଙ୍କ ପଜିଟିଭ ରିପୋର୍ଟ ଆସିବା ପରେ ହେଲେ ୩୦ ତାରିଖ ଦିନ ସେମାନଙ୍କୁ ନିଜ ନିଜ ଘରୁ ଅଣାଯାଇ ଭବାନୀପାଟଣାସ୍ଥିତ କୋଭିଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ଅଦ୍ୟାବଧି କଳାହାଣ୍ଡିରେ ଏହି ପାଂଚ ଜଣକୁ ମିଶାଇ ୧୮ ଗୋଟି ପଜିଟିଭ କେଶ ଚିକିତ୍ସିତ ହେଉଥିବା ବେଳେ ୩ ଜଣ ସନ୍ଦିଗ୍ଧ ଙ୍କ ସ୍ୱାବ ରିପୋର୍ଟ ନେଗେଟିଭ ଆସିବାରୁ ସେମାନଙ୍କୁ ଡିସଚାର୍ଜ କରିଦିଆଯାଇଥିବା ପ୍ରକାଶ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମାହେଶ୍ୱରୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ରିପୋର୍ଟ: ବିମଳେନ୍ଦୁ ସାହୁ //ଲୋଇସିଂହା(୧୪/୦୭): ଲୋଇସିଂହା ନିକଟସ୍ଥ କଲ୍ଳିପାଟ ଗ୍ରାମ ର ଶାନ୍ତି ପଧାନ ନାମକ ଜଣେ ଅସହାୟ ମହିଳାଙ୍କ ଛାତ ଖପର ଭାଙ୍ଗି ଯାଇ ପାଣି ଗଲୁଥିବାରୁ...

ଭବାନୀପାଟଣା ରେ ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୧୪/୦୭): ଆଜି କଳାହାଣ୍ଡି ଜିଳ୍ଲା ଭବାନୀପାଟଣା ସହରରେ ଜିଲ୍ଲା ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇ ଯାଇଛି ।

ଅମାନିଆଙ୍କ ଲାଗି ବଢୁଛି ଚିନ୍ତା, ଚାଉଳ ବଣ୍ଟନ ବେଳେ ରହୁନି ସାମାଜିକ ଦୂରତା

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା(୧୪/୦୭): ବୈପାରୀଗୁଡାରେ କରୋନା ସଂକ୍ରମଣର ପ୍ରଭାବ ବଢିଚାଲିଛି। ଏଠାରେ ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ କର୍ମଚାରୀ ଲୋକାଲ ପଜିଟିଭ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣକୁ...

ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା କରୋନା ମୁକାବିଲା ପାଇଁ ସଚେତନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୧୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ର ମନେଇଗୁଡା ଗାଁରେ ଅଙ୍ଗନୱାଡ଼ି,ଏ...

Recent Comments

%d bloggers like this: