ପାତାଳି କ୍ଷେତ୍ରରେ ବାହୁଡା ଯାତ୍ରା ଅନୁଷ୍ଠିତ

0
75
ଅନୁଷ୍ଠିତ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୨୮/୦୬) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳି କ୍ଷେତ୍ର କୋଟସମଲାଇ ରେ ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ସକାଳ ୯.୩୦ ରେ ଧାଡି ପହଣ୍ଡି, ମଧ୍ୟାହ୍ନ ୧୨ ରେ ଛେରାପହରା, ମଧ୍ୟାହ୍ନ ୧୨.୩୦ରେ ରଥଟଣା ହୋଇଥିଲା । ସକାଳୁ ମଙ୍ଗଳ ଆଳତି, ଖେଚୁଡ଼ି, ହୋମ, ବେଶ, ପହଣ୍ଡି କରାଯାଇଥିଲା । ମହାପ୍ରଭୁଙ୍କୁ ଧାଡି ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଥିଲା । ତା ପରେ ଗାଁ’ର ଗୌନ୍ତିଆ ଚମରା ଅମାତ ଛେରାପହରା ନୀତି କରିଥିଲେ । ତାପରେ ରଥଟଣା ହୋଇଥିଲା । ଅନିରୁଦ୍ଧ ପାଢୀ, ଭଗବାନ ଷଡ଼ଙ୍ଗୀ, ଦେବାର୍ଚ୍ଚନ ଦାଶ, ବିଶେଶ୍ୱର ପାଢୀ, ମନୋରଞ୍ଜନ ପାଢୀ ଆଦି ପଣ୍ଡିତ ପହଣ୍ଡି କରିଥିଲେ । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।