ଗୁଣପୁର ବ୍ଲକରେ ନୂତନ ସ୍ଥାୟୀ ବିଡ଼ିଓ ଙ୍କ ଯୋଗଦାନ

0
83
ଗୁଣପୁର ବ୍ଲକରେ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୮/୬) : ବହୁ ଛକାପଞ୍ଝା ଓ ବାଦ ବିବାଦ ର ଅନ୍ତ ଘଟାଇ ଆଜି ଗୁଣପୁର ବ୍ଲକରେ ନୂତନ ସ୍ଥାୟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଶୁଭ୍ରାଞ୍ଜଳୀ ପ୍ରଧାନ ଯୋଗ ଦେଇଛନ୍ତି

କାର୍ଯ୍ୟଭାର ଗ୍ରହଣ କରିବା ପରେ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଓ ପଞ୍ଚାୟତ ସମିତିର କର୍ମଚାରୀ ମାନେ ଗୁଣପୁର ବ୍ଲକ ରେ ନୂତନ ବିଡ଼ିଓ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଦୀର୍ଘ ଦିନ ହେଲା ଜଣେ ସ୍ଥାୟୀ ବିଡ଼ିଓ ନଥିବାରୁ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ଅସୁବିଧା ହେଉଥିଲା । ବର୍ତ୍ତମାନ ଠିକାଦାର, ଅଫିସ କର୍ମଚାରୀ ଓ ରାଜନୈତିକ ଅଧିକାରି ମହଲରେ ଖୁସିର ଲହରୀ ଖେଳିଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଯୋଗଦାନ ପରେ ଗୁଣପୁର ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନା ହୋଇପାରିବ ବୋଲି ଅଞ୍ଚଳବାସୀ ବେଶ ଆଶାବାଦୀ ଅଛନ୍ତି ।