ବାହୁଡା ଯାତ୍ରା ରେ ଭକ୍ତ ଙ୍କ ଜନ ସମୁଦ୍ର

0
130
ବାହୁଡା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୮/୬) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଠାରେ ମହା ଆଡମ୍ବର ଶ୍ରୀ ଜୀଉଙ୍କ ବାହୁଡା ଯାତ୍ରା ଶେଷ ହୋଇଛି ।WhatsApp Image 2023 06 28 at 18.16.13 ବାହୁଡା ଯାତ୍ରା ରେ ଭକ୍ତ ଙ୍କ ଜନ ସମୁଦ୍ର

ବାହୁଡା ଯାତ୍ରା ରେ ଭକ୍ତ ଙ୍କ ଜନ ସମୁଦ୍ର । ଆଜି ସେବାୟତ ମାନେ ସକାଳୁ ଜୀଉଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ଶ୍ରୀ ଜଗନ୍ନାଥ ଙ୍କୁ ବୌଦ୍ଧ ଅବତାରରେ ସୁସଜିତ କରି ଧୂପଦୀପ ନୈବେଦ୍ୟ ଲାଗି କରିବା ପରେ ଦୁଆର ଫିଟାଯାଇଥିଲା । ଶ୍ରୀ ଜଗନ୍ନାଥଙ୍କ ବୌଦ୍ଧ ଅବତାର ଦେଖିବା ପାଇଁ ସକାଳୁ ବହୁ ଭକ୍ତଙ୍କ ଜନ ସମୁଦ୍ର ଲାଗି ଥିବା ଦେଖିବାକୁ ମିଳିଛି । ଏହି ଅବସରରେ କମିଟି ତରଫରୁ ଶ୍ରୀ ଜୀଉଙ୍କୁ ଖେଚଡ଼ି ଭୋଗ ଲାଗି କରିବା ପରେ ଉକ୍ତ ଭୋଗକୁ ବିକ୍ରି କରିଥିଲେ । ସେବାୟତ ମାନେ ମଧ୍ୟାହ୍ନରେ ପୁଣି ଶ୍ରୀ ଜୀଉଙ୍କୁ କଳଙ୍କି ଅବତାରରେ ସୁସଜିତ କରିଥିଲେ । ଅପରାହ୍ନ ରେ ବି ଜୀଉଙ୍କ ଗୋଟି ପହଣ୍ଡି କରି ରଥାରୂଢ କରିଥିଲେ । ୪ ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ କରିଥିଲେ । ସନ୍ଧ୍ୟାରେ ରଥ ଶ୍ରୀମନ୍ଦିର ପାଖରେ ଲାଗିଥିଲା । ଏହିଠାରେ ମଧ୍ୟ ଶ୍ରୀ ମନ୍ଦିରରୁ ମା ଲକ୍ଷ୍ମୀ ଠାକୁରାଣୀ ରଥ ପାଖକୁ ଆସି ବଚନୀକା ମାଧ୍ୟମରେ କଳି କରିବା ପରେ ଅଧର ପଣା ଭୋଗ ଲାଗି କରାଯାଇଥିଲା ।

ଶ୍ରୀ ଜଗନ୍ନାଥ ବଳଭଦ୍ର, ମାଆ ସୁଭଦ୍ରା ଓ ପତିତପାବନ ଗୁଣ୍ଡିଚା ମନ୍ଦିର ରେ ନ ଦିନ ଧରି ରହି ସେହିଠାରେ ଦଶ ଅବତାର ମତ୍ସ୍ୟ ,କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମବଳରାମ, ବୌଦ୍ଧ ଅବତାର ହେବା ପରେ କଳଙ୍କି ଅବତାରେ ଶ୍ରୀମନ୍ଦିରକୁ ଫେରିଥିଲେ । ବିଳମ୍ବିତ ରାତ୍ରରେ ଶ୍ରୀ ଜୀଉଙ୍କୁ ଦଇତାପତି ଓ ସେବୟତ ମିଳିତରେ ମନ୍ଦିରକୁ ନେଇଥିଲେ । ସେଠାରେ ମଧ୍ୟ ବଚନୀକା କରିବା ପରେ ଜୀଉଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ସେଠାରେ ଅର୍ଣ୍ଣ ଭୋଗ ଲାଗି କରାଯାଇଥିଲା ।ପାଗ ଅନୁକୁଳ ରହିଥିବା ଯୋଗୁଁ ନିୟମଗିରି ପାହାଡ ର ଡଙ୍ଗରିଆ କନ୍ଧ, କଳାହାଣ୍ଡି ,କାଶୀପୁର, କୋଲନରା ଅଞ୍ଚଳର ହଜାର ହଜାର ଭକ୍ତ ଆସି ଜୀଉଙ୍କ ବାହୁଡା ଯାତ୍ରା ଦେଖିଥିଲେ । ଏ ଅବସରରେ ବିଭିନ୍ନ ପ୍ରକାରର ଦୋକାନ ବଜାର ବସାଯାଇଥିଲା । ପୁଲିସ ଓ ସିଆରପିଏଫ ଯବାନ ମିଳିତରେ ଟ୍ରାଫିକ ନିୟନ୍ତ୍ରଣ କରିବା ସହ ପହଣ୍ଡି ଠାରୁ ରଥ ଟଣା ପର୍ଯ୍ୟନ୍ତ ରହି ସମସ୍ତ କାର୍ଯ୍ୟ ତୁଲାଇଥଲେ । ଏଥିରେ ମନ୍ଦିର ପରିଚାଳନା କମିଟିର ସଦସ୍ୟ, ତହସିଲ କାର୍ଯ୍ୟାଳୟ ସମସ୍ତଅଧିକାରୀ, ତହସିଲଦାର ସୁଧାକର ରଇତ, ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ଉପସ୍ଥିତ ରହି ଯାତ୍ରା ପରିଚାଳନା କରିଥଲେ ।