Thursday, October 1, 2020
Home Corona Virus Awereness ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ କରୋନାଯୋଦ୍ଧାଙ୍କୁ ସମ୍ମାନ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ କରୋନାଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ-ଯୁବରାଜ ଜଗତ //
ଚନ୍ଦାହାଣ୍ଡି (ମଇ-୩୦/୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାନାବେଡା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସର ମଧ୍ଯରେ ସ୍ଥାନୀୟ ବ୍ଲକ ପ୍ରଶାସନ ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବା ଉଦ୍ଧେଶ୍ୟରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସମସ୍ତ ଓଡ଼ିଆ ଭାଇ ଭଉଣୀମାନେ କୋଭିଡ-୧୯ କରୋନା ମହାମାରୀ ମହାବିପତି ସମୟରେ ଯେଉଁ କର୍ମୀ ଓ ସେବାକାରୀମାନେ ନିଜ ଜୀବନ କୁ ସମର୍ପିତ କରି ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ହୋଇଥିଲେ ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ ।

ସେମାନଙ୍କୁ ଉତ୍ସାହିତ ଓ ତାଙ୍କ ତ୍ୟାଗକୁ ସମ୍ମାନ ଦେବା ଉଦ୍ଧେଶ୍ୟରେ ମଇ ୩୦ ତାରିଖ ସନ୍ଧ୍ୟା ସାଡେ ୫ ଘଣ୍ଟିକା ସମୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମରାଜ ମାଝୀ ଙ୍କ ତ୍ୱତ୍ୟାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ସମସ୍ତ ଜନପ୍ରତିନିଧି, ସରକାରୀ ପଦାଧିକାରୀ ଓ ଜନସାଧାରଣ ସେହି କରୋନା ଯୋଦ୍ଧା ମାନଙ୍କୁ ଏକତା ଓ ସାମାଜିକ ଦୂରତ୍ୱ ରକ୍ଷାକରି ଓଡ଼ିଶାର ଜାତୀୟ ସଙ୍ଗୀତ ” ବନ୍ଦେ ଉତ୍କଳ ଜନନୀ ” ଗାନ କରି ତାଙ୍କ ପ୍ରତି ସର୍ବଶ୍ରେଷ୍ଠ ସମ୍ମାନ ଜଣାଇଥିଲେ । ଏହା ଦ୍ୱାରା ବର୍ତ୍ତମାନ ସମୟରେ ଓଡ଼ିଆ ଜାତି ଓ ସମସ୍ତଙ୍କ ମଧ୍ୟରେ ଅଦ୍ଭୂତପୂର୍ବ ପ୍ରେରଣା ସୃଷ୍ଟି କରିବ ବୋଲି ଆଶା କରାଯାଏ ।

ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ତହସିଲଦାର ହୃଦାନନ୍ଦ ସିଂ ମାଝୀ, ନବରଙ୍ଗପୁର ସାଂସଦଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢୀ,ଜିଲ୍ଲା ପରିଷଦ ସଭ୍ୟ ଶନିନ୍ଦ୍ର କୁମାର ସୋରି,ଭାରପ୍ରାପ୍ତ ଗୋଷ୍ଠୀ ଚିକିତ୍ସାଧିକାରୀ ଡାକ୍ତର କଳ୍ପେଶ ସୁନା, ସନ୍ତୋଷ ଷଡଙ୍ଗୀ,ପୋଲିସ IIC ଅଭୟ ବେହେରା,ଗୋଷ୍ଠୀ ଶିକ୍ଷାଧିକାରୀ ଭଜନ ଲାଲ ମାଝୀ,ପାନାବେଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶରତ କୁମାର ମାଝୀ, ICDS ସୁପରଭାଇଜର ସୌଦାମିନୀ ସ୍ୱାଇଁ,ଅଗ୍ନିଶମ ବିଭାଗ କର୍ମଚାରୀ ମହେନ୍ଦ୍ର ମିଶ୍ର ,ଗୃହରକ୍ଷୀ ବାହିନୀ, ସମାଜସେବୀ ଋଷୁ ବାଘ, ବରିଷ୍ଠ ଶିକ୍ଷକ ପୁରୁଷୋତ୍ତମ ପାରି, ବିଜୁଜନତା ଦଳ ବ୍ଳକ ସଭାପତି ଗୌରହରି ନାୟକ, ଜିଲ୍ଲା ପଛୁଆ ବର୍ଗ ସଭାପତି କାର୍ତ୍ତିକ ଚନ୍ଦ୍ର ବାଘ, ସମାଜସେବୀ ମଧୁସୂଦନ ନାଗେଶ ,ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ପୋଲିସ ବାହିନୀ ,ଅଙ୍ଗନବାଡି କର୍ମୀ,ଅଶକର୍ମୀ ଏବଂ ଚନ୍ଦାହାଣ୍ଡି ବ୍ଲକର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ପ୍ରମୂଖ ଉପସ୍ଥିତ ଥିଲେ ।

ତତ ସହିତ ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ଓ ସମସ୍ତ ପୁରପଲ୍ଲୀରେ ଜନସାଧାରଣ ସର୍ଦ୍ଧାପୂର୍ବକ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଥିବା ଦେଖଗିବାକୁ ମିଳିଥିଲା ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ସଟ୍ ଡାଉନକୁ ନେଇ ଜନ ଅସନ୍ତୋଷ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୯/୦୯): କରୋନା ମୁକାବିଲା ଆଧାରରେ ମାସ ମାସ ଧରି ଲକ୍ ଡାଉନ ଓ ସଟ୍ ଡାଉନ ଘୋଷଣା ଯୋଗୁଁ ଲୋକଙ୍କ ଆର୍ଥିକ ତଥା ସାମାଜିକ...

ଭେଉଁରିଆ ଗ୍ରାମର ଚାଷୀଙ୍କ ଦ୍ୱାରା ଫସଲ ନଷ୍ଟ ପାଇଁ ଲିଖିତ ଅଭିଯୋଗ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୯/୦୯): କରୋନା ମହାମାରୀ ମଣିଷର ଆର୍ଥିକ ମେରୁଦଣ୍ଡକୁ ମଧ୍ୟ ପ୍ରଭାବିତ କରିଛି । କୄଷି କ୍ଷେତ୍ରରେ ସରକାରଙ୍କ କଟକଣା କୋହଲ ହେଲାପରେ ଚାଷୀମାନେ ବହୁ...

ଜୀବନୀଜିବିକାକୁ ସୁଦୃଢ଼ କରିବା ଲାଗି “ଉନ୍ନତ” କାର୍ଯ୍ୟକ୍ରମର ଶୁଭାରମ୍ଭ

ରିପୋର୍ଟ: ଗୋପୀନାଥ ଗୌଡ଼ // ରାୟଗଡ/କାଶିପୁର (୨୯/୦୯): ଆଦିତ୍ୟ ବିର୍ଲା ଗ୍ରୁପ କଂପାନି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧର ଅଂଶ ସ୍ୱରୂପ ଭାରତ ରୁରାଲ ଲାଇଭଲିହୁଡ୍ ଫାଉଣ୍ଡେସନ (ବିଆରଏଲ୍‌ଏଫ୍‌)...

ଲାଞ୍ଚ ନେବା ମହଙ୍ଗା ପଡିଲା : ଧରାପଡିଲେ କିରାଣୀ ପ୍ରକାଶ ସାହୁ

ରିପୋର୍ଟ: ଗୋପୀନାଥ ଗୌଡ଼ // ରାୟଗଡା (୨୯/୦୯): ଭିଜିଲାନ୍ସ ଜାଲରେ ଫସିଲେ କିରାଣି ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ । ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ...

Recent Comments

%d bloggers like this: