Thursday, March 28, 2024

Top 5 This Week

Related Posts

ବରଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ : ୫ ମୃତ, ୭ ଗୁରୁତର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୮/୦୬) : ବାଜା, ରୋଷଣି ବାଜୁଥିବା ବେଳେ ବରଯାତ୍ରୀ ଙ୍କ ଉପରେ ମାଡିଗଲା ଦ୍ରୁତଗାମୀ ଟ୍ରକ୍ । ୫ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି ।

କେନ୍ଦୁଝର ଜିଲ୍ଲା ୨୦ ନଂ ଜାତୀୟ ରାଜପଥ ଷଠିଘରସାହି ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ବରଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ । ୪ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ୩ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୁରୁଣା ସହର ସ୍ଥିତ ଷଠିଘରସାହୀର କାର୍ତ୍ତିକ ପାତ୍ରଙ୍କ ଝିଅର ବାହାଘର ମାନପୁର ଗାଁ’ର ହେମନ୍ତ ପାତ୍ରଙ୍କ ସହ ହେବାର ଥିଲା । ବରଯାତ୍ରୀ ମାନେ ରାତି ପ୍ରାୟ ଗୋଟାଏରୁ ଗୋଟାଏ ୩୦ ମିନିଟ ସମୟରେ ଡିଜେ ବଜାଇ ରୋଷଣି ସହ ବରକୁ ନେଇ ଶୋଭାଯାତ୍ରାରେ ଯାଉଥିଲେ । ଝିଅ ଘରଠାରୁ ମାତ୍ର କିଛି ଦୁରରେ ପହଞ୍ଚିଥିବା ବେଳେ ବରଯାତ୍ରୀଙ୍କ ଉପରେ ଏକ ଟ୍ରକ୍ ମାଡି ଯାଇଥିଲା । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା ବେଳେ ବାହା ନହୋଇ ଫେରିଗଲା ବର । ସ୍ଥାନୀୟ ଲୋକ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ପୋଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

Popular Articles