Advertisements
Tuesday, July 14, 2020
Home Corona Virus Awereness ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ସାରା ଭାରତରେ ମଧ୍ୟ ଲକ ଡାଉନ ଚାଲିଛି। ପ୍ରାୟ ଦେଢ଼ ମାସ ହେଲା ଲୋକେ କରୋନା ଭୁତାଣୁ ର ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ କଥାକୁ ସମର୍ଥନ କରି ଘରେ ରହୁଛନ୍ତି।

ହେଲେ ଏହି ଘଡି ସନ୍ଧି ମୁହୂର୍ତ୍ୱରେ ମଧ୍ୟ ନିଜର ଦାୟିତ୍ବ ନ ଭୁଲି ଦେଶବାସୀଙ୍କ ପାଖକୁ ମାନେ ପ୍ରତି ଦିନ ଘରୁ ପଦାକୁ ବାହାରି ନିଜ ଜୀବନକୁ ବାଜି ଲଗାଇ ସରକାରଙ୍କ ନିର୍ଦେଶ ତଥା ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ବିଷୟରେ କାର୍ଯ୍ୟାଳୟ ଠାରୁ ତଥ୍ୟ ସଂଗ୍ରହ କରିବା ସହ ଲୋକ ଙ୍କୁ ସଚେତନ କରୁଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ଆଶା ଏବଂ ଅଙ୍ଗନବାଡି କର୍ମୀ ମନଙ୍କୁ ସାଧୁବାଦ ଜଣାଇବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି ଏବଂ କରୋନା ଯୋଦ୍ଧା ଭାବରେ ସମ୍ବୋଧିତ କରି ସମ୍ମାନିତ କରିଛନ୍ତି।

ଏହି ପରିପେକ୍ଷିରେ ଆଜି ପଦ୍ମପୁର ଭାରତୀୟ ଜନତା ପାର୍ଟି ତରଫରୁ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବୁକୁରାମୁଣ୍ଡା ପଂଚାୟତ ର ସମସ୍ତ ଅଙ୍ଗନବାଡି ଏବଂ ଆଶା କର୍ମୀ ମାନଙ୍କୁ ଉପଢୋକାନ ଏବଂ ଧନ୍ୟବାଦ ପତ୍ର ଦେବା ସହ ପାଦ ଧୋଇ ସମ୍ମାନିତ କରିଥିଲେ। ଏହି ସମୟରେ ବରଗଡ଼ ଜିଲ୍ଲା ସଭାପତି ପ୍ରିତେଶ କୁମାର ବହିଦାର, ଲଖମରା ମଣ୍ଡଳ ସଭାପତି ଭୀଷ୍ମଦେଵ ସାହୁ, ଜଗନ୍ନାଥ ଛାତ୍ରୀଆ, ଜଗଦଲପୁର ମଣ୍ଡଳ ସଭାପତି ହରେକୃଷ୍ଣ ପଟେଲ, ଦ୍ରୋଣ ବେହେରା ,ବରିଷ୍ଠ ନେତା ଲିଙ୍ଗରାଜ ପଧାନ, ଅଜିତ କୁମାର ସାହୁ, ଯୁଧିଷ୍ଠିର ନାୟକ, ଯୁବନେତା ନରେଶ ସୁନ୍ଦର ସାହୁ, ଇଞ୍ଜିନିୟର କୁନାଲ ପାଣିଗ୍ରାହୀ, ରାଜୀବ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମାହେଶ୍ୱରୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ରିପୋର୍ଟ: ବିମଳେନ୍ଦୁ ସାହୁ //ଲୋଇସିଂହା(୧୪/୦୭): ଲୋଇସିଂହା ନିକଟସ୍ଥ କଲ୍ଳିପାଟ ଗ୍ରାମ ର ଶାନ୍ତି ପଧାନ ନାମକ ଜଣେ ଅସହାୟ ମହିଳାଙ୍କ ଛାତ ଖପର ଭାଙ୍ଗି ଯାଇ ପାଣି ଗଲୁଥିବାରୁ...

ଭବାନୀପାଟଣା ରେ ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୧୪/୦୭): ଆଜି କଳାହାଣ୍ଡି ଜିଳ୍ଲା ଭବାନୀପାଟଣା ସହରରେ ଜିଲ୍ଲା ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇ ଯାଇଛି ।

ଅମାନିଆଙ୍କ ଲାଗି ବଢୁଛି ଚିନ୍ତା, ଚାଉଳ ବଣ୍ଟନ ବେଳେ ରହୁନି ସାମାଜିକ ଦୂରତା

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା(୧୪/୦୭): ବୈପାରୀଗୁଡାରେ କରୋନା ସଂକ୍ରମଣର ପ୍ରଭାବ ବଢିଚାଲିଛି। ଏଠାରେ ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ କର୍ମଚାରୀ ଲୋକାଲ ପଜିଟିଭ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣକୁ...

ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା କରୋନା ମୁକାବିଲା ପାଇଁ ସଚେତନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୧୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ର ମନେଇଗୁଡା ଗାଁରେ ଅଙ୍ଗନୱାଡ଼ି,ଏ...

Recent Comments

%d bloggers like this: