Friday, March 29, 2024

Top 5 This Week

Related Posts

ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗି ଆକ୍ରମଣ ଘଟଣା : ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୨୮/୦୬) : ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗି ଆକ୍ରମଣ ଘଟଣାରେ ବନ୍ଧା ହେଲେ ତିନି ଅଭିଯୁକ୍ତ । ଗତ ଶନିବାର ଲଙ୍କା ଗୁଣ୍ଡ ଫିଙ୍ଗି ଆକ୍ରମଣ ସହ ଲକ୍ଷାଧିକ ଟଙ୍କା ଲୁଟ ଘଟଣାରେ ୪ ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ପୁଲିସ । ସେମାନଙ୍କ ଠାରୁ ୨ଟି ଖଣ୍ଡା ଓ ତିନୋଟି ବାଇକ୍‌ ସହିତ କିଛି ଟଙ୍କା ଜବତ କରାଯାଇଛି ।

ଏ ନେଇ ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଜାତୀୟ ରାଜପଥ ଇସକନ୍ ମନ୍ଦିର ପାଖରେ ଏହି ଘଟଣା ଘଟିଥିଲା । କୁନା ଚନ୍ଦ୍ର ଖଟୁଆ ରାସ୍ତାରେ ଯିବାବେଳେ ଅଭିଯୁକ୍ତମାନେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ତାଙ୍କ ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗି ହାତ ପାପୁଲିକୁ ହାଣି ଦେଇଥିଲେ । ଆକ୍ରଣରେ କୁନାଙ୍କ ହାତ ପାପୁଲିରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ କୁନା ଚନ୍ଦ୍ର ଖଟୁଆଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ ହୋଇଥିବା ବୋଲି ତଦନ୍ତ ଜଣାପଡ଼ିଛି ବୋଲି ପୋଲିସ କହିଛି ।

Popular Articles