ବଲେରୋ ସହ ବାଇକ ଧକ୍କା ଦୁଇ ଗୁରୁତର

0
327
ବଲେରୋ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୮/୬) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ର ସେବାଶ୍ରମ ସମ୍ମୁଖରେ ବଲେରୋ ସହ ବାଇକ ଧକ୍କା ଦୁଇ ଗୁରୁତର ହୋଇଥିବା ସୂଚନା ମିଳିଛି ।WhatsApp Image 2023 06 29 at 06.35.05 ବଲେରୋ ସହ ବାଇକ ଧକ୍କା ଦୁଇ ଗୁରୁତର

ଖବର ଅନୁଯାୟୀ ସିକରପାଇ ପଞ୍ଚାୟତ ର ବେଳକଣାଗୁଡା ଗାଁ’ର ଦୁଇ ଜଣ ନବୀନ ମିଣିଆକା ଓ ଦିଲ୍ଲୀପ ମିଣିଆକା ଏକ ବାଇକ ରେ କଲ୍ୟାଣସିଂହପୁର ବାହୁଡା ଯାତ୍ରା ଦେଖି ସନ୍ଧ୍ୟାରେ ନିଜ ଗାଁ’କୁ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ବଲେରୋ ସହ ବୁଡ଼ାଗୁଡା ସେବାଶ୍ରମ ସମ୍ମୁଖରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ବାଇକ ରେ ଥିବା ଯୁବକ ମାନେ ଫିଙ୍ଗି ହୋଇଯାଇଥିଲେ । ଉକ୍ତ ଖବର ରୋଗୀ ବୁହା ପାଇ ଘଟଣା ସ୍ଥଳରେ ପହଞ୍ଚି ଆହତ ଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରିବା ପରେ ଦୁହିଁଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିବା ସୂଚନା ମିଳିଛି । ଉକ୍ତ ବଲେରୋ ଟି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି ।