ସ୍ୱାଧିନତା ର ଅମୃତ ମହୋତ୍ସବ ଉପଲକ୍ଷେ ଯୁବ ଉତ୍ସବ @ ୨୦୪୭ କାର୍ଯ୍ୟକ୍ରମ ଅନୁଷ୍ଠିତ

0
93
ସ୍ୱାଧିନତା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୯/୦୬) : ଗତକାଲି ନେହେରୁ ଯୁବକେନ୍ଦ୍ର ତରଫରୁ ସ୍ୱାଧିନତା ର ଅମୃତ ମହୋତ୍ସବ ଉପଲକ୍ଷେ ଯୁବ ଉତ୍ସବ @୨୦୪୭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ନେହେରୁ ଯୁବକେନ୍ଦ୍ର ତରଫରୁ ସ୍ୱାଧିନତା ର ଅମୃତ ମହୋତ୍ସବ ଉପଲକ୍ଷ ସେଠାରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ ଜିଲ୍ଲାର ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ‌। ସେଥିମଧ୍ୟରେ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମହାନଦୀ ଧାରା ର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଥିଲେ । ତନ୍ମଧ୍ୟରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛଅ ଜଣ ଛାତ୍ରୀ ସ୍ଵପ୍ନା, ମୋତି, ସ୍ମୃତି, ମନିଷା, ଜିନା, ମାନସୀ ପ୍ରମୁଖ ଅଂଶଗ୍ରହଣ କରି ପ୍ରଥମ ସ୍ଥାନରେ ବିଜେତା ହୋଇ ଟ.୫୦୦୦ ରାଶି ପୁରସ୍କାର ପାଇଥିଲେ ସେହିପରି ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ର ଦିବ୍ୟପ୍ରକାଶ ସାହୁ ଫଟୋଗ୍ରାଫି ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ବିଜେତା ହୋଇ ରାଶି ଟ୧୦୦୦ ପୁରସ୍କାର ପାଇଥିବା ସହ ଉଭୟେ ରାଜ୍ୟ ସ୍ତରୀୟ ଯୁବ ଉତ୍ସବରେ ଯୋଗ ଦେବା ପାଇଁ ମନୋନୀତ ହୋଇଛନ୍ତି । ମହାନଦୀ ଧାରା ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଏପରି ସଫଳତା ନିମନ୍ତେ ସେମାନଙ୍କୁ ସବୁ ବର୍ଗ ରୁ ଅଭିନନ୍ଦନ ମିଳିଛି । ମହାନଦୀ ଧାରା ଯେ କେବଳ ଶିକ୍ଷା କ୍ଷେତ୍ରରେ ନାଁ କରିଛନ୍ତି ତାହା ନୁହେଁ ବରଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ପାରଦର୍ଶିତା ପ୍ରମାଣ କରି ପାରିଛନ୍ତି ।